ଯୁବରାଜ ସିଂ କଲେ ବଡ଼ ଖୁଲାସା! କିଏ ହେବ ଟିମ ଇଣ୍ଡିଆର ପରବର୍ତ୍ତୀ କ୍ୟାପଟେନ

ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ଯୁବରାଜ ସିଂ ବହୁ ଦିନର ବ୍ୟବଧାନ ପରେ ଟିମ୍ ଇଣ୍ଡିଆକୁ ନେଇ ମୁହଁ ଖୋଲିଛନ୍ତି । ସଦାବେଳେ ଟିମ ଇଣ୍ଡିଆର ଆଗାମୀ କ୍ୟାପଟେନ କିଏ ହେବେ ତାକୁ ନେଇ ଚର୍ଚ୍ଚା ଲାଗିରୁହେ । ଏହାକୁ ନେଇ ଯୁବରାଜ ସିଂ ଆଗାମୀ କ୍ୟାପଟେନ କିଏ ହେବେ ତାଙ୍କୁ ନେଇ ଆକଳନ କରିଛନ୍ତି । ସେ କହିଛନ୍ତି ଯେ, ଟିମ ଇଣ୍ଡିଆର ଖେଳାଳୀ ଋଷଭ ପନ୍ତ ଭାରତୀୟ ଟିମର ଅଧିନାୟକ ହୋଇପାରନ୍ତି । ତାଙ୍କ କହିବା କଥା, ଗତ କିଛି ଦିନ ହେଲାଣି ଋଷଭ ଟିମ ଇଣ୍ଡିଆକୁ ଭଲ ସଫଳତା ଦେଇଛନ୍ତି ।

ଯୁବରାଜ ସିଂ ଏକ ଖବର ସରବରାହ ସଂସ୍ଥା କୁ ସାକ୍ଷାତକାରରେ କହିଛନ୍ତି ଯେ, କ୍ରିକେଟର ଋଷଭ ପନ୍ତଙ୍କୁ ଭାରତୀୟ ଟିମର କ୍ୟାପଟେନ କରିବାକୁ ନେଇ ସେ କହିଛନ୍ତି । ତାଙ୍କ କହିବା କଥା, ଋଷଭ ପନ୍ଥ ଏମିତି ଜଣେ କ୍ରିକେଟର ଯିଏ ସମସ୍ତଙ୍କ ସହ ମିଳାମିଶା ସହ ତାଙ୍କ ପାଖରେ ଏକ ଏମିତି ଗୁଣ ଅଛି ଯାହା ତାଙ୍କୁ କ୍ଯାପଟେନ କରିବାକୁ ସକ୍ଷମ ହେବ ଆଉ ତାହା ହେଉଛି ଚତୁରତା ସହ ବୁଦ୍ଧି।

ୟୁବି କହିଛନ୍ତି ଯେ, ଋଷଭ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟିକତ୍ୱ କରିଥିବାର ସେ ଦେଖିଛନ୍ତି । ତେବେ ଆଗାମୀ ବର୍ଷରେ ଋଷଭ ପନ୍ତ ଭାରତୀୟ ଟିମର କ୍ୟାପଟେନ ହୋଇପାରନ୍ତି ବୋଲି ସେ ଭବିଷ୍ୟବାଣୀ କରିଛନ୍ତି । ଋଷଭ ପନ୍ତଙ୍କ ମଧ୍ୟରେ ସେ ସବୁ ଗୁଣ ରହିଛି ଯାହା ଏକ ଟିମ୍ ର କ୍ୟାପଟେନଙ୍କ ଭିତରେ ରହିବା ଦରକାର ।

ଏହା ସହିତ ୟୁବି ଏକଥା ବି କହିଛନ୍ତି ଯେ, ଟିମ ଇଣ୍ଡିଆରେ ଦ୍ୱିତୀୟ ୟୁବରାଜ କିଏ ? ସେ କହିଛନ୍ତି ଯେ , ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଓ ଋଷଭ ପନ୍ଥ ସେ ସବୁ କରିପାରିବେ ଯାହା ଯୁବରାଜ ୨୦୦୭ ଟି-20 ୱାର୍ଲ୍ଡକପ ଓ ୨୦୧୧ ୱାନଡେ ୱାର୍ଲ୍ଡକପ୍ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.