କ୍ରୀଡା

ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଛିଡା ହେଲେ ରିଷଭ, ସୁସ୍ଥ ହେବା ପାଇଁ ପୁଣି ଥରେ ହେବ ସର୍ଜରୀ

ଭାରତୀୟ କ୍ରିକେଟ ଟିମର ଓ୍ଵିକେଟ କିପର ରିଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ମୁମ୍ବାଇର କୋକିଲାବେନ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ରିଷଭଙ୍କ ଡାହାଣ ଗୋଡ ଲିଗାମେଣ୍ଟ ସର୍ଜରୀ ହୋଇସାରିଛି । କିନ୍ତୁ ଆଗାମୀ ୬ ସପ୍ତାହ ପରେ ରିଷଭଙ୍କର ଆଉ ଏକ ସର୍ଜରୀ ହେବ । ଆଉ ଏଥିପାଇଁ ରିଷଭ ଆଇପିଏଲ୍‌ ଏବଂ ଏସିଆ କପ୍‌ ସହିତ ଦିନିକିଆ ବିଶ୍ୱକପରୁ ମଧ୍ୟ ବାଦ୍‌ ପଡିପାରନ୍ତି। ତେବେ ରିଷଭ ବିଶ୍ୱକପ୍‌ ପର୍ଯ୍ୟନ୍ତ ଫିଟ୍‌ ହେବା ଅସମ୍ଭବ ବୋଲି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ।

ଅଧିକାରୀ ଜଣକ କହିଛନ୍ତି, ରିଷଭ ଟିମ୍‌କୁ ଫେରିବା ଏବେ ସମ୍ଭବ ନୁହେଁ । ଅତି କମରେ ୮ରୁ ୯ ମାସ ଖେଳ ଠାରୁ ଦୂରେଇ ରହିବା ରିଷଭଙ୍କ ପାଇଁ ଭଲ । ଆଗାମୀ ସର୍ଜରୀ କେବେ ହେବ ତା’ ଉପରେ ନିର୍ଭର କରେ ରିଷଭଙ୍କ ଫିଟ୍‌ ହେବା । ରିଷଭଙ୍କର ଦୁଇଟି ଯାକ ଆଣ୍ଠୁର ସର୍ଜରୀ ହୋଇପାରେ । ଆଉ ଲିଗାମେଣ୍ଟ ସର୍ଜରୀ ପରେ ଠିକ୍‌ ହେବା ପରେ ୬ ମାସ ଲାଗିଥାଏ ।

ତେବେ ରିଷଭଙ୍କ ଲିଗାମେଣ୍ଟ ସର୍ଜରୀ ପରେ ରିଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଛି । ରିଷଭ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ କିଛି ସମୟ ଠିଆ ହୋଇଥିଲେ । ତେବେ ରିଷଭ ହସପିଟାଲରେ ଆଉ ପାଖାପାଖି ୧ ସପ୍ତାହ ହସପିଟାଲରେ ରହିବେ ।

କେଉଁ କେଉଁ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିପାରନ୍ତି ରିଷଭ :

ଭାରତ ବନାମ ନ୍ୟୁଜିଲାଣ୍ଡ (୩ଟି ଦିନିକିଆ, ୩ଟି ଟି-୨୦)

ଭାରତ ବନାମ ଅଷ୍ଟ୍ରେଲିଆ (୪ଟି ଟେଷ୍ଟ, ୩ଟି ଦିନିକିଆ)

ଆଇପିଏଲ ୨୦୨୩ (ଏପ୍ରିଲ-ମେ’)

ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ

ଇଣ୍ଡିଆ ଟୁର ଟୁ େଓ୍ଵଷ୍ଟଇଣ୍ଡିଜ (ଜୁଲାଇ)

ଏସିଆ କପ୍‌ ୨୦୨୩

ଦିନିକିଆ ବିଶ୍ୱକପ

ସୂଚନାଯୋଗ୍ୟ, ରିଷଭ ପନ୍ତ ୩୦ ଡିସେମ୍ବରରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁଡକୀ ଯାଉଥିଲେ। ଡେରାଡୁନରେ ଏକ ଡିଭାଇଡରରେ ପିଟି ହୋଇଥିଲେ। ତେବେ ବଡ଼ ଅଘଟଣ ପୂର୍ବରୁ ପନ୍ତ କାରର କାଚ ଭାଙ୍ଗି ଏହା ମଧ୍ୟରୁ ଡେଇଁ ପଡ଼ିଥିଲେ। ଫଳରେ ସେ ଏକ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ରିଷଭ କିନ୍ତୁ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ । ପନ୍ତଙ୍କ ମୁଣ୍ଡ ଓ ମେରୁଦଣ୍ଡ ସଂପୂର୍ଣ୍ଣ ଭାବେ ଠିକ ଅଛି। ଡାହାଣ ଗୋଡ ଆଣ୍ଠୁର ଲିଗାମେଣ୍ଟ ଭାଙ୍ଗିଯାଇଥିଲା। ଡାହାଣ ହାତ କହୁଣୀ, ପାପୁଲି ଏବଂ ଆଙ୍ଗୁଠିରେ ଆଘାତ ଲାଗିଥିଲା। ପିଠିରେ ଅନେକ ସ୍ଥାନରେ ଗଭୀର ଆଘାତ ଲାଗିଥିଲା। ତେବେ ଉତ୍ତରାଖଣ୍ଡର ମ୍ୟାକ୍ସ ହସ୍ପିଟାଲରେ ପନ୍ତଙ୍କ ପ୍ଲାଷ୍ଟିକ ସର୍ଜରୀ ସଫଳତାର ଶେଷ ହୋଇଥିଲା।। ହରିୟାଣା ରୋଡେଓ୍ଵଜର ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟର ତାଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ପନ୍ତଙ୍କ କାର ଜଳିପୋଡି ପାଉଁଶ ହୋଇଯାଇଥିଲା ।

Swagatika

Recent Posts

ଓଏସଆରଟିସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

41 seconds ago

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ମନ ଖୁସି ରହିବ । ବ୍ୟବସାୟରେ ବୃଦ୍ଧି ଘଟିବ । ଅଧିକ ପରିଶ୍ରମୀ ହେବେ । ପୁରୁଣା ବନ୍ଧୁ…

52 seconds ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

8 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

9 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

27 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

52 mins ago