ଟିମ୍‌ ଇଣ୍ଡିଆ ପାଇଁ ଖୁସି ଖବର, ଦରକାର ନାହିଁ ରିଷଭ ପନ୍ତଙ୍କ ଦ୍ୱିତୀୟ ଅପରେସନ୍‌

ଆଗାମୀ ବିଶ୍ୱକପରେ ପନ୍ତ ଖେଳିବା ପାଇଁ ସମ୍ଭାବନା । ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଦ୍ରୁତଗତିରେ ସୁଧୁରୁଛି । ଡାକ୍ତର କହିଛନ୍ତି ପନ୍ତଙ୍କର ଆଉ ଦ୍ୱିତୀୟ ଅପରେସନ୍‌ ଦରକାର ନାହିଁ ।

ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଓ୍ଵିକେଟ୍‌ କିପର ବ୍ୟାଟର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଦ୍ରୁତଗତିରେ ସୁଧୁରୁଛି । ଡାକ୍ତର କହିଛନ୍ତି ପନ୍ତଙ୍କର ଆଉ ଦ୍ୱିତୀୟ ଅପରେସନ୍‌ ଦରକାର ନାହିଁ । ଏମିତିକି ଆଗାମୀ ବିଶ୍ୱ କପ୍‌ରେ ପନ୍ତଙ୍କ ଖେଳିବା ସମ୍ଭାବନା ସୃଷ୍ଟି ହୋଇଛି ।

ଗତବର୍ଷ ଡିସେମ୍ବର ମାସରେ ଏକ କାର୍‌ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ପନ୍ତ । ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଆଣ୍ଠୁରେ ଅପରେସନ୍‌ ହୋଇଛି । ଯାହାଫଳରେ ଏପର୍ଯ୍ୟନ୍ତ ସେ ପଡ଼ିଆକୁ ଓହ୍ଲାଇବା ସ୍ଥିତିରେ ନାହାନ୍ତି । ତାଙ୍କର ଆଉ ଏକ ଅପରେସନ୍‌ କରାଯିବ ବୋଲି ଚର୍ଚ୍ଚା ଚାଲିଥିଲା । ଯାହାକୁ ବିସିସିଆଇ ଖଣ୍ଡନ କରି ପନ୍ତ ଶୀଘ୍ର ସୁସ୍ଥ ହେଉଛନ୍ତି । ତାଙ୍କର ପୁଣି ଅପରେସନ୍‌ ଦରକାର ନାହିଁ । ଏମିତିକି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ବିସିସିଆଇ ତରଫରୁ କୁହାଯାଇଛି ।

ପ୍ରତି ଦୁଇ ସପ୍ତାହରେ ତାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରାଯାଉଛି । ସେ ଶୀଘ୍ର ସୁସ୍ଥ ହେଉଥିବାରୁ ସମୟ ପୂର୍ବରୁ ପୂରା ଫିଟ୍‌ ହୋଇ ଯିବେ ବୋଲି ବିସିସିଆଇ ଆଶା ପ୍ରକାଶ କରିଛି । ଅପରେସନ୍‌ ପରେ ପନ୍ତ ଆଶାବାଡ଼ି ସହାୟତାରେ ଚାଲୁଥିଲେ । ତେବେ ପରେ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ସେ ଆଶାବାଡ଼ି ଛାଡ଼ି ନିଜେ ଚାଲୁଥିବାର ଦେଖା ଯାଇଥିଲା ।


ଟିମ୍‌ ଇଣ୍ଡିଆ ଓ୍ଵାଲର୍ଡ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପରେ ସେପ୍ଟେମ୍ବରରେ ଏସିଆ କପ୍‌ ଅକ୍ଟୋବର ଏବଂ ନଭେମ୍ବରରେ ଖେଳିବ । ଆଉ ଏବେ ଟିମ୍‌ ଇଣ୍ଡିଆ WTC ଫାଇନାଲ ପାଇଁ ଇଂଲଣ୍ଡ ଗସ୍ତ କରିଛି । ତେବେ ଏହି ମ୍ୟାଚରେ ରିଷଭଙ୍କ ଅଭାବ ଟିମ୍‌କୁ ନିଶ୍ଚିତ ଭାବେ ରହିବ । ରିଷଭ ପନ୍ତ ଗତ କିଛି ସମୟ ହେଲାଣି ଟେଷ୍ଟ ଫର୍ମାଟରେ ଟିମ୍‌ ପାଇଁ ଭଲ ପ୍ରଦର୍ଶନ କରୁଛନ୍ତି । ଟିମ୍‌ ଇଣ୍ଡିଆକୁ ଏପର୍ଯ୍ୟନ୍ତ ତାଙ୍କର ପରଫେକ୍ଟ ରିପ୍ଲେସମେଣ୍ଟ ମିଳିନାହିଁ ।

 

ତେବେ ରିଷଭ ଆଇପିଏଲ୍‌ ୨୦୨୩ରେ ବୈଶାଖୀ ସାହାଯ୍ୟରେ ଖେଳ ଦେଖିବାକୁ ଆସିଥିଲେ । ତା’ପରେ ପନ୍ତ ବିନା କୌଣସି ବାଡି ସାହାଯ୍ୟରେ ଚାଲୁଥିବାର ନଜର ଆସିଛନ୍ତି । ଫଳରେ ସେ ଶୀଘ୍ର ସୁସ୍ଥ ହେଉଥିବା ଅନୁମାନ କରିହେଉଛି । ଜଲଦି ସୁସ୍ଥ ହୋଇ ଖୁବଶୀଘ୍ର ମଇଦାନକୁ ଫେରିବେ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.