ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ଦମଦାର ପାଳି ଖେଳି ଶତକ ହାସଲ କଲେ ରିଷଭ ପନ୍ତ, ୧୧୧ ବଲରେ କଲେ ୧୪୬ ରନ୍

କେନ୍ୟୁଜ୍: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରେ ରିଷଭ ପନ୍ତଙ୍କ ବିସ୍ଫୋରକ ଶତକ । ଦମଦାର ପାଳି ଖେଳି ଶତକ ହାସଲ କରିଛନ୍ତି ରିଷଭ । ୮୯ ବଲରେ ଶତକ କରିଛନ୍ତି । ୧୧୧ ବଲ ଖେଳି ୧୪୬ ରନ କରିଥିଲେ । ଫଳରେ ଭାରତ ସମ୍ମାନଜନକ ସ୍ଥିତିରେ ପହଞ୍ଚିଛି । ପନ୍ତଙ୍କ ପାଳିରେ ରହିଛି ୧୫ଟି ଚୌକା ଓ ଗୋଟିଏ ଛକ୍କା । ଷ୍ଟ୍ରାଇକ ରେଟ୍‌ ରହିଛି ୧୧୨ ।

ସେହିପରି ଅର୍ଦ୍ଧଶତକ ହାସଲ କରିଛନ୍ତି ରବୀନ୍ଦ୍ର ଜାଡେଜା । ଜାଡେଜା ୧୮୩ ବଲ ଖେଳି ୮୩ ରନରେ ଅପରାଜିତ ଅଛନ୍ତି । ଏଜବେଷ୍ଟନରେ ଖେଳାଯାଉଥିବା ମ୍ୟାଚର ପ୍ରଥମ ଦିନରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମନା କରିଥିଲା ଟିମ୍‌ ଇଣ୍ଡିଆ । ମାତ୍ର ୯୮ ରନରେ ୫ଟି ଓ୍ଵିକେଟ ହରାଇଥିଲା ଭାରତ । ହନୁମା ବିହାରୀ, ଶୁଭମନ ଗିଲ୍‌, ଚେତେଶ୍ୱର ପୂଜାରା, ଶ୍ରେୟସ ଆୟାର ଓ ବିରାଟ କୋହଲି ସଅଳ ଆଉଟ୍‌ ହୋଇଥିଲେ । ଏତିିକିବେଳେ ପାଳି ସମ୍ଭାଳିଥିଲେ ଓ୍ଵିକେଟ୍‌ କିପର୍‌ ବ୍ୟାଟର ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା । ଭାରତ ୭ ଓ୍ଵିକେଟ ହରାଇ କରିଛି ୩୩୮ ରନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.