ନିଜକୁ ଫିଟ୍ ରଖିବାକୁ ଘାସ କଟା ମେସିନକୁ ଏମିତି ବ୍ୟବହାର କଲେ ଋଷଭ ପନ୍ଥ, ଦେଖନ୍ତୁ ଭିଡିଓ

କରୋନା ଭାଇରସ ମହାମାରୀ ଯୋଗୁ ଆଇପିଏଲ ସିଜନ ୧୪ କିଛିଦିନ ପାଇଁ ସ୍ଥଗିତ ରହିଛି। ଏଣୁ ଖେଳାଳିମାନେ ଯିଏ ଯାହା ଘରକୁ ଫେରିଯାଇଛନ୍ତି। କରୋନା କାଳରେ ନିଜକୁ ଫିଟ୍ ରଖିବାକୁ କ୍ରିକେଟରମାନେ ବିଭିନ୍ନ ପନ୍ଥା ଆପଣାଉଛନ୍ତି। ନିକଟରେ ଟିମ୍ ଇଣ୍ଡିଆର ଖେଳାଳି ଋଷଭ ପନ୍ଥ ଟ୍ୱିଟରରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ଗାର୍ଡେନରେ ଘାସ କଥା ମେସିନରେ ଏକ୍ସରସାଇକ କରୁଥିବା ଦେଖାଯାଇଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ସେୟାର କରାଯାଉଛି।


ଟ୍ୱିଟରରେ ଭିଡିଓ ସେୟାର କରି ଋଷଭ ଲେଖିଛନ୍ତି, ୟେ ଦିଲ ମାଙ୍ଗେ ମୋର। ଭିଡିଓରେ ଦେଖାଯାଇଛି ଯେ ପନ୍ଥ ଘରେ ରହି ଘରୋଇ ଉପାୟରେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି।

ଋଷଭଙ୍କର ଏହି ଭିଡିଓରେ ତାଙ୍କ ଫ୍ୟାନମାନେ ଖୁବ ମଜାଳିଆ ରିଆକ୍ସନ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଆପଣ ବଢ଼ିଆ ଉପାୟ ଆପଣାଇଛନ୍ତି। ଏହାକୁ କେହି ବି ଟ୍ରାଏ କରିପାରେ। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଲକଡାଉନର ଠିକ ଉପଯୋଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.