ସୁଇମିଂ ପୁଲରେ ଚାଲିବା ଅଭ୍ୟାସ କରୁଛନ୍ତି ରିଷଭ ପନ୍ତ, ସେୟାର କଲେ ଭିଡିଓ

ରିଷଭଙ୍କ ଫ୍ୟାନ୍ସ ପାଇଁ ଖୁସି ଖବର । ବାଡି ସାହାରାରେ ଚାଲିଲେଣି ରିଷଭ ପନ୍ତ । ସୁଇମିଂ ପୁଲରେ ପାଣି ଭିତରେ ବାଡି ଧରି ଚାଲୁଥିବାର ଭିଡିଓ ସେୟାର କଲେ ପନ୍ତ ।

ଭୟଙ୍କର କାର ଦୁର୍ଘଟଣାର ଆହତ ହୋଇଥିବା ଟିମ୍‌ ଇଣ୍ଡିଆର ଖେଳାଳି ରିଷଭ ପନ୍ତ ସୁସ୍ଥ ହେଉଛନ୍ତି । ୨୫ ବର୍ଷୀୟ ଷ୍ଟାର ଓ୍ଵିକେଟପିର ଏବେ ବାଡି ଧରି ଚାଲୁଛନ୍ତି । ଖୁବଶୀଘ୍ର ସୁସ୍ଥ ହୋଇଯିବେ ରିଷଭ । ଆଉ ଏଥିରେ ନିଜେ ବହୁତ ଚେଷ୍ଟା କରୁଛନ୍ତି ରିଷଭ । ରିଷଭଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ସୁଇମିଂ ପୁଲ ଭିତରେ ଚାଲୁଥିବା ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ପନ୍ତ ସେୟାର କରିଥିବା ଭିଡିଓରେ ପାଣି ଭିତରେ ଚାଲୁଥିବାର ନଜର ଆସିଛନ୍ତି । ସୁଇମିଂ ପୁଲରେ ଥିବା ପାଣି ଭିତରେ ପନ୍ତ ଚାଲୁଛନ୍ତି । ହାତରେ ଖଣ୍ଡେ ବାଡି ଧରି ପନ୍ତ ଚାଲୁଥିବାର ନଜର ଆସିଛନ୍ତି । ଆଉ ପନ୍ତ ଲେଖିଛନ୍ତି , ‘ପ୍ରତ୍ୟେକ ଛୋଟ ବଡ ଜିନିଷ ପାଇଁ ବହୁତ କୃତଜ୍ଞ’ ।

 

View this post on Instagram

 

A post shared by Rishabh Pant (@rishabpant)

ଏହାପୂର୍ବରୁ ପନ୍ତ ୧୦ ଫେବୃଆରୀରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଦୁର୍ଘଟଣା ପରେ ପ୍ରଥମ ଥର ପାଇଁ ଚାଲୁଥିବାର ନଜର ଆସିଥିଲେ ।

 

View this post on Instagram

 

A post shared by Rishabh Pant (@rishabpant)

ଗତବର୍ଷ ଡିସେମ୍ବର ୩୦ରେ ପନ୍ତ ଡେରାଡୁନ ଯିବା ବାଟରେ ଭୟଙ୍କର କାର୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣାରେ ପନ୍ତଙ୍କ କାର ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ପନ୍ତ ପାଖାପାଖି ୬ ସପ୍ତାହ ପର୍ଯ୍ୟନ୍ତ ମୁମ୍ବାଇର କୋକିଲାବେନ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ଆଣ୍ଠୁ ଲିଗାମେଣ୍ଟ ସର୍ଜରୀ ହୋଇଥିଲା । ତେବେ ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ସେ ସେବେଠାରୁ ଚିକିତ୍ସିତ ହେଉଛନ୍ତି। ଆଜି ପନ୍ତ ପାଣି ଭିତରେ ଚାଲୁଥିବା ଭିଡିଓକୁ ସେୟାର କରିଥିବା ବେଳେ ଏହାପୂର୍ବରୁ ସେ ଚେସ୍ ଖେଳୁଥିବା ଫଟୋ ଅପଲୋଡ କରିଥିଲେ। ସେହିପରି ସେ ଖରାରେ ବସିବା ବେଳର ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଆହତ ସମସ୍ୟା ଯୋଗୁ ପନ୍ତ କ୍ରିକେଟରୁ ଦୂରେଇ ଯାଇଛନ୍ତି। ମ୍ୟାଚ୍ ଫିଟନେସ ପାଇଁ ତାଙ୍କୁ ଗୋଟିଏ ବର୍ଷ ସମୟ ଲାଗିବାର ସମ୍ଭାବନା ରହିଛି।

Leave A Reply

Your email address will not be published.