ଆଇପିଏଲ୍ ୨୦୨୩ରେ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ନଜର ଆସିବେ ରିଷଭ ପନ୍ତ ! ଟିମର ହେଡ କୋଚ୍ ରିକି ପଏଣ୍ଟିଂ ଦେଲେ ସୂଚନା
କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଆଇପିଏଲ୍ ୨୦୨୩ରେ ନଜର ଆସିବେ ରିଷଭ ପନ୍ତ । ଟିମ୍ ଖେଳାଳିଙ୍କ ମନୋବଳ ବଢାଇବା ପାଇଁ ଷ୍ଟାଡିୟମରେ ଖେଳ ଦେଖିବେ ରିଷଭ ! ଦିଲ୍ଲି କ୍ୟାପିଟାଲ୍ସର ହେଡ କୋଚ ରିକି ପଏଣ୍ଟିଂ ଦେଲେ ଏଭଳି ସୂଚନା ।

ଆଉ କିଛିଦିନ ପରେ ଆରମ୍ଭ ହୋଇଯିବ ଫଟାଫଟ କ୍ରିକେଟର ମହାକୁମ୍ଭ ଆଇପିଏଲ ୨୦୨୩ । ଏଥିପାଇଁ ସମସ୍ତ ଟିମ୍ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଚଳିତଥରର ଆଇପିଏଲ୍ ବହୁତ ଖାସ୍ ହେବାକୁ ଯାଇଛି । କରୋନା ମହାମାରୀ ପରେ ପୁଣିଥରେ ପୁରୁଣା ଅନ୍ଦାଜରେ ଫେରୁଛି ଆଇପିଏଲ । ଯାହାକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । ଏହା ମଧ୍ୟରେ ଦିଲ୍ଲୀ ଟିମର ଲୋକାଲ ବଏ ରିଷଭ ପନ୍ତଙ୍କୁ ସାଥି ଖେଳାଳି ବହୁତ ମିସ୍ କରିବେ । ତେବେ ରିଷଭଙ୍କୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସର ହେଡ କୋଚ୍ ରିକି ପଏଣ୍ଟିଂ ବଡ ଅପଡେଟ୍ ଦେଇଛନ୍ତି । ଯାହାକୁ ଜାଣିବା ପରେ ଫ୍ୟାନ୍ସ ଖୁସି ହୋଇଯିବେ । ଆଇପିଏଲ୍ ସମୟରେ ରିଷଭ ଷ୍ଟାଡିୟମରେ ନଜର ଆସିବେ ।
ଦିଲ୍ଲୀ କ୍ୟାପିଟାଲ୍ସର ହେଡ କୋଚ ରିକି ପଏଣ୍ଟିଂ ଶୁକ୍ରବାର ଦିନ ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଜର୍ସି ଲଞ୍ଚ କରିଛନ୍ତି । ଏହି ସମୟରେ ରିଷଭ ପନ୍ତଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ରିକି ପଏଣ୍ଟିଂ କହିଛନ୍ତି, ଆଇପିଏଲ୍ ସମୟରେ ରିଷଭ ଷ୍ଟାଡିୟମରେ ନଜର ଆସିବେ । ରିଷଭ ଡଗଆଉଟ୍ରେ ବସି ମ୍ୟାଚ୍ ଦେଖିବାକୁ ଆଶା ରଖିଛନ୍ତି ପଏଣ୍ଟିଂ । କୋଚ ଏବଂ ଅଧିନାୟକ ଠାରୁ ଅଧିକ ଜଣେ ବନ୍ଧୁ ଭାବେ ରିଷଭ ଏବଂ ମୋର ସୁଦୃଢ ସଂପର୍କ ରହିଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ପଏଣ୍ଟିଂ କହିଛନ୍ତି ।
ବର୍ଷ ଆରମ୍ଭରୁ ଦୁର୍ଘଟଣାର ଶିକାର ହୋଇ ଆଇପିଏଲରୁ ବାଦ୍ ପଡିଛନ୍ତି ଷ୍ଟାର କ୍ରିକେଟର ଋଷଭ ପନ୍ତ । ତେଣୁ ଚଳିତବର୍ଷ ଆଇପିଏଲରେ ଅଧିନାୟକ ପଦ ଡେଭିଡ ୱାର୍ଣ୍ଣରଙ୍କ ଦିଆଯାଇଛି । କିନ୍ତୁ ମୁଖ୍ୟ କୋଚ ରିକି ପଣ୍ଟିଂ ଚାହୁଁଛନ୍ତି ଯେ, ଦଳର ନିୟମିତ ଅଧିନାୟକ ଋଷଭ ପନ୍ତ ଖେଳାଳିମାନଙ୍କ ସହ ସାମିଲ ହୁଅନ୍ତୁ । ତାଙ୍କ ଉପସ୍ଥିତି ଏବଂ ସ୍ମୃତିକୁ ମ୍ୟାଚରେ ତାଜା ରଖିବା ପାଇଁ ଚାହୁଁଛନ୍ତି ଟିମର ସମସ୍ତ ସଦସ୍ୟ ।
ସୂଚନାଯୋଗ୍ୟ, ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଥମ ଆଇପିଏଲ୍ ମ୍ୟାଚ୍ ଲକ୍ଷ୍ନୌ ସୁପରଜିଆଣ୍ଟସ ସହିତ ରହିଛି । ଦୁହେଁ ଏପ୍ରିଲ ୧ ତାରିଖଷର ମ୍ୟାଚ ଷଖଳିବେ । ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ମ୍ୟାଚ ହେବ ।