କ୍ରୀଡା

IPL ୨୦୨୧ରେ ରିଷଭ ପନ୍ଥ ହିଁ ରହିବେ ଦିଲ୍ଲୀ କ୍ୟାପିଟାଲ୍ସର କ୍ୟାପ୍‌ଟେନ୍‌, ଖେଳିନପାରନ୍ତି ଶ୍ରେୟସ ଅୟର

ୟୁଏଇରେ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌। ଏଥିପାଇଁ ସବୁ ଦଳର ଖେଳାଳି ନିଜକୁ ପ୍ରସ୍ତୁତ କରୁଛନ୍ତି। ତେବେ ଇତି ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦ୍ୱିତୀୟ ପର୍ଯ୍ୟାୟରେ ଭାରତୀୟ ଓ୍ଵିକେଟ୍‌ କିପର ରିଷଭ ପନ୍ଥ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ୱ କରିବେ ବୋଲି ଜଣାଯାଇଛି।

ଫ୍ରାଞ୍ଚାଇଜ୍‌ ସହ ଜଡ଼ିତ ସୂତ୍ରଙ୍କ କହିବାନୁସାରେ, ପନ୍ଥ ଆଇପିଏଲ୍‌ ୨୦୨୧ରେ କ୍ୟାପ୍‌ଟେନ୍‌ ଭାବେ ଟିମ୍‌ର କମାଣ ସମ୍ଭାଳିବେ। କାରଣ ଟିମ୍‌ ନିଜ ସ୍ଥାୟୀ କ୍ୟାପ୍‌ଟେନ୍‌ ଶ୍ରେୟସ ଅୟରଙ୍କୁ ସୁସ୍ଥ ହେବାକୁ ଆଉ କିଛି ଦିନ ଦେବାକୁ ଚାହୁଁଛି। ତେବେ ଖୁସିର କଥା ହେଉଛି, ଶ୍ରେୟସ ଏବେ ପୁଣିଥରେ ଫିଟ୍‌ ହୋଇଛନ୍ତି ଓ ମଇଦାନକୁ ଆସିବାକୁ ଚାହୁଁଛନ୍ତି। କିନ୍ତୁ ଡିସିର ମ୍ୟାନେଜମେଣ୍ଟ ଚାହୁଁଛନ୍ତି ଶ୍ରେୟସ ଆଉ କିଛି ଦିନ ଆରାମ କରନ୍ତୁ। ସେ ଫେରିବା ଯାଏଁ ଏବେ ପନ୍ଥ ହିଁ ଅଧିନାୟକ ପଦରେ ରହିବେ।

ସୂଚନାଯୋଗ୍ୟ ଯେ ପନ୍ଥଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ଟିମ୍‌ ଏଥରକ ଆଇପିଏଲ ୨୦୨୧ରେ ସ୍କୋର ବୋର୍ଡରେ ସବୁଠୁ ଉପରେ ଅଛି। କ୍ୟାପିଟାଲ୍ସ ନିଜର ସମସ୍ତ ୮ଟି ମ୍ୟାଚ୍‌ରୁ ୬ଟିରେ ବିଜୟ ଲାଭ କରିଛି। ଏବେ ଖେଳାଳିମାନେ ୟୁଏଇରେ ହେବାକୁ ଥିବା ବାକି ମ୍ୟାଚ୍‌ ପାଇଁ ଫୁଲ୍‌ ଦମ୍‌ରେ ଲାଗିପଡ଼ିଛନ୍ତି।

WCW 11

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago