ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଲେ ଫ୍ୟାନ୍ସଙ୍କୁ ପୁରସ୍କାର ଦେବେ ପନ୍ତ, ମିଳିବ ଟଙ୍କା ସହିତ ମାଗଣା ବିମାନ ଟିକେଟ

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଭାରତର ସୁନା ପୁଅ ନୀରଜ ଚୋପ୍ରା ଫାଇନାଲରେ ଏଣ୍ଟ୍ରି କରିଛନ୍ତି । ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର କ୍ୱାଲିଫିକେସନ ରାଉଣ୍ଡର ପ୍ରଥମ ଥ୍ରୋରେ ଫାଇନାଲରେ ପ୍ରବେଶ କରିଥିଲେ ନୀରଜ । ନୀରଜ କ୍ୱାଲିଫିକେସନ ରାଉଣ୍ଡରେ ୮୯.୩୪ ମିଟର ଜାଭେଲିନ ପକାଇଥିଲେ । ନୀରଜଙ୍କ ଫାଇନାଲକୁ ସମସ୍ତ ନଜର ରହିଛି । ଏହାରି ମଧ୍ୟରେ ଭାରତୀୟ କ୍ରିକେଟ ଟିମର ବ୍ୟାଟର ରିଷଭ ପନ୍ତ ନୀରଜଙ୍କ ସମର୍ଥନରେ ଫ୍ୟାନ୍ସଙ୍କୁ ପୁରସ୍କାର ଦେବାକୁ ଟ୍ଵିଟ୍‌ କରି ଘୋଷଣା କରିଛନ୍ତି ।

ସୋସିଆଲ ମିଡିଆରେ ପନ୍ତ ଏକ ଫୋଷ୍ଟ ସେୟାର କରିଛନ୍ତି, ସେ କହିଛନ୍ତି, ଯଦି ନୀରଜ ଆସନ୍ତାକାଲି ଗୋଲ୍ଡ ଜିତିବେ, ତେବେ ରିଷଭ ନିଜର ଫ୍ୟାନ୍ସଙ୍କୁ ୧ ଲକ୍ଷ ୮୯ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ । ଏହାବାଦ ୧୦ ଜଣଙ୍କୁ ସେ ମାଗଣାରେ ଫ୍ଲାଇଟ ଟିକେଟ ବି ପ୍ରଦାନ କରିବାକୁ ଯାଉଛନ୍ତି । ଆଉ ଆମ ସମସ୍ତଙ୍କ ଭା ନୀରଜଙ୍କୁ ସମର୍ଥନ କରନ୍ତୁ । ରିଷଭଙ୍କ ପୋଷ୍ଟକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ରହିଛନ୍ତି ।

ନୀରଜ ଚୋପ୍ରା ଗ୍ରୁ ବିରେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗିଛନ୍ତି । ଏହି ଗ୍ରୁପରେ ଫାଇନାଲକୁ ଯୋଗ୍ୟତା ଅର୍ଜନ ପାଇଁ ୮୪ ମିଟର ଦୂରତା ଧାର୍ଯ୍ୟ କରାଯାଇଥିଲା । ନୀରଜଙ୍କ ସହିତ ପାକିସ୍ତାନର ଅର୍ଶଦ ନଦୀମ ମଧ୍ୟ ଫାଇନାଲକୁ ଯାଇଛନ୍ତି । ସେ ପ୍ରଥମ ପ୍ରୟାସରେ ୮୬.୫୯ ମିଟର ଜାଭେଲିନ ପକାଇଛନ୍ତି । ନୀରଜଙ୍କ ଭଳି ନଦୀମ ମଧ୍ୟ ପ୍ରଥମ ପ୍ରୟାସରେ ଫାଇନାଲରେ ପହଞ୍ଚିଛନ୍ତି ।

ସୂଚନାଯୋଗ୍ୟ, ରିଷଭ ପନ୍ତ ଶ୍ରୀଲଙ୍କା ବିପକ୍ଷ ୨ଟି ଦିନିକିଆରେ ଟିମରୁ ବାଦ୍‌ ପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.