ବିଶ୍ୱକପ୍ ପାଇଁ ଇଂଲଣ୍ଡ ଅଭିମୁଖେ ଋଷଭ ପନ୍ଥ, ବିକଳ୍ପ ଖେଳାଳି ଭାବେ ଦଳରେ ସାମିଲ

ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ବଡ଼ ଝଟକା। ଆହତ କାରଣରୁ ତିନି ସପ୍ତାହ ପାଇଁ ଦଳରୁ ବାଦ ପଡ଼ିଲେ ଧୁରନ୍ଧର ଓପନର ଶିଖର ଧଓ୍ଵନ। ତାଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିଛି। ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ର ହିରୋ ଶିଖର ଧଓ୍ଵନ ଦଳରୁ ବାଦ ପଡ଼ିବା ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇଛି। ଫଳରେ ଆସନ୍ତା ୧୩ ତାରିଖରେ ନ୍ୟୁଜିଲାଣ୍ଡ ଓ ୧୬ ତାରିଖରେ ଖେଳାଯିବାକୁ ଥିବା ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ ଖେଳି ପାରିବେ ନାହିଁ ଶିଖର ଧଓ୍ଵନ।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଶିଖର ଧଓ୍ଵନ ଶତକୀୟ ଇନିଂସ ଖେଳିଥିଲେ। ୧୦୯ ବଲରେ ହାସଲ କରିଥିଲେ ୧୧୭ ରନ୍। ତାଙ୍କର ଧୂଆଁଧାର ଇନିଂସ ବଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଆଗରେ ୩୫୩ ରନ୍ ଟାର୍ଗେଟ ଠିଆ କରିଥିଲା। ଏହି ମ୍ୟାଚରେ ନାଥନ୍ କଲଟରଙ୍କ ଏକ ବଲ୍ ତାଙ୍କ ହାତରେ ବାଜିଥିଲା। ଯନ୍ତ୍ରଣା ସତ୍ତ୍ୱେ ବ୍ୟାଟିଂ କରିଥିଲେ ବି ଫିଲଡିଂ କରି ପାରି ନଥିଲେ। ତାଙ୍କ ସ୍ଥାନରେ ପୂରା ୫୦ ଓଭର ଫିଲଡିଂ କରିଥିଲେ ରବୀନ୍ଦ୍ର ଜାଡେଜା। ଧଓ୍ଵନ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ କିଏ ଖେଳିବେ। ଲୋକେଶ ରାହୁଲ ରୋହିତ ଶର୍ମାଙ୍କ ସହ ଇନିଂସ ଓପନ୍ କରିବେ ନା ଶ୍ରେୟସ ଆୟାର ଓ ରୁଷଭ ପନ୍ଥଙ୍କୁ ସୁଯୋଗ ମିଳିବ, ତାଉପରେ ଏବେ ନଜର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.