ରୋହିତ ରକ୍ତାକ୍ତ ଆଙ୍ଗୁଠିରେ ବ୍ୟାଟିଂ କରୁଥିବା ଦେଖି ଭାବବିହ୍ଵଳ ହେଲେ ପତ୍ନୀ ରିତିକା, କଲେ ଇମୋସନାଲ ପୋଷ୍ଟ

ଭାରତ ଓ ବାଂଲାଦେଶ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଭାରତ ଦ୍ୱିତୀୟ ଦିନିକିଆ ମଧ୍ୟ ହାରିଛି । ହେଲେ ଏହି ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଯାହା କରିଛନ୍ତି, ତାହା ସମସ୍ତଙ୍କର ହୃଦୟ ଜିତିନେଇଛି । ରୋହିତଙ୍କ ହାତରୁ ରକ୍ତ ବାହାରୁଥିବା ସତ୍ତ୍ୱେ ମଧ୍ୟ ଧୂଆଁଦାର ବ୍ୟାଟିଂ କରୁଥିଲେ । ଆଉ ରୋହିତଙ୍କ ଏପରି ଇନିଂସ ଦେଖି ତାଙ୍କ ପତ୍ନୀ ରିତିକା ସଜଦେହ ନିଜ ଇନଷ୍ଟାଗ୍ରାମରେ ଭାବିବହ୍ଵଳ ପୋଷ୍ଟ କରିଛନ୍ତି ।

ରିତିକା ରୋହିତ ଶର୍ମାଙ୍କ ଏକ ଫଟୋ ପୋଷ୍ଟ କରି କହିଛନ୍ତି, ‘ମୁଁ ତୁମକୁ ବହୁତ ଭଲପାଏ ଆଉ ମୁଁ ତୁମକୁ ନେଇ ଗର୍ବ କରେ । ଆଉ ତମେ ଯାହା କରିଚ..।’

ଆହତ ସମସ୍ୟା ଯୋଗୁଁ ରୋହିତ ଓପନିଂ ପାଇଁ ଆସିନଥିଲେ। ହେଲେ ଯେତେବେଳେ ଦଳ ୭ ୱିକେଟ୍ ହରାଇ ସାରିଥିଲା, ସେତେବେଳେ ଆହତ ହିଟ୍ ମ୍ୟାନ୍ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇ ଆସିଥିଲେ, ଆଘାତ ପାଇଥିବା ଆଙ୍ଗୁଠିରେ ରୋହିତ ବାଂଲାଦେଶୀ ବୋଲରଙ୍କ ଜୋରଦାର ପ୍ରହାର କରିଥିଲେ । ତେବେ ରୋହିତଙ୍କ ପ୍ରଦର୍ଶନ ପାଇଁ ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସା କରାଯାଉଛି ।

ritika insta

ରୋହିତ ଶର୍ମା ୨୮ ବଲରୁ ୫୧ ରନର ଅପରାଜିତ ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୩ ଚୌକା ଓ ୫ ଛକା ମାରିଥିଲେ, ତାଙ୍କ ବ୍ୟାଟିଂ ଏବଂ ଉତ୍ସାହ ପ୍ରଶଂସକଙ୍କ ହୃଦୟ ଜିତିଥିଲା ।

ସୂଚନାଯୋଗ୍ୟ, ଫିଲ୍ଡିଂ କରୁଥିବା ସମୟରେ ଦ୍ୱିତୀୟ ସ୍ଲିପରେ ରୋହିତ ମହମ୍ମଦ ସିରାଜଙ୍କ ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ଅନାମୁଲ ହକଙ୍କ କ୍ୟାଚ୍ ଛାଡିଥିଲେ ଏବଂ ଏହି ସମୟ ମଧ୍ୟରେ ତାଙ୍କ ବାମ ହାତର ବୁଢା ଆଙ୍ଗୁଠିରୁ ରକ୍ତ ବାହାରିବା ଆରମ୍ଭ କରିଥିଲା । ଆଘାତ କାରଣରୁ ଅଧିନାୟକ ରୋହିତ ଶର୍ମା ପଡ଼ିଆରୁ ବାହାରି ହସପିଟାଲ ପହଞ୍ଚିଥିଲେ ।

ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ମେହେଦି ହାସନ ମିରାଜଙ୍କ ଶତକ ବଳରେ ୭ ଓ୍ଵିକେଟ୍‌ରେ ୨୭୧ ରନ୍‌ ସଂଗ୍ରହ କରିଥିଲା । ପରେ ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍‌ ବିନିମୟରେ ୨୬୬ ରନ୍‌ ହିଁ କରି ପାରିଥିଲା ।
ଭାରତ ପକ୍ଷରୁ ଶ୍ରେୟସ ଆୟର ୧୦୨ ବଲ୍‌ରେ ୮୨ ରନ୍‌ କରିଥିଲେ । ଅକ୍ଷର ପଟେଲ ୫୬ ବଲ୍‌ରେ ୫୬ ରନ୍‌ ଏବଂ ରୋହିତ ଶର୍ମା ୨୮ ବଲ୍‌ରେ ଅପରାଜିତ ୫୧ ରନ୍‌ କରିଥିଲେ । ରୋହିତ ୫ଟି ଛକା ଓ ୩ଟି ଚୌକା ମାରି ଦଳକୁ ବିଜୟର ନିକଟତର କରାଇଥିଲେ । ହେଲେ ରନ୍‌ ହାର ଅଧିକ ଥିବାରୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇ ପାରିଲେ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.