ମଇଦାନକୁ ଦୌଡି ଆସିଲେ ରିୟାନଙ୍କ ଫ୍ୟାନ୍, ପାଦ ଛୁଇଁବା ପରେ କଲେ କିସ୍

ଆଇପିଏଲରେ ଗତକାଲି ରାଜସ୍ଥାନ ରୟାଲ୍ସ ଏବଂ କୋଲକତା ନାଇଟ ରାଇଡର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । କୋଲକତା ନାଇଟ ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ହରାଇଥିଲା । କିନ୍ତୁ ଏହି ମ୍ୟାଚରେ ଏମିତି କିଛି ଘଟିଥିଲା, ଯାହା ପାଇଁ କିଛି ସମୟ ପାଇଁ ଖେଳ ରୋକିବାକୁ ପଡିଥିଲା । କୋଲକତାର ଇନିଂସ ସମୟରେ ଜଣେ ଫ୍ୟାନ୍ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗଙ୍କ ପାଦ ଛୁଇଁବାକୁ ଆସିଥିଲେ । ଏହାପରେ ତୁରନ୍ତ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିନେଇଥିଲେ ।

କୋଲକତା ନାଇଟ ରାଇଡର୍ସର ଇନିଂସର ୪ର୍ଥ ଓଭରରେ ଖେଳ ରୋକିବାକୁ ପଡିଥିଲା । କୋଲକତାର ଇନିଂସ ସମୟରେ ଜଣେ ଫ୍ୟାନ୍ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗଙ୍କ ପାଦ ଛୁଇଁବା ପରେ ତାଙ୍କୁ କିସ୍ କରିଥିଲେ । ଏହାପରେ ତୁରନ୍ତ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିନେଇଥିଲେ ।

ରାଜସ୍ଥାନ ରୟାଲ୍ସର ଅଧିନାୟକ ସଂଜୁ ସାମସନଙ୍କ ଅନୁପସ୍ଥିତିରେ ରିୟାନ ପରାଗଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିଲା । ରିୟାନ ପରାଗ ନିଜ ଘରୋଇ ମଇଦାନରେ ଫ୍ୟାନ୍ସଙ୍କୁ ଜବରଦସ୍ତ ସମର୍ଥନ ମିଳିଥିଲା । ରିୟାନ ପରାଗ ୧୫ ବଲରେ ୨୫ ରନ୍ କରିଥିଲେ । ଏହାସହିତ ୪ ଓଭର ବୋଲିଂ କରିଥିଲେ ।

ଗତକାଲି ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ମାତ୍ର ୧୫୨ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ଯାହାକୁ କୋଲକାତା ୧୫ ବଲ ପୂର୍ବରୁ କେବଳ ୨ ୱିକେଟ ହରାଇ ହାସଲ କରି ନେଇଥିଲା ।  ମୋଇନ ଅଲ୍ଲୀ ୫ ରନ ଓ ଅଧିନାୟକ ଆଜିଙ୍କ୍ୟ ରାହାଣେ ୧୮ ରନ କରିଥିଲେ । ଅନ୍ୟତମ ଓପନର କ୍ବିଣ୍ଟନ ଡିକକ୍ ଅପରାଜିତ ୯୭ ରନ ଓ ଅଙ୍ଗକ୍ରିସ ରଘୁବଂଶୀ ଅପରାଜିତ ୨୨ରନ ଅଭିଭାଜିତ ତୃତୀୟ ୱିକେଟରେ ୮୩ ରନ ଯୋଡି କୋଲକତାକୁ ସହଜ ବିଜୟ ଉପହାର ଦେଇଥିଲେ । ଜୋଫ୍ରା ଆର୍ଟରଙ୍କୁ ଛକା ମାରି ଅପରାଜିତ ଡିକକ କୋଲକାତାର ବିଜୟ ମୁଣ୍ଡି ମାରିଥିଲେ । ଡି କକ ୮ଟି ଚୌକା, ୬ଟି ଛକା ମାରି ୬୧ ବଲରେ ୯୭ ରନ କରିଥିଲେ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ପାୱାର ପ୍ଲରେ ଗୋଟିଏ ୱିକଟେ ହରାଇ ୫୪ ରନର ସମ୍ମାନଜନକ ସ୍କୋର କରିଥିଲା ।

Also Read : ମୁମ୍ବାଇରେ ନୂଆ ଘର କିଣିଲେ ସୂର୍ଯ୍ୟକୁମାର ଯାଦବ, ଦାମ୍ ଶୁଣିଲେ ହେବେ ଆଶ୍ଚର୍ଯ୍ୟ