ଚେନ୍ନାଇ ଠାରୁ ଜିତିଲେ ସିନା ହେଲେ ୧୨ ଲକ୍ଷ ଘାଟା ହେଲା ରିୟାନ ପରାଗଙ୍କର

ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ୍ ପରାଗ ଗତକାଲି ଦଳକୁ ଚେନ୍ନାଇ ସୁପର କିଙ୍ଗସ ବିରୋଧରେ ବିଜୟୀ କରାଇଲେ । ହେଲେ ନିଜେ କ୍ଷତି ସହିଲେ । ତାଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲାଗିଛି । ସଞ୍ଜୁ ସାମସନଙ୍କ ସ୍ଥାନରେ ଅସ୍ଥାୟୀ ଅଧିନାୟକ ଭାବେ ଦାୟିତ୍ବ ତୁଲାଉଛନ୍ତି ରିୟାନ ପରାଗ । ତେବେ ଗତକାଲି ଚେନ୍ନାଇ ବିରୋଧରେ ୬ ରନର ଲଢୁଆ ବିଜୟ ହାସଲ କରିବା ପରେ ଏଭଳି ଜରିମାନା ଲାଗିଛି ତାଙ୍କ ଉପରେ । ତାଙ୍କ ଦଳ ମନ୍ଥର ବୋଲିଂ କରିବା ଯୋଗୁଁ ଏହି ଜରିମାନା ଲାଗୁ ହୋଇଛି ।
ରାଜସ୍ଥାନ ତାର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ଯାଇଥିଲା । ତାର ପରବର୍ତ୍ତୀ ମ୍ୟାଚ୍ ୫ ତାରିଖ ଦିନ ପଞ୍ଜାବ କିଙ୍ଗସ ସହିତ ଅଛି ।