ସୋସିଆଲ ମିଡିଆରେ ଚର୍ଚ୍ଚା, ଟଙ୍କା ଦେଇ ଭଡ଼ାରେ ଫ୍ୟାନ୍ସ ଯୋଗାଡ଼ କରିଥିଲେ ରିୟାନ ପରାଗ

ଅଡୁଆରେ ରାଜସ୍ଥାନ ରୟାଲ୍ସ କ୍ୟାପଟେନ ରିୟାନ ପରାଗ । ଗୌହାଟୀ ମ୍ୟାଚରେ ପଡ଼ିଆରେ ପଶି ଫ୍ୟାନ୍ସ ତାଙ୍କ ପାଦ ଛୁଇଁବା ପରେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି ରିୟାନ । ୧୦ହଜାର ଟଙ୍କା ଦେଇ ଭଡ଼ାରେ ପ୍ରଶଂସକ ଯୋଗାଡ଼ କରିଥିବା ନେଇ ସୋସିଆଲ ମିଡିଆରେ ଦାବି କରାଯାଉଛି ।
ରାଜସ୍ଥାନ ରୟାଲସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଜଣେ ଫ୍ୟାନ୍ସ ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆରେ ପ୍ରବେଶ କରିଥିଲେ । ଫ୍ୟାନସ ଜଣକ ପରାଗଙ୍କ ପାଖକୁ ଯାଇ ତାଙ୍କ ପାଦ ଛୁଇଁବା ସହ କୁଣ୍ଢାଇ ପକାଇଥିଲେ । ତେବେ ପରେ ସୁରକ୍ଷାକର୍ମୀ ଫ୍ୟାନସ ଜଣଙ୍କୁ ମୈଦାନରୁ ବାହାର କରିଥିଲା । ଏହାପରେ ସୋସିଆଲ ମିଡିଆରେ ରିୟାନ ପରାଗଙ୍କୁ ଜୋରଦାର ଟ୍ରୋଲ କରାଯାଉଛି ।
ଆସାମର ଖେଳାଳି ରିୟାନ ପରାଗ ଆଇପିଏଲର ପ୍ରଥମ ତିନିଟି ମ୍ୟାଚରେ ରାଜସ୍ଥାନ ରୟାଲସର କ୍ୟାପଟେନ ଅଛନ୍ତି। ସଞ୍ଜୁ ସାମସନ ସଂପୂର୍ଣ୍ଣ ଫିଟ ନଥିବାରୁ ରିୟାନଙ୍କୁ ଅଧିନାୟକ ଦାୟିତ୍ବ ମିଳିଛି ।
ସୂଚନାଯୋଗ୍ୟ , କୋଲକତା ନାଇଟ ରାଇଡର୍ସର ଇନିଂସର ୪ର୍ଥ ଓଭରରେ ଖେଳ ରୋକିବାକୁ ପଡିଥିଲା । କୋଲକତାର ଇନିଂସ ସମୟରେ ଜଣେ ଫ୍ୟାନ୍ ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗଙ୍କ ପାଦ ଛୁଇଁବା ପରେ ତାଙ୍କୁ କିସ୍ କରିଥିଲେ । ଏହାପରେ ତୁରନ୍ତ ସୁରକ୍ଷାକର୍ମୀ ତାଙ୍କୁ କାବୁ କରିନେଇଥିଲେ । ରାଜସ୍ଥାନ ରୟାଲ୍ସର ଅଧିନାୟକ ସଂଜୁ ସାମସନଙ୍କ ଅନୁପସ୍ଥିତିରେ ରିୟାନ ପରାଗଙ୍କୁ ଅଧିନାୟକ ଦାୟିତ୍ବ ମିଳିଥିଲା ।
Also Read : ସନରାଇଜର୍ସ ହାଇଦ୍ରାବାଦକୁ ୫ ୱିକେଟରେ ହରାଇବା ପରେ ଖୁସିରେ ନାଚିଲେ ଲକ୍ଷ୍ନୌ ମାଲିକ, ରିଷଭ ପନ୍ତଙ୍କୁ କଲେ ଆଲିଙ୍ଗନ