କ୍ରିକେଟର ସବୁ ଫର୍ମାଟରୁ ସନ୍ନ୍ୟାସ ନେଲେ ରବିନ ଉତ୍ଥାପା, ଟ୍ଵିଟ୍ କରି ଦେଲେ ସୂଚନା

ଟିମ ଇଣ୍ଡିଆ ବ୍ୟାଟସମ୍ୟାନ୍ ତଥା ଟି-୨୦ ବିଶ୍ୱକପ ହିରୋ ରବିନ୍ ଉତ୍ଥାପା ସବୁ ପ୍ରକାର କ୍ରିକେଟ ଫର୍ମାଟରୁ ଅବସର ନେଛନ୍ତି। ନିଜ ଟ୍ଵିଟର ପେଜରେ ଉତ୍ଥାପା ସନ୍ନ୍ୟାସ ନେବା କଥା ଘୋଷଣା କରିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପ୍ରେ ହିରୋ ସାଜିଥିଲେ ରବିନ୍। ଉଦ୍ଘାଟନୀ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ରବିନଙ୍କ ଧୂଆଁଦାର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଥିଲା।
ଟ୍ଵିଟ୍ କରି ରବିନ୍ ଲେଖିଛନ୍ତି ଯେ, ଦେଶ ତଥା ନିଜ ରାଜ୍ୟ କର୍ଣ୍ଣାଟକରୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସବୁଠାରୁ ଗୌରବର ବିଷୟ। ତଥାପି ସମସ୍ତ ଭଲ ଜିନିଷର ଏକ ଅନ୍ତ ଘଟିବା ଆବଶ୍ୟକ । ମୁଁ କୃତଜ୍ଞତାର ସହ ମୁଁ ସମସ୍ତ ପ୍ରକାର ଭାରତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଉଛି। ଏହା ସହିତ ସେ ବିସିସିଆଇ ସଭାପତି ଓ ଅନ୍ୟ କର୍ମକର୍ତ୍ତା, ନିଜର ପୂର୍ବତନ ଟିମମେଟ୍, ସେ ଖେଳିଥିବା ଆଇପିଏଲ ଫ୍ରାଞ୍ଚାଇଜି, ନିଜର ପରିବାର ସଦସ୍ୟ, କର୍ଣ୍ଣାଟକ, ସୌରାଷ୍ଟ୍ର ଓ କେରଳ କ୍ରିକେଟ ଆସୋସିଏସନକୁ ଧନ୍ୟବାଦ ଜଣାଉଛି।
It has been my greatest honour to represent my country and my state, Karnataka. However, all good things must come to an end, and with a grateful heart, I have decided to retire from all forms of Indian cricket.
Thank you all ❤️ pic.twitter.com/GvWrIx2NRs
— Robin Aiyuda Uthappa (@robbieuthappa) September 14, 2022
ଆଇପିଲରେ ଜଣେ ଚର୍ଚ୍ଚିତ ଚେହେରା ଥିଲେ ଉତ୍ଥାପା। ତାଙ୍କ ଖେଳ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିପାରିଥିଲା । ୨୦୨୧ରେ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଆଇପିଏଲ୍ ଖେଳୁଥିଲେ। ୨୦୧୪ ଆଇପିଏଲ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ରବିନ ମୋଟ ୬୬୦ ରନ୍ କରିଥିଲେ। ତାଙ୍କ ଷ୍ଟ୍ରାଇକରେଟ୍ ଥିଲା ୧୩୮। ଗୌତମ ଗମ୍ଭୀରଙ୍କ ଅଧିନାୟକତ୍ୱରେ ୨୦୧୨ ଏବଂ ୨୦୧୪ରେ କୋଲକତା ନାଇଟ ରାଇଡର୍ସ ଆଇପିଏଲ୍ ଟାଇଟଲ ଜିତିଥିଲ। ।
The Fans. The Pride. You.
Our bond is everlasting! Super Thanks, Robbie! 🤘🏻💛 #77#WhistlePoduForever #Yellove 🦁💛 pic.twitter.com/MRwf6G4gE1— Chennai Super Kings (@ChennaiIPL) September 14, 2022
ରବିନ ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ୪୬ଟି ଦିନିକିଆ ମ୍ୟାଚ ଖେଳି ମୋଟ ୯୩୪ ରନ କରିଛନ୍ତି । ଏହା ସହିତ ସେ ୧୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ମୂହୂର୍ତ୍ତ ଥିଲା ୨୦୦୭ ରେ ଟି-୨୦ ବିଶ୍ୱକପ ଚାମ୍ପିଅନ ହୋଇଥିବା ଭାରତୀୟ ଦଳର ମୁଖ୍ୟ ଖେଳାଳି ଥିଲେ ।
Also Read : ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଭେଙ୍କଟେଶଙ୍କ ବେକରେ ବାଜିଲା ବଲ୍, ପଡିଆରୁ ଆମ୍ବୁଲାନ୍ସ ଯୋଗେ ଗଲେ ହସପିଟାଲ