ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡ BCCIର ପରବର୍ତ୍ତୀ ସଭାପତି ହେବେ ରୋଜର ବିନ୍ନି

କେନ୍ୟୁଜ୍: BCCI ସଭାପତି ହେବେ ବିନ୍ନି । ବିଶ୍ୱର ସବୁଠୁ ବିତ୍ତଶାଳୀ କ୍ରିକେଟ୍‌ ବୋର୍ଡର ପରବର୍ତ୍ତୀ ସଭାପତି ହେବେ ରୋଜର ବିନ୍ନି । ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳର ହିରୋ ରୋଜର ବିନ୍ନି । ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲୀଙ୍କ ସ୍ଥାନ ନେବେ ରୋଜର ବିନ୍ନି । ୬୭ ବର୍ଷୀୟ ବିନ୍ନି ବିସିସିଆଇର ୩୬ତମ ସଭାପତି ହେବେ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ପୁଅ ଜୟ ଶାହ କ୍ରମାଗତ ଦ୍ୱିତୀୟ ଥର ପାଇଁ ସମ୍ପାଦକ ପଦ ବଜାୟ ରଖିବେ । କଂଗ୍ରେସ ନେତା ରାଜୀବ ଶୁକ୍ଳା ମଧ୍ୟ ଉପସଭାପତି ପଦ ବଜାୟ ରଖିବେ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁରଙ୍କ ଭାଇ ଅରୁଣ ସିଂ ଧୂମଲ ହେବେ ଆଇପିଏଲର ନୂଆ ଅଧ୍ୟକ୍ଷ । ସେ ବର୍ତ୍ତମାନର ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲଙ୍କ ସ୍ଥାନ ନେବେ । ଆସନ୍ତା ଅକ୍ଟୋବର ୧୮ରେ ହେବାକୁ ଥିବା BCCIର ପରବର୍ତ୍ତୀ ବାର୍ଷିକ ସାଧାରଣ ବୈଠକରେ ଗାଙ୍ଗୁଲି ତାଙ୍କ ପଦ ଛାଡିବେ ବୋଲି BCCI ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.