ଟେନିସରୁ ବିଦାୟ ନେଲେ ରୋଜର ଫେଡେରର, ଟୁଇଟ୍ କରି କଲେ ଘୋଷଣା

ସୁଇଜରଲ୍ୟାଣ୍ଡର ମହାନ ଟେନିସ୍ ଖେଳାଳି ରୋଜର ଫେଡେରର ଟେନିସରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସ୍ଵିଜରଲାଣ୍ଡର ଫେଡେରର ଟୁଇଟ୍ କରି ନିଜ ଅବସରର ସୂଚନା ଦେଇଛନ୍ତି। ଚଳିତ ବର୍ଷ ଲଣ୍ଡନରେ ଖେଳାଯିବାକୁ ଥିବା ଲେଭର କପ୍ ୨୦ ଗ୍ରାଣ୍ଡସ୍ଲାମ ବିଜେତା ଫେଡେରରଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ହେବ । ଫେଡେରର ୪୧ ବର୍ଷ ବୟସରେ ଟେନିସକୁ ଅଲବିଦା କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮ରେ ସବୁଠାରୁ ଅଧିକ ଗ୍ରାଣ୍ଡସ୍ଲାମ ଜିତି ରେକର୍ଡ କରିଥିଲେ ଫେଡେରର। ଗତ ୪ ବର୍ଷ ହେଲା ଆହତଜନିତ ସମସ୍ୟା ଯୋଗୁଁ ଚିନ୍ତାରେ ରହିଥିଲେ ଫେଡେରର। ଫେଡେରର ୨୦୨୧ ଜୁଲାଇରେ ଓ୍ଵିମ୍ବଲଣ୍ଡନ ଖେଳିବା ପରେ ମଇଦାନକୁ ଆଉ ଓହ୍ଲାଇନଥିଲେ। ଏହା ପରେ ତାଙ୍କ ଆଣ୍ଠୁରେ ଅନେକ ସର୍ଜରୀ ହୋଇଥିଲା।
ଟ୍ଵିଟ୍ କରି ଫେଡେରର କହିଛନ୍ତି, ମୁଁ ୪୧ ବର୍ଷ ବୟସରେ ପଦାର୍ପଣ କରିଛି। ମୁଁ ନିଜ ୨୪ ବର୍ଷ ଟେନିସ୍ କ୍ୟାରିୟରରେ ୧୫୦୦ରୁ ଅଧିକ ମ୍ୟାଚ୍ ଖେଳିଛି । ତେବେ ଏବେ ବିଦାୟ ନେବାର ସମୟ ଆସିଛି। ମୁଁ ନିଶ୍ଚିତ ରୂପେ ଭବିଷ୍ୟତରେ ଅଧିକ ଟେନିସ୍ ଖେଳିବି, ମାତ୍ର ଏହା କୌଣସି ଗ୍ରାଣ୍ଡସ୍ଲାମ କିମ୍ବା କୌଣସି ଟୁର ହେବ ନାହିଁ। ୨୦ ଗ୍ରାଣ୍ଡସ୍ଲାମ୍ ଜିତିଥିବା ୪୧ ବର୍ଷୀୟ ରୋଜର ଫେଡେରର ଓ୍ଵିମ୍ବଲଣ୍ଡନର କ୍ଵାର୍ଟର ଫାଇନାଲରେ ପରାଜୟ ପରେ କୋର୍ଟରୁ ବାହାରେ ଥିଲେ। ଏହା ପରେ ସେ ଆଣ୍ଠୁର ଅସ୍ତ୍ରୋପଚାର କରାଇଥିଲେ।
— Roger Federer (@rogerfederer) September 15, 2022
ଫେଡେରର ତାଙ୍କ କ୍ୟାରିଅରରେ ୮ ୱିମ୍ବଲଡନ୍ ଚାମ୍ପିଅନସିପ୍, ୬ଟି ଅଷ୍ଟ୍ରେଲିୟ ଓପନ୍, ପାଞ୍ଚଟି ୟୁଏସ୍ ଓପନ୍ ଏବଂ ଗୋଟିଏ ରୋଲାଣ୍ଡ-ଗାରୋସ୍ ଜିତିଛନ୍ତି। ରୋଜର ଫେଡେରର ୨୦୦୩ରେ ଓ୍ଵିମ୍ବଲଣ୍ଡନ ଜିତି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ହାସଲ କରିଥିଲେ।
୨୨ ବର୍ଷ ବୟସରେ ସେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଜିତିଥିଲେ। ଫେଡେରର ୨୦୧୮ରେ ନିଜର ଶେଷ ଗ୍ରାଣ୍ଡସ୍ଲାମ ଜିତିଥିଲେ। ସେ ମାରିନ ସିଲିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ। ସେ ନିଜ କ୍ୟାରିୟରରେ ମୋଟ୍ ୧୦୩ ଟାଇଟଲ୍ ଜିତିଛନ୍ତି। ସ୍ଵିଜରଲାଣ୍ଡ ପାଇଁ ଅଲିମ୍ପିକରେ ଦୁଇ ସ୍ଵର୍ଣ୍ଣ ପଦକ ଜିତିବା ସହିତ ଖେଳାଳି ଭାବେ ବିଶ୍ଵ ଟେନିସ୍ ମାନ୍ୟତାରେ ୨୩୭ ସପ୍ତାହ ପର୍ଯ୍ୟନ୍ତ ବିଶ୍ୱର ୧ ନମ୍ବର ମାନ୍ୟତା ଖେଳାଳି ଭାବେ ଶୀର୍ଷରେ ରହିବାର ରେକର୍ଡ କରିଥିଲେ।
To my tennis family and beyond,
With Love,
Roger pic.twitter.com/1UISwK1NIN— Roger Federer (@rogerfederer) September 15, 2022
I am deeply saddened by the passing of Her Royal Majesty. Her elegance, grace and loyalty to her duty will live on in history. I would like to send my thoughts and condolences to the entire Royal Family and Great Britain. pic.twitter.com/4rrUIPbLkV
— Roger Federer (@rogerfederer) September 8, 2022
Also Read : ଧୋନିଙ୍କ ନାଁରେ ଅଭିଯୋଗ ଆଣିଲେ ବୋଲର ଈଶ୍ୱର ପାଣ୍ଡେ, କହିଲେ ‘ଧୋନିଙ୍କ ଯୋଗୁଁ ମୋ କ୍ୟାରିଅର ନଷ୍ଟ’