ଫ୍ରେଞ୍ଚ ଓପନ ପ୍ରତିଯୋଗିତାରୁ ଓହରିଲେ ରୋଜର ଫେଡେରର, ପ୍ରଶଂସକ ହେଲେ ନିରାଶ

ଫ୍ରେଞ୍ଚ ଓପନ ପ୍ରତିଯୋଗିତାରୁ ଓହରିଲେ ରୋଜର ଫେଡେରର । ପୂର୍ବତନ ଏକ ନମ୍ବର ତଥା ୨୧ତମ ଗ୍ରାଣ୍ଡସ୍ଲାମ ସନ୍ଧାନରେ ଥିବା ସ୍ଵିଜରଲାଣ୍ଡର ରୋଜର ଫେଡେରର ନିଜ ପ୍ରଶଂସକଙ୍କୁ ନିରାଶ କରିଛନ୍ତି। ଫ୍ରେଞ୍ଚ ଓପନର ପ୍ରି କ୍ଵାର୍ଟର ଫାଇନାଲରେ ପହଞ୍ଚିବା ପରେ ମଧ୍ୟ ସେ ଏହି ପ୍ରତିଯୋଗିତାରୁ ଓହରି ଯାଇଛନ୍ତି। ସେ ଗତ ଏକ ବର୍ଷରୁ ଅଧିକ ସମୟ ହେବ ଆଣ୍ଠୁଜନିତ ସମସ୍ୟା ଦେଇ ଗତି କରୁଥିଲେ। ଏହାର ସର୍ଜରୀ ମଧ୍ୟ କରିଥିଲେ।

୩୯ ବର୍ଷୀୟ ଫେଡେରର ୫୯ତମ ରାଙ୍କର ଖେଳାଳି ଜର୍ମାନୀର ଡୋମିନିକ କୋପଫରଙ୍କୁ ଏକ କଡା ମୁକାବିଲାରେ ୭-୬, ୬-୭, ୭-୬, ୭-୫ ସେଟ୍‌ରେ ପରାସ୍ତ କରିଥିଲେ। ତିନି ଘଣ୍ଟା ଓ ୩୯ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ କୋପଫର ଫେଡେରରଙ୍କୁ କଡା ଟକ୍କର ଦେଇଥିଲେ। ପ୍ରି କ୍ଵାର୍ଟର ଫାଇନାଲରେ ତାଙ୍କ ମୁକାବିଲା ନବମ ସିଡ୍ ମାଟିଓ ବେରେଟିନିଙ୍କ ସହ ହେବାରଥିଲା।

ଫେଡେରର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଣ୍ଠୁର ଦୁଇଟି ସର୍ଜରୀ ଏବଂ ଗୋଟିଏ ବର୍ଷରୁ ଅଧିକ ରିହାବିଲିଟେସନ ପରେ ନିଜ ଶରୀରକୁ ସୁସ୍ଥ ରଖିବାର ବହୁତ ଆବଶ୍ୟକତା ରହିଛି। ନିଜ ଟିମ୍ ସହ ଆଲୋଚନା ପରେ ମୁଁ ଫ୍ରେଞ୍ଚ ଓପନରୁ ହଟିବାକୁ ନିଷ୍ପତ୍ତି ନେଇଛି।

Leave A Reply

Your email address will not be published.