କ୍ୟାରିଅରର ଶେଷ ମ୍ୟାଚ୍‌ରେ ଭାବବିହ୍ଵଳ ହେଲେ ରୋଜର ଫେଡେରର, କାନ୍ଦିଲେ ରାଫେଲ ନାଡାଲା ଏବଂ ନୋଭାକ୍‌ ଜୋକଭିକ୍‌

ସ୍ୱିଜରଲ୍ୟାଣ୍ଡର ଟେନିସ ଷ୍ଟାର ରୋଜର ଫେଡରର ନିଜର ଅନ୍ତିମ ମ୍ୟାଚ୍‌ରେ କାନ୍ଦି କାନ୍ଦି ବିଦାୟ ନେଇଛନ୍ତି। ଗତକିଛି ଦିନ ତଳେ ଟେନିସରୁ ସନ୍ନ୍ୟାସ ନେବେ ବୋଲି ଘୋଷଣା କରିଥିଲେ ଫେଡରର। ଲେଭର କପ୍‌ ୨୦୨୨ରେ କ୍ୟାରିଅରର ଶେଷ ମ୍ୟାଚ୍‌ ଖେଳିଥିଲେ ରୋଜର ଫେଡରର। ଆଉ ମ୍ୟାଚ ହାରିବା ପରେ କାନ୍ଦି କାନ୍ଦି ବିଦାୟ ନେଇଥିଲେ। ଫେଡେରର ଭାବପ୍ରବଣତା ଦେଖି  ରାଫେଲ ନାଡାଲା ଏବଂ ନୋଭାକ୍ ଜୋକଭିକଙ୍କ ମଧ୍ୟ କାନ୍ଦିଥିଲେ।

କ୍ୟାରିୟରର ଶେଷ ମ୍ୟାଚରେ ଫ୍ରାନ୍ସିସ୍ ଟିଆଫୋ ଏବଂ ଜ୍ୟାକ୍ ସୌଫଙ୍କଠାରୁ ହାରିଥିଲେ ଫେଡରର । ଫେଡରର ଶେଷ ମ୍ୟାଚରେ ୪-୬,୭-୬,୧୧-୯ ସେଟ୍‌ରେ ହାରିଥିଲେ। ମ୍ୟାଚ୍‌ ସରିବା ପରେ ଫେଡରର ସାଥି ଖେଳାଳିଙ୍କୁ ଆଲିଙ୍ଗନ କରି ଭାବବିହ୍ଵଳ ହୋଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଫେଡେରର ଟେନିସରୁ ବିଦାୟ ନେବେ ବୋଲି ଟ୍ଵିଟରରେ ସେୟାର କରିଥିଲେ। ଗତ ୪ ବର୍ଷ ହେଲା ଆହତଜନିତ ସମସ୍ୟା ଯୋଗୁଁ ଚିନ୍ତାରେ ରହିଥିଲେ ଫେଡେରର।

ଟ୍ଵିଟ୍‌ କରି ଫେଡେରର କହିଥିଲେ, ମୁଁ ୪୧ ବର୍ଷ ବୟସରେ ପଦାର୍ପଣ କରିଛି। ମୁଁ ନିଜ ୨୪ ବର୍ଷ ଟେନିସ୍ କ୍ୟାରିୟରରେ ୧୫୦୦ରୁ ଅଧିକ ମ୍ୟାଚ୍ ଖେଳିଛି । ତେବେ ଏବେ ବିଦାୟ ନେବାର ସମୟ ଆସିଛି। ମୁଁ ନିଶ୍ଚିତ ରୂପେ ଭବିଷ୍ୟତରେ ଅଧିକ ଟେନିସ୍ ଖେଳିବି, ମାତ୍ର ଏହା କୌଣସି ଗ୍ରାଣ୍ଡସ୍ଲାମ କିମ୍ବା କୌଣସି ଟୁର ହେବ ନାହିଁ। ୨୦ ଗ୍ରାଣ୍ଡସ୍ଲାମ୍ ଜିତିଥିବା ୪୧ ବର୍ଷୀୟ ରୋଜର ଫେଡେରର ଓ୍ଵିମ୍ବଲଣ୍ଡନର କ୍ଵାର୍ଟର ଫାଇନାଲରେ ପରାଜୟ ପରେ କୋର୍ଟରୁ ବାହାରେ ଥିଲେ। ଏହା ପରେ ସେ ଆଣ୍ଠୁର ଅସ୍ତ୍ରୋପଚାର କରାଇଥିଲେ।

ଫେଡେରର ତାଙ୍କ କ୍ୟାରିଅରରେ ୮ ୱିମ୍ବଲଡନ୍ ଚାମ୍ପିଅନସିପ୍, ୬ଟି ଅଷ୍ଟ୍ରେଲିୟ ଓପନ୍, ପାଞ୍ଚଟି ୟୁଏସ୍ ଓପନ୍ ଏବଂ ଗୋଟିଏ ରୋଲାଣ୍ଡ-ଗାରୋସ୍ ଜିତିଛନ୍ତି। ରୋଜର ଫେଡେରର ୨୦୦୩ରେ ଓ୍ଵିମ୍ବଲଣ୍ଡନ ଜିତି ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ ହାସଲ କରିଥିଲେ।
୨୨ ବର୍ଷ ବୟସରେ ସେ ନିଜର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଜିତିଥିଲେ। ଫେଡେରର ୨୦୧୮ରେ ନିଜର ଶେଷ ଗ୍ରାଣ୍ଡସ୍ଲାମ ଜିତିଥିଲେ। ସେ ମାରିନ ସିଲିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ। ସେ ନିଜ କ୍ୟାରିୟରରେ ମୋଟ୍ ୧୦୩ ଟାଇଟଲ୍ ଜିତିଛନ୍ତି। ସ୍ଵିଜରଲାଣ୍ଡ ପାଇଁ ଅଲିମ୍ପିକରେ ଦୁଇ ସ୍ଵର୍ଣ୍ଣ ପଦକ ଜିତିବା ସହିତ ଖେଳାଳି ଭାବେ ବିଶ୍ଵ ଟେନିସ୍ ମାନ୍ୟତାରେ ୨୩୭ ସପ୍ତାହ ପର୍ଯ୍ୟନ୍ତ ବିଶ୍ୱର ୧ ନମ୍ବର ମାନ୍ୟତା ଖେଳାଳି ଭାବେ ଶୀର୍ଷରେ ରହିବାର ରେକର୍ଡ କରିଥିଲେ।

ପୁରୁଷ ସିଙ୍ଗଲ୍ସରେ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା କ୍ଷେତ୍ରରେ ରୋଜର ଫେଡେରର ତୃତୀୟ ସ୍ଥାନରେ ରହିଛନ୍ତି । ୨୦୧୮ରେ ସବୁଠାରୁ ଅଧିକ ଗ୍ରାଣ୍ଡସ୍ଲାମ ଜିତି ରେକର୍ଡ କରିଥିଲେ ଫେଡେରର। କ୍ୟାରିୟରରେ ଫେଡେରର ୨୦ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି । ୨୨ ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ରାଫେଲ ନାଡାଲ ଶୀର୍ଷରେ ଅଛନ୍ତି ।

Also Read : ରୋଷେଇ ଘରେ ଜଲଓ୍ଵା ଦେଖାଇଲେ ସଚିନ, ଆମଲେଟ୍‌ ତିଆରି ଦେଖି ଖାଇବାକୁ ଆସିବେ ବୋଲି କହିଲେ ବ୍ରେଟ ଲି: ଭିଡିଓ ଭାଇରଲ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.