ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ରୋହିତଙ୍କ ବଡ଼ ମନ୍ତବ୍ୟ, ‘ବୋଲିଂ କରି ମୋ ଗୋଡ଼ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ପାକିସ୍ତାନୀ ବୋଲର’

ଚାମ୍ପିଅନ୍ସ ଟ୍ରଫିରେ ଆସନ୍ତା ୨୩ ତାରିଖରେ ମୁହାଁମୁହିଁ ହେବେ ଚିର ପ୍ରତିଦ୍ବନ୍ଦ୍ବୀ ଟିମ୍ ଭାରତ ଏବଂ ପାକିସ୍ତାନ । ଦୁବାଇରେ ଏହି ମ୍ୟାଚ ଖେଳାଯିବ । ହେଲେ ଏହା ପୂର୍ବରୁ ରୋହିତ ଶର୍ମା ପାକିସ୍ତାନ ବୋଲରକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ରୋହିତ ଶର୍ମା ନେଟ୍ ଅଭ୍ୟାସରେ ପାକିସ୍ତାନ ଜନ୍ମିତ ନେଟ୍ ବୋଲର ଆୱେସ ଅହମ୍ମଦଙ୍କ ବୋଲିଂକୁ ସାମ୍ନା କରିଥିଲେ । ଆଉ ଆଓେ୍ବସଙ୍କ ବୋଲିଂ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ।
ରୋହିତ ଆୱେସଙ୍କ ୟର୍କର ବୋଲିଂ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ରୋହିତ କହିଥିଲେ, ସେ ମୋ ଗୋଡ ଭାଙ୍ଗି ଦେଇଥାନ୍ତା । ତୁମେ ଭଲ ବୋଲର । ହେଲେ ଇନସ୍ବିଂଗ୍ ୟର୍କର ପକାଇ ଆମ ଜୋତା ଏବଂ ଗୋଡ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ । ବହୁତ ଭଲ, ଧନ୍ୟବାଦ । ଆପଣ ଏଠାକୁ ଆସି ଆମକୁ ବହୁତ ସାହାଯ୍ୟ କରୁଛନ୍ତି । ବହୁତ ଭଲ ଲାଗିଲା । ଏଠାକୁ ଆସି ଆମକୁ ସହାୟତା କରିଥିବା ପାଇଁ ବହୁତ ବହୁତ ଧନ୍ୟବାଦ ।
ବାଂଲାଦେଶ ବିପକ୍ଷ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ପୂର୍ବରୁ ପ୍ରେସ କନଫରେନ୍ସରେ ଆୱେସ ଏବଂ ୱାସିମ ଆକ୍ରମଙ୍କ ପ୍ରଶଂସା କରିଥିଲେ । ରୋହିତ କହିଥିଲେ, ଦୁହେଁ ବଢିଆ ବୋଲର । ଆମର ଅନ୍ୟ ବ୍ୟାଟର ମଧ୍ୟ ସେମାନଙ୍କୁ ଭଲ କହୁଛନ୍ତି । ସେମାନେ ଏଠାରେ ରହୁନ୍ତି । ମୋତେ ସେମାନଙ୍କ ବିପକ୍ଷରେ ଅଧିକ କିଛି ଜଣାନଥିଲେ ମଧ୍ୟ ପ୍ରଥମ ଥର ଦେଖି ବହୁତ ଭଲ ଲାଗିଲା । ଏହି ସମୟରେ ରୋହିତଙ୍କ ପାଖରେ ଶୁବମନ ଗିଲ୍ ବସିଥିଲେ । ଆଉ ଶୁବମନ ଏ କଥା ଶୁଣି ହସିଥିଲେ ।
ତେବେ ଏହି ଦୁଇ ବୋଲରଙ୍କୁ ପାକିସ୍ତାନ ଟିମରେ ସୁଯୋଗ ନ ମିଳିବାରୁ ଦୁବାଇ ଆସି ଖେଳୁଛନ୍ତି । ଆଉ ଏମାନେ ବିରାଟ, ରୋହିତଙ୍କୁ ବୋଲିଂ କରି ବହୁତ ଖୁସି ହୋଇଛନ୍ତି । ୟୁଏଇରେ ସେଭନ ଡିଷ୍ଟ୍ରିକ୍ଟ କ୍ଲବ ପାଇଁ ୨୩ ବର୍ଷୀୟ ବୋଲର ପାକିସ୍ତାନ ସୁପର ଲିଗରେ ଲାହୋର ସିକନ୍ଦର ପାଇଁ ଖେଳିଥିଲେ । ସେହିପରି ଆକ୍ରମ ମଧ୍ୟ ଦୁଇଘଣ୍ଟା ଯାଏଁ ରୋହିତ, ବିରାଟ ଏବଂ ଗିଲଙ୍କୁ ବୋଲିଂ କରିଥିଲେ । ଦୁହେଁ କିନ୍ତୁ ରିଷଭ ପନ୍ତଙ୍କୁ ସବୁଠାରୁ କଠିନ ଭାରତୀୟ ବ୍ୟାଟର ।
Also Read : ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବାବରଙ୍କୁ ପଛରେ ପକାଇଲେ ଶୁବମନ ଗିଲ୍, ଆଇସିସି ରାଙ୍କିଂରେ ଅଧିକାର କଲେ ୧ ନଂ ସ୍ଥାନ