ଦିନିକିଆରୁ ରିଟାୟର ହେବେନି ହିଟ୍ ମ୍ୟାନ୍, ନିଜେ ସ୍ପଷ୍ଟ କଲେ ରୋହିତ ଶର୍ମା

ଦିନିକିଆରୁ ଏବେ ରିଟାୟର ହେବେ ନାହିଁ ହିଟ୍ ମ୍ୟାନ୍ ରୋହିତ ଶର୍ମା ।  ଅବସର ନେବା ନେଇ ଗୁଜବ ଭିତରେ, ନିଜେ ସ୍ପଷ୍ଟ କଲେ ରୋହିତ ଶର୍ମା ।  ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ କହିଲେ, ଏହି ଫର୍ମାଟରୁ ଅବସର ନେଉ ନାହାଁନ୍ତି। ଆଗକୁ କୌଣସି ଗୁଜବ ସୃଷ୍ଟି ନ ହେଉ।

ଟି ଟ୍ବେଣ୍ଟି ବିଶ୍ୱକପ୍ ଜିତିବା ପରେ ଆନ୍ତର୍ଜାତିକ ଟି-ଟ୍ବେଣ୍ଟିରୁ ଅବସର ଘୋଷଣା କରିଥିଲେ ରୋହିତ ଶର୍ମା ।  ଏହାପରେ ଚାମ୍ପିଅନସିପ ଟ୍ରଫି ଆରମ୍ଭ ପୂର୍ବରୁ ଚର୍ଚ୍ଚା ହେଉଥିଲା, ଟୁର୍ଣ୍ଣାମେଣ୍ଟ ପରେ ଦିନିକିଆରୁ ଅବସର ନେଇ ପାରନ୍ତି ରୋହିତ ଶର୍ମା। ଏବେ ସେଥିରେ ପୂର୍ଣ୍ଣଛେଦ ଟାଣିଛନ୍ତି ନିଜେ ରୋହିତ ଶର୍ମା ।

ତାଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଆଉ ଏକ ଆଇସିସି ଟ୍ରଫି ଜିତିଛି। ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ରୋହିତ ଶର୍ମା ୭୬ ରନ୍ କରି ପ୍ଲେୟର ଅଫ ଦ ମ୍ୟାଚ୍ ହୋଇଥିଲେ ।

Also read: ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ରୋମାଞ୍ଚକର ଚାମ୍ପିଅନ୍ସ ଟ୍ରଫି ହାସଲ କଲା ଭାରତ, ୧୨ ବର୍ଷ ପରେ ପୁଣି ଥରେ ହାତେଇଲା…