ଏସିଆ କପ୍‌ ଚାମ୍ପିଅନ ହେବା ପରେ ଘରକୁ ଫେରିଛନ୍ତି ଭାରତୀୟ ଖେଳାଳି, ଏୟାରପୋର୍ଟରେ ଖୁସିରେ ନାଚିଲେ ରୋହିତ

ଏସିଆ କପ୍‌ ଚାମ୍ପିଅନ ହେବା ପରେ ଭାରତୀୟ ଟିମ୍‌ ଘରକୁ ଫେରିଛନ୍ତି । ମୁମ୍ବାଇର କାଲିନା ଏୟାରପୋର୍ଟରେ ଓହ୍ଲାଇବା ପରେ ରୋହିତ ଶର୍ମା ନାଚିଉଠିଥିଲେ । ରୋହିତ ଶର୍ମା ଭାଙ୍ଗଡା ଡ୍ୟାନ୍ସ କରିବା ସହିତ ଫ୍ୟାନ୍ସଙ୍କ ସହିତ ଫଟୋ ଉଠାଇଥିଲେ ।

ଏସିଆ କପ୍‌ ଚାମ୍ପିଅନ ହେବା ପରେ ଭାରତୀୟ ଟିମ୍‌ ଘରକୁ ଫେରିଛନ୍ତି । ମୁମ୍ବାଇର କାଲିନା ଏୟାରପୋର୍ଟରେ ଓହ୍ଲାଇବା ପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ରୋହିତ ଶର୍ମା ନାଚିଉଠିଥିଲେ । ରୋହିତ ଶର୍ମା ଭାଙ୍ଗଡା ଡ୍ୟାନ୍ସ କରିଥିଲେ । ଡ୍ୟାନ୍ସ କରିବା ସହିତ ଫ୍ୟାନ୍ସଙ୍କ ସହିତ ଫଟୋ ଉଠାଇଥିଲେ ।

ରୋହିତ ଶର୍ମା, ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ଟିମ୍ ଇଣ୍ଡିଆର ଖେଳାଳିଙ୍କୁ କଲିନା ଏୟାରପୋର୍ଟରେ ଦେଖିବାକୁ ମିଳିଛି । ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, କେ.ଏଲ ରାହୁଲ, ଈଶାନ କିଶାନ ଓ ଶ୍ରେୟସ୍ ଆୟର ମଧ୍ୟ ଘରକୁ ଫେରିଛନ୍ତି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଶ୍ରୀଲଙ୍କା ଦଳ । ହେଲେ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ସ୍କୋର୧୨ ରନରେ ପହଞ୍ଚିଲା ବେଳକୁ ଦଳ ୬ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା । ପେସ୍‌ ବୋଲର ମହମ୍ମଦ ସିରାଜ ଗୋଟିଏ ଓଭରରେ ୪ ୱିକେଟ ନେଇ ମ୍ୟାଚ୍‌କୁ ସମ୍ପୂର୍ଣ୍ଣ ଭାବେ ଭାରତ କବଜାକୁ ନେଇ ଆସିଲେ । ପ୍ରଥମ ଓଭରରେ ଯଶପ୍ରୀତ ବୁମରା କୁଶଲ ପେରେରାଙ୍କୁ ଆଉଟ୍ କରିଦେଇଥିଲେ। ଦ୍ୱିତୀୟ ଓଭରରେ ମହମ୍ମଦ ସିରାଜ ମେଡେନ ନେଇଥିଲେ। ତୃତୀୟ ଓଭରରେ ବୁମରା ମାତ୍ର ୧ ରନ ଦେଇଥିଲେ। ୪ର୍ଥ ଓଭର ପୁଣି ସିରାଜ ବୋଲିଂ କରିବାକୁ ଆସିଥିଲେ। ସେ ଏହି ଓଭରରେ ୬ଟି ବଲ୍ ପକାଇ ୪ ୱିକେଟ ନେଇଥିଲେ ।

୫ମ ଓଭରରେ ବୁମରା ମେଡେନ ନେଇଥିଲେ। ୬ଷ୍ଠ ଓଭରରେ ସିରାଜ ପୁଣି କମାଲ କରିଥିଲେ। ସେ ଓଭରର ୪ର୍ଥ ବଲରେ ଶ୍ରୀଲଙ୍କା ଅଧିନାୟକ ଦସୁନ ସନକାଙ୍କୁ ଶୂନରେ ଆଉଟ କରି ଦେଇଥିଲେ। ୧୨ ଓଭରରେ ୭ମ ଓ୍ଵିକେଟ ପଡିଥିବା ବେଳେ ସେହି ଓଭରର ତୃତୀୟ ବଲରେ ଖସି ପଡ଼ିଥିଲା ଶ୍ରୀଲଙ୍କାର ୮ମ ଓ୍ଵିକେଟ୍‌ । ୧୬ତମ ଓଭରର ପ୍ରଥମ ଦୁଇଟି ବଲ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କାର ଶେଷ ଦୁଇଟି ଓ୍ଵିକେଟ ଦଖଲ କରି ନେଇଥିଲେ । ଆଉ ଶେଷରେ ୫୦ ରନରେ ଅଲଆଉଟ ହେଲା ଶ୍ରୀଲଙ୍କା ।

You might also like