ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ ପୂର୍ବରୁ ରୋହିତଙ୍କ ପ୍ରସ୍ତୁତି, ପାର୍କରେ ବୁହାଉଛନ୍ତି ଝାଳ

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପରେ ଭାରତୀୟ କ୍ରିକେଟ ଟିମ୍‌ ବିଶ୍ରାମ କରୁଛି । ଏହାପରେ ବାଂଲାଦେଶ ଟିମ ସହିତ ୨ଟି ଟେଷ୍ଟ ଏବଂ ୩ଟି ଟି୨୦ ମ୍ୟାଚ ଖେଳିବ । ବାଂଲାଦେଶ ବିପକ୍ଷରେ ପ୍ରଥମ ଟେଷ୍ଟ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ ଚେନ୍ନାଇ, ଦ୍ୱିତୀୟ କାନପୁରରେ ଖେଳାଯିବ । ଏଥିପାଇଁ ରୋହିତ ଶର୍ମା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭାଇରଲ ଭିଡିଓରେ ରୋହିତ ଶର୍ମା ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି କରୁଥିବାର ଦେଖିବାକୁ ମିଳିଛନ୍ତି । ପାର୍କରେ ଟ୍ରେନିଂ କରୁଛନ୍ତି ରୋହିତ । ତେବେ ଏହା ଟ୍ରେନିଂ କିମ୍ବା କୌଣସି ସୁଟିଂ ତାହା ଜଣାନାହିଁ । କିନ୍ତୁ ରୋହିତ ପାର୍କରେ ନିଜ ଫିଟନେସକୁ ନେଇ କଠିନ ପରିଶ୍ରମ କରୁଛନ୍ତି ।

ବାଂଲାଦେଶ ଟିମ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଭାରତ ପହଞ୍ଚିବ । ୧୯ ସେପ୍ଟେମ୍ବରରୁ ୧ ଅକେ୍ଟାବର ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚ ଖେଳାଯିବ । ପ୍ରଥମ ଟେଷ୍ଟ ୧୯ରୁ ୨୩ ଚେନ୍ନାଇରେ ଖେଳାଯିବ । ସେହିପରି ଦ୍ୱିତୀୟ ଟେଷ୍ଟ ୨୭ ସେପ୍ଟେମ୍ବରରୁ ୧ ଅକ୍ଟୋବର ମଧ୍ୟରେ କାନପୁର ଗ୍ରୀନ ପାର୍କରେ ଖେଳାଯିବ । ଏହି ସିରିଜ ଓ୍ୱାଲର୍ଡ ଟେଷ୍ଟ ଚାମ୍ପିଅନସିପ ୨୦୨୪-୨୫ ଦୃଷ୍ଟିରୁ ବେଶ ମହତ୍ତ୍ୱପୂର୍ଣ୍ଣ ରହିଛି ।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ୍‌ ୧୬ଟି ଟେଷ୍ଟ ମ୍ୟାଚ ଖେଳିଛି । ଏଥିରୁ ୧୦ଟି ମ୍ୟାଚ ଜିତିଥିବା ବେଳେ ୪ଟି ହାରିଛି ଆଉ ୨ଟି ମ୍ୟାଚ ଡ୍ର ରହିଛି ।

You might also like
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।