ଟି୨୦ ବିଶ୍ୱକପ ଜିତିବା ପରେ ପିଚରେ ମୁଣ୍ଡିଆ ମାରି ମାଟି ଖାଇଲେ ରୋହିତ ଶର୍ମା, ସଚିନ ବି କରିଥିଲେ ଏମିତି କିଛି

ବାରବାଡୋସର ବ୍ରିଜଟାଉନଠାରେ ଜୁନ ୨୯, ୨୦୨୪ରେ ଭାରତ ୧୭ ବର୍ଷ ପରେ ଇତିହାସ ରିଚିଛି । ଟି୨୦ ବିଶ୍ୱକପ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୭ ରନରେ ଦକ୍ଷିଣ ଆଫ୍ରିକା ଠାରୁ ମ୍ୟାଚ ଛଡାଇ ଆଣିଛି । ଦୀର୍ଘ ୧୩ ବର୍ଷ ଧରି କୌଣସି ଆଇସିସି ଟ୍ରଫି ଜିତିନଥିବା ଭାରତ ଆଜି କମାଲ୍‌ କରି ଦେଖାଇଛି । ଏହି ବିଜୟ ସହିତ ରୋହିତ ଶର୍ମା ଟି୨୦ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏହି ସମୟରେ ରୋହିତ ବେଶ୍‌ ଭାବୁକ ନଜର ଆସିଥିଲେ । ଆଉ ରୋହିତ ମ୍ୟାଚ ଜିତିବା ପରେ ବାରବାଡୋସର ପିଚକୁ ମୁଣ୍ଡିଆ ମାରି ମାଟିକୁ ଖାଇଥିଲେ ।

ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ଜିତିବା ପରେ ରୋହିତ ଶର୍ମାଙ୍କ ଏକ ଖାସ୍‌ ଭିଡିଓ ଆଇସିସି ସେୟାର କରିଛି । ଏହି ଭିଡିଓରେ ରୋହିତ ଶର୍ମା ଭାବୁକ ଦେଖାଯାଇଛନ୍ତି । ତାଙ୍କ ଇମୋସନ ଦେଖିବାକୁ ମିଳିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି କି, ରୋହିତ ଷ୍ଟାଡିୟମର ପିଚ୍‌ ମାଟିକୁ ମୁଣ୍ଡିଆ ମାରିବା ସହିତ ଖାଇଛନ୍ତି । ରୋହିତଙ୍କ ଏହି ଭିଡିଓ ଦେଖି ତାଙ୍କ ଭାବନାକୁ ଆପଣ ନିଶ୍ଚିତ ଅନ୍ଦାଜ ଲଗାଇପାରୁଥିବେ । ଏହି ମ୍ୟାଚରେ ରୋହିତ ଶର୍ମା କିଛି ଖାସ୍‌ କରିପାରିନଥିଲେ ସତ କିନ୍ତୁ ତାଙ୍କ ଅଧିନାୟକତ୍ୱରେ ଟିମ୍‌ ବିଶ୍ୱକପ ଜିତିପାରିଥିଲା ।

ରୋହିତଙ୍କ ଏହି ଭିଡିଓ ଦେଖିବା ପରେ କୋଟି କୋଟି ଭାରତୀୟ ଫ୍ୟାନ୍ସ ସଚିନ ତେନ୍ଦୁଲକରଙ୍କ ଇଣ୍ଟରନ୍ୟାସନାଲ କ୍ରିକେଟରୁ ସନ୍ନ୍ୟାସ ନେବା ମନେ ପଡିଥିଲା । ସେ ତାଙ୍କ କ୍ୟାରିଅରର ଶେଷ ମ୍ୟାଚରେ ମୁମ୍ବାଇ ଓ୍ଵାଙ୍ଖଡେ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିଥିଲେ । ଏହି ମ୍ୟାଚ ସରିବା ପରେ ସଚିନ ପିଚକୁ ମୁଣ୍ଡିଆ ମାରିଥିଲେ ।

ତେବେ ମ୍ୟାଚ ସରିବା ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଟି୨୦ ବିଶ୍ୱକପ ଇଣ୍ଟରନ୍ୟାସନାଲ ମ୍ୟାଚରୁ ସନ୍ନ୍ୟାସ ନେଇଥିବା ଘୋଷଣା କରିଛନ୍ତି । ଯାହା କୋଟି କୋଟି ଫ୍ୟାନ୍ସଙ୍କ ମନ ଭାଙ୍ଗିଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.