ଆଇପିଏଲ ପୂର୍ବରୁ ମାଳଦ୍ବୀପରେ ପରିବାର ସହିତ ଛୁଟି କାଟୁଛନ୍ତି ରୋହିତ ଶର୍ମା, ଫଟୋ ସେୟାର କଲେ ହିଟମ୍ୟାନ୍

ଚାମ୍ପିଅନ୍ସ ଟ୍ରଫି ୨୦୨୫ ଜିତିବା ପରେ ଅଧିନାୟକ ରୋହିତ ଶର୍ମା ନିଜ ପରିବାର ସହିତ ମାଳଦ୍ବୀପରେ ପରିବାର ସହିତ ଛୁଟି କାଟୁଛନ୍ତି । ଦୁବାଇରେ ମ୍ୟାଚ ଜିତିବା ପରେ ରୋହିତ ଶର୍ମା ପତ୍ନୀ ରିତିକା ସଜଦେହ, ଝିଅ ସମାୟରା ଏବଂ ପୁଅ ଅହାନଙ୍କ ସହିତ ମାଳଦ୍ବୀପରେ ଛୁଟି କାଟୁଛନ୍ତି । ରୋହିତ ଶର୍ମା ମାଳଦ୍ବୀପରେ ଏକ ରିସୋର୍ଟରୁ କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି । ତେବେ ଆଗାମୀ ସପ୍ତାହରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରି ସିଜନ କ୍ୟାମ୍ପରେ ସାମିଲ ହୋଇପାରନ୍ତି ବୋଲି ଆଶା କରାଯାଉଛି ।

ରୋହିତ ଶର୍ମା ୨୦୨୪-୨୫ ରେ କ୍ରିକେଟରେ ବ୍ୟସ୍ତ ଥିବା ଯୋଗୁଁ ପରିବାର ସହିତ କ୍ବାଲିଟ ସମୟ ବିତାଇପାରିନଥିଲେ । ତେଣୁ ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ପରିବାର ସହିତ ମାଳଦ୍ବୀପ ଛୁଟି କାଟିବାକୁ ଯାଇଛନ୍ତି ।

ଆଇପିଏଲ ୨୦୨୫ରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ୨ଟି ମ୍ୟାଚ ମାର୍ଚ୍ଚ ୨୩ରେ ଚେନ୍ନାଇ ଏବଂ ମାର୍ଚ୍ଚ ୨୯ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଖେଳିବ । ମୁମ୍ବାଇ ଇଣ୍ଡିଆନ୍ସ ୩୧ ମାର୍ଚ୍ଚରେ କୋଲକତା ନାଇଟ ରାଇଡର୍ସ ହିତ ଖେଳିବ । ସେହିପରି ଏପ୍ରିଲ ପ୍ରଥମ ସପ୍ତାହରେ ଦୁଇଟି ମ୍ୟାଚ ଖେଳିବ । ୪ ଏପ୍ରିଲରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ସହିତ ଖେଳିବ । ସେହିପରି ଏପ୍ରିଲ ୭ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଖେଳିବ ।

ଟିମ୍ ଇଣ୍ଡିଆ ସମସ୍ତ ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିଲା । ରୋହିତ ଶର୍ମା ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଥିବା ୩ୟ ଭାରତୀୟ ଅଧିନାୟକ ହୋଇଛନ୍ତି । ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇ ଟାଇଟଲ ଜିତିଥିଲା । ରୋହିତ ଶର୍ମା ଫାଇନାଲ ମ୍ୟାଚରେ ୭୬ ରନ ଇନିଂସ ଖେଳିଥିଲେ । ରୋହିତ ଶର୍ମାଙ୍କ ଏହି ଇନିଂସ ଯୋଗୁଁ ଫ୍ଲେୟାର ଅଫ ଦ ମ୍ୟାଚ ଚୟନ କରାଯାଇଥିଲା ।

Also Read : ହୋଲି ରଙ୍ଗରେ ବୁଡ଼ିଲେ ଭାରତୀୟ ଏବଂ ବିଦେଶୀ ଖେଳାଳି, ପରସ୍ପରକୁ ଲଗାଇଲେ ରଙ୍ଗ