ମ୍ୟାଚ୍ ମଝିରେ ପଡିଆକୁ ଦୌଡି ଆସି ରୋହିତଙ୍କୁ ଜାବୁଡି ଧରିଲେ ଫ୍ୟାନ୍, ସିକ୍ୟୁରିଟି ଗାର୍ଡକୁ ଏମିତି ରୋକିଦେଲେ ଅଧିନାୟକ
ଭାରତ-ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆକୁ ୮ ଓ୍ଵିକେଟରେ ଜିତିଛି ଭାରତ । ହେଲେ ଏହି ମ୍ୟାଚ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭାରତ ବ୍ୟାଟିଂ କରୁଥିବା ସମୟରେ ରୋହିତ ଶର୍ମାଙ୍କୁ ସାକ୍ଷାତ କରିବା ପାଇଁ ମଇଦାନକୁ ଦୌଡି ଆସିଥିଲା ଜଣେ କୁନି ଫ୍ୟାନ୍ । ରୋହିତ ଶର୍ମା ଅର୍ଦ୍ଧଶତକ ମାରିଥିବା ବେଳେ କୁନି ଫ୍ୟାନ୍ ଜଣ ଦୌଡି ଆସି ରୋହିତଙ୍କୁ ଜାବୁଡି ଧରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଭିଡିଓରେ ଟିମ୍ ଇଣ୍ଡିଆର ୧୦ ଓଭର ଖେଳ ସମୟରେ ଜଣେ କୁନି ଫ୍ୟାନ ପଡିଆ ମଧ୍ୟକୁ ଦୌଡିଆସିଥିଲେ । ଆଉ ସିକ୍ୟୁରିଟି ମଧ୍ୟ ତାଙ୍କ ପଛେ ପଛେ ଦୌଡିଥିଲେ । ଫ୍ୟାନ୍ ଜଣକ ଦୌଡି ଆସି ରୋହିତଙ୍କୁ ଜାବୁଡି ଧରିଥିଲେ । ଏହା ପରେ ସିକ୍ୟୁରିଟି ଗାର୍ଡ ଆସି ଧରି ଜୋର ଜବରଦସ୍ତ ଘୋଷାଡି ନେଇଥିଲେ। ଏହା ଦେଖି ରୋହିତ କହିଥିଲେ, ଛାଡ… ଯିବାକୁ ଦିଅ… ଛୋଟ ପିଲା । ତା’ ପରେ ସିକ୍ୟୁରିଟି ଗାର୍ଡ ତାଙ୍କୁ ବାହାରକୁ ନେଇ ଛାଡିଥିଲେ ।
ଏହି ଭିଡିଓ ଭାଇରଲ ହେବା ପରେ ରୋହିତଙ୍କୁ ପ୍ରଶଂସା କରୁଛନ୍ତି ଫ୍ୟାନ୍ସ । ୟୁଜର୍ସ ଲଗାତାର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି । ଆଉ ଟିମ୍ ଇଣ୍ଡିଆର ଅଧିନାୟକଙ୍କ ଏଭଳି କାମକୁ ସମସ୍ତେ ପସନ୍ଦ ମଧ୍ୟ କରୁଛନ୍ତି ।
Raipur
A child broke the security circle to meet Rohit Sharma in Raipur in Running OdI…
Rohit Sharma said “don’t say anything to the child”@ImRo45 pic.twitter.com/ptHYUYj11Z— Govind Gurjar (@Gurjarrrrr) January 21, 2023
ରାୟପୁରରେ ଦ୍ୱିତୀୟ ଓ୍ଵାନ୍ ଡେକୁ ୮ ଓ୍ଵିକେଟର ଜିତି ୨-୦ରେ ସିରିଜ ହାତେଇଛି । ୧୦୯ ରନ୍ ସହଜ ବିଜୟକୁ ମାତ୍ର ୨ ଓ୍ଵିକେଟ ରେ ହାସଲ କରିଥିଲା ଭାରତ । ରୋହିତ ଶର୍ମା ସର୍ବାଧିକ ୫୧ ରନ୍ କରିଥିବା ବେଳେ ଶୁଭମନ୍ ଗିଲ୍ ଅପରାଜିତ ୪୦ ରନ୍ କରିଥିଲେ । ବିରାଟ କୋହଲି ୧୧ ରନ୍ ଓ ଇଶାନ୍ କିଷାନ କରିଛନ୍ତି ଅପରାଜିତ ୮ ରନ୍ । ରାୟପୁରରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମହମ୍ମଦ ଶାମି, ମହମ୍ମଦ ସିରାଜ, ଶାର୍ଦ୍ଦୁଲ ଠାକୁର ଓ ହାର୍ଦ୍ଦିକ ପାଣ୍ଡ୍ୟା ନ୍ୟୁଜିଲ୍ୟାଣ୍ଡର ଟପ୍ ଅର୍ଡରକୁ ଛିନଛତ୍ର କରି ଦେଇଥିଲେ। ୧୫ ରନ ସୁଦ୍ଧା ଦଳ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ମିଡିଲ୍ ଅର୍ଡରରେ ପାଳି ସମ୍ଭାଳିଥିଲେ ଗ୍ଲେନ୍ ଫିଲିପ୍ସ ଓ ମିଚେଲ ସାଣ୍ଟନର୍ । ହେଲେ ଭାରତୀୟ ବୋଲରଙ୍କ ଆଗରେ ବେଶୀ ସମୟ ତିଷ୍ଠି ପାରି ନଥିଲେ । ମହମ୍ମଦ ସାମି ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ପାଣ୍ଡ୍ୟା ଓ ୱାସିଂଟନ୍ ସୁନ୍ଦରଙ୍କୁ ମିଳିଥିଲା ୨ଟି ଲେଖାଏ ଓ୍ଵିକେଟ୍ । ମହମ୍ମଦ ସିରାଜ, ଶାର୍ଦୁଲ ଠାକୁର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ ।