ଇଂଲଣ୍ଡଠୁ ହାରିବା ପରେ କାନ୍ଦିଲେ ରୋହିତ ଶର୍ମା, ସାନ୍ତ୍ୱନା ଦେଲେ ରାହୁଲ ଦ୍ରାବିଡ; ବିରାଟ କୋହଲି ମଧ୍ୟ ନିରାଶ…

ଟି-୨୦ ବିଶ୍ୱକପ୍‌ ୨୦୨୨ରେ ଭାରତୀୟ ଟିମ୍‌ର ଯାତ୍ରା ଶେଷ ହୋଇଛି। ସେମିଫାଇନାଲରେ ୧୦ ଓ୍ଵିକେଟ୍‌ରେ ଶୋଚନୀୟ ପରାସ୍ତ ପରେ ଦଳ ବିଶ୍ୱକପ୍‌ରୁ ବାହାରି ଯାଇଛି। ମ୍ୟାଚ୍‌ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଭାବୁକ ହୋଇ ପଡ଼ିଥିଲେ। ଡଗ୍‌ଆଉଟ୍‌ରେ ତାଙ୍କୁ ଭାବୁକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ପରାଜୟ ପରେ ରୋହିତ ଶର୍ମା କାନ୍ଦୁଥିବାର ନଜର ଆସିଥିଲେ।

ମ୍ୟାଚ୍‌ ସରିବା ପରେ ଯେତେବେଳେ ଟିମ୍‌ ଇଣ୍ଡିଆର ଖେଳାଳି ଇଂଲଣ୍ଡ ଟିମ୍‌ ସହ ହାତ ମିଳାଇ ନିଜ ଡଗ୍‌ଆଉଟରେ ପହଞ୍ଚିଥିଲେ, ସେତେବେଳେ ରୋହିତ ଶର୍ମା ଭାବୁକ ହୋଇ ଯାଇଥିଲେ। କିଛି ସମୟ ପର୍ଯ୍ୟନ୍ତ ରୋହିତ ଶର୍ମାଙ୍କୁ ରାହୁଲ ଦ୍ରାବିଡଙ୍କ ସହ କଥା ହେଉଥିବାର ଦେଖା ଯାଇଥିଲା। କିଛି ମିନିଟ୍‌ ପର୍ଯ୍ୟନ୍ତ ଦୁଇଜଣ କଥା ହୋଇଥିଲେ ଏବଂ ଏହାପରେ ରୋହିତ ଶର୍ମା ଇମୋସନାଲ ହୋଇପଡ଼ିଥିଲେ। ସେଠାରେ ରାହୁଲ ଦ୍ରାବିଡ ତାଙ୍କୁ ସାନ୍ତ୍ୱନା ଦେଉଥିବାର ଦେଖା ଯାଇଥିଲା।

ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ମଇଦାନରେ ନିରାଶ ନଜର ଆସିଥିଲେ। ୧୦ ଓ୍ଵିକେଟ୍‌ରେ ଶୋଚନୀୟ ପରାସ୍ତ ପରେ କୋହଲି ମଧ୍ୟ ନିରାଶ ହୋଇଥିଲେ। ସେ ନିଜ ମୁହଁକୁ ଟୋପିରେ ଲୁଚାଇ ଥିବାର ନଜର ଆସିଥିଲେ।

କହି ରଖୁଛୁ, ଅଷ୍ଟ୍ରେଲିଆର ଏଡିଲେଡ ଓଭାଲ ଗ୍ରାଉଣ୍ଡରେ ଗୁରୁବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଇଂଲଣ୍ଡ ହାତକୁ ଯାଇଛି। ୧୦ ଓ୍ଵିକେଟ୍‌ରେ ଟିମ୍‌ ଇଣ୍ଡିଆର ଶୋଚନୀୟ ପରାଜୟ ହୋଇଛି। ଫଳରେ ଫାଇନାଲରେ ସହଜରେ ପ୍ରବେଶ କରିଛି ଇଂଲଣ୍ଡ ଟିମ୍‌। ଇଂଲଣ୍ଡ ଅଧିନାୟକ ଜୋସ୍ ବଟଲର୍ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରେ ବହୁତ ଭଲ ବ୍ୟାଟିଂ କରିଥିଲେ। ସେ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ।

ଟି-୨୦ ବିଶ୍ୱକପ୍‌ ଦ୍ୱିତୀୟ ସେମିଫାଇନାଲରେ ଟିମ୍ ଇଣ୍ଡିଆ ଇଂଲଣ୍ଡ ସାମ୍ନାରେ ୧୬୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା (୬୩) ଓ ବିରାଟ କୋହଲି (୫୦)ଙ୍କ ଜବରଦସ୍ତ ଇଂନିସ୍ ସହାୟତାରେ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୮ ରନ୍ ସ୍କୋର କରିଥିଲା। ଏହାର ଜବାବରେ ଇଂଲଣ୍ଡ ଟିମ୍‌ ଜବରଦସ୍ତ ବ୍ୟାଟିଂ କରି ସହଜରେ ବିଜୟ ହାସଲ କରି ନେଇଥିଲା। ଦଳ ବିନା କୌଣସି ଓ୍ଵିକେଟ୍‌ ହରାଇ ନିର୍ଦ୍ଧାରିତ ରନ୍‌ ହାସଲ କରିଥିଲା। ଇଂଲଣ୍ଡର ମୁକାବିଲା ଏବେ ୧୩ ନଭେମ୍ବରରେ ପାକିସ୍ତାନ ସହ ଫାଇନାଲରେ ହେବ।

ଏହି ମ୍ୟାଚ୍‌କୁ ଜିତିବା ପାଇଁ ଇଂଲଣ୍ଡ ଟିମ୍‌କୁ ୨୦ ଓଭରରେ ୧୬୯ ରନ୍‌ କରିବାର ଥିଲା। ଇଂଲଣ୍ଡ ଟିମ୍‌ ଏହି ଟାର୍ଗେଟ୍‌କୁ ବିନା କୌଣସି ଓ୍ଵିକେଟ୍‌ ହରାଇ ହାସଲ କରି ନେଇଥିଲା। ଜୋସ୍‌ ବଟଲର ଅପରାଜିତ ୮୦ ରନ୍‌ ଏବଂ ଏଲେକ୍ସ ହେଲ୍ସ ଅପରାଜିତ ୮୬ ରନ୍‌ର ଇଂନିସ୍‌ ଖେଳିଥିଲେ। ଟି-୨୦ ବିଶ୍ୱକପ୍‌ ୨୦୨୨ର ଫାଇନାଲ ମ୍ୟାଚ୍‌ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.