ଟିମ୍ ଇଣ୍ଡିଆର ବଢିଲା ଟେନସନ, ଅଭ୍ୟାସ ବେଳେ ଆହତ ହେଲେ ରୋହିତ ଶର୍ମା

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ବର୍ଡର ଗାଭାସ୍କର ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ମେଲବର୍ଣ୍ଣ ୨୬ ଡିସେମ୍ବରରୁ ଖେଳାଯିବ । ଏହି ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆରେ ଟେନସନ ବଢିଛି । ଶନିବାର ଅଭ୍ୟାସ କରିବା ସମୟରେ କଏଲ ରାହୁଲ ଆହତ ହୋଇଥିବା ବେଳେ ଆଜି ରୋହିତ ଶର୍ମା ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି । ଅଭ୍ୟାସ ସମୟରେ ରୋହିତଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଛି । ଯନ୍ତ୍ରଣାରେ ଛଟପଟ ହୋଇ ଆଣ୍ଠୁରେ ଆଇସପ୍ୟାକ୍ ଲଗାଉଥିବାର ଫଟୋ ସାମ୍ନାକୁ ଆସିଛି ।

ଆହତ ହେବା ପରେ ଅଧିନାୟକ ରୋହିତ ଶର୍ମା ପ୍ୟାଡ ଓହ୍ଲାଇ ଚେୟାରରେ ବସିଛନ୍ତି । ତୁରନ୍ତ ତାଙ୍କୁ ଫିଜିଓ ଆସି ଆଇସ ପ୍ୟାକ୍ ଲଗାଇଛନ୍ତି । ପ୍ୟାକ୍ ଲଗାଇବା ପରେ ବି ରୋହିତ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏହାପରେ ରୋହିତଙ୍କୁ ଆରାମ ଅନୁଭୂତ କରାଇବା ପାଇଁ ଆଉ ଏକ ଚେୟାର ରଖୁଛନ୍ତି ।

ରୋହିତ ଶର୍ମାଙ୍କ ପ୍ରଦର୍ଶନ ବର୍ଡର ଗାଭାସ୍କର ଟ୍ରଫିରେ ନୈରାଶଜନକ ରହିଛି । ଦ୍ବିତୀୟ ଥର ବାପା ହେବା ଯୋଗୁଁ ରୋହିତ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ ଖେଳିପାରିନଥିଲେ । ତାଙ୍କ ସ୍ଥାନରେ ଜସପ୍ରୀତ ବୁମରା ଟିମର ଦାୟିତ୍ବ ନେଇଥିଲେ ।

ସେହିପରି ଆଡିଲେଡରେ ଖେଳାଯାଇଥିବା ପିଙ୍କ ବଲ୍ ଟେଷ୍ଟରେ ଟିମରେ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ଆସିଥିଲେ । ସେ ଖେଳିଥିବା ପ୍ରଥମ ମ୍ୟାଚରେ ୨,୬ ଏବଂ ଦ୍ବିତୀୟ ମ୍ୟାଚରେ ମାତ୍ର ୧୦ ରନ୍ କରିଥିଲେ ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଟେଷ୍ଟ ୨୬ ଡିସେମ୍ବରରୁ ୩୦ ଡିସେମ୍ବର ପର୍ଯ୍ୟନ୍ତ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ଐତିହାସିକ ଗ୍ରାଉଣ୍ଡ । ଏହି ପିଚରେ ଦ୍ରୁତ ବୋଲରଙ୍କୁ ସୁହାଇବ । ସ୍ପିନରଙ୍କ ପାଇଁ ବେଶ୍ କିଛି ଭଲ ରହିବ ନାହିଁ ।

ଭାରତୀୟ ଟେଷ୍ଟ ଟିମ : ଯଶସ୍ବୀ ଜୟସୱାଲ, କେଏଲ ରାହୁଲ, ଶୁବମନ ଗିଲ, ବିରାଟ କୋହଲି, ରିଷଭ ପନ୍ତ, ରୋହିତ ଶର୍ମା (ଅଧିନାୟକ), ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଜସପ୍ରୀତ ବୁମରା (ଉପ ଅଧିନାୟକ), ମହମ୍ମଦ ସିରାଜ, ଧ୍ରୁବ ଜୁରେଲ, ୱାଂଶିଟନ ସୁନ୍ଦର, ଦେବଦତ୍ତ ପାଡ୍ଡିକିଲ, ରବିନ୍ଦ୍ର ଜାଡେଜା, ସରଫରାଜ ଖାନ, ଅଭିମନ୍ୟୁ ଈଶ୍ବରନ, ପ୍ରସିଦ୍ଧ କ୍ରିଷ୍ଣା, ଆକାଶଦୀପ