ଟି୨୦ ବିଶ୍ୱକପ ୨୦୨୪ : ଅଭ୍ୟାସ କରୁଥିବା ବେଳେ ପୁଣି ରୋହିତ ଆହତ, ଚିନ୍ତାରେ ଫ୍ୟାନ୍ସ

ଟି୨୦ ବିଶ୍ବକପରେ ଆସନ୍ତାକାଲି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ ଭାରତ । ନ୍ୟୁୟର୍କ ନାସାଓ କାଉଣ୍ଟି କ୍ରିକେଟ ଷ୍ଟାଡିୟମରେ ହେବ ଏହି ରୋମାଞ୍ଚକ ମ୍ୟାଚ । ଏହି ମ୍ୟାଚକୁ ଦେଖିବା ପାଇଁ କ୍ରିକେଟ ପ୍ରେମୀ ଉତ୍ସାହିତ ରହିଛନ୍ତି । ହେଲେ ଭାରତୀୟ ଫ୍ୟାନ୍ସଙ୍କ ଚିନ୍ତା ବଢାଇଛି ରୋହିତ ଶର୍ମାଙ୍କ ଆହତ ସମସ୍ୟା ।
ଆୟରଲାଣ୍ଡ ବିପକ୍ଷରେ ବ୍ୟାଟିଂ କରୁଥିବା ସମୟରେ ଆହତ ହୋଇଥିଲେ ରୋହିତ ଶର୍ମା । ଆଉ ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଅଭ୍ୟାସ କରୁଥିବା ବେଳେ ମଧ୍ୟ ଆହତ ହୋଇଛନ୍ତି । ଅଭ୍ୟାସ ବେଳେ ବାମ ହାତରେ ଆଘାତ ଲାଗିଛି । ଫଳରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ରୋହିତ ଖେଳିବେ କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱରେ ଅଛନ୍ତି ସମସ୍ତେ ।
ଜୁନ୍ ୯ ତାରିଖରେ ଟି୨୦ ବିଶ୍ୱକପରେ ପାକିସ୍ତାନକୁ ଭେଟିବ ଭାରତ । ନ୍ୟୁୟର୍କ ନାସାଉ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ହେଲେ ରୋହିତଙ୍କୁ ଆଘାତ ଲାଗିବା ପରେ ଫ୍ୟାନ୍ସଙ୍କ ଟେନସନ ବଢିଯାଇଛି। ପୂର୍ବରୁ ଆୟରଲାଣ୍ଡ ମ୍ୟାଚରେ ଆଘାତ ଲାଗିଥିବା ବେଳେ ପୁଣି ଅଭ୍ୟାସ ବେଳେ ଆଘାତ ଲାଗିଛି । ସେ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ ସ୍ପଷ୍ଟ ହୋଇ ନାହିଁ ।
ତେବେ ପାକିସ୍ତାନ ତାର ପ୍ରଥମ ମ୍ୟାଚରେ ଆୟୋଜନ ଆମେରିକା ଠାରୁ ସୁପର ଓଭରରେ ହାରି ଯାଇଛି । ଅନ୍ୟପଟେ ଭାରତ ତାର ପ୍ରଥମ ପ୍ରତିଦ୍ବନ୍ଦ୍ବୀ ଆୟର୍ଲାଣ୍ଡକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି । ତେଣୁ ସୁପର ୮କୁ ଯିବା ପାଇଁ ପାକିସ୍ତାନ ପୂରା ଦମରେ ଭାରତକୁ ହରାଇବା ଚେଷ୍ଟା କରିବ । ଅନ୍ୟପକ୍ଷରେ ଫର୍ମରେ ଥିବା ଯୁବ ଖେଳାଳିମାନଙ୍କୁ ନେଇ ଟିମ୍ ଇଣ୍ଡିଆ ପାକିସ୍ତାନକୁ ମାତ ଦେବା ଲାଗି ପୂରା ପ୍ରସ୍ତୁତ । ଯଦି ରୋହିତ ଶର୍ମା ନ ଖେଳନ୍ତି, ତେବେ ଶୁବମନ ଗିଲ କିମ୍ବା ରିଙ୍କୁ ସିଂଙ୍କୁ ଟିମରେ ସ୍ଥାନ ମିଳିପାରେ ।
ଭାରତ-ପାକିସ୍ତାନ ମ୍ୟାଚ ଟିକେଟ ଦାମ୍ ମଧ୍ୟ ଆକାଶଛୁଆଁ ହୋଇଛି । ଏହି ମ୍ୟାଚ୍ ପାଇଁ ପ୍ରାରମ୍ଭିକ ଟିକେଟ ଦାମ୍ ୩୦୦ ୟୁଏସ ଡଲାର ଅର୍ଥାତ୍ ୨୫,୦୦୦ ଟଙ୍କା ରହିଛି । ତେବେ ଏହି ମ୍ୟାଚରେ ସବୁଠାରୁ ଅଧିକ ଟିକେଟ ଦାମ୍ ୧୦ ହଜାର ଡଲାର ବା ୮.୩ ଲକ୍ଷ ଟଙ୍କା ରହିଛି ବୋଲି ଜଣାପଡିଛି । ଭାରତ ବନାମ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ଆସିବା ଦର୍ଶକ ଗାଡି ପାର୍କିଂ ଏରିଆରେ ରଖିବେ । ତେଣୁ ପାର୍କିଂ ଏରିଆରେ ଚାର୍ଜ ମଧ୍ୟ ବୃଦ୍ଧି ପାଇଛି ।