କ୍ରୀଡା

କଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଅବସର ନେଇଯିବେ ରୋହିତ ଶର୍ମା ?

() ଟି-୨୦ ବିଶ୍ୱକପ୍‌ ପରେ କ୍ରିକେଟ୍‌ରୁ ଅବସର ନେବେ ଅଧିନାୟକ ରୋହିତ ଶର୍ମା । ଏହି ଚର୍ଚ୍ଚା ଏବେ ଜୋର୍‌ ଧରିଛି । ଯାହା ଆଲୋଚନା ହେଉଛି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ରୋହିତ ଅସନ୍ତୁଷ୍ଟ ଅଛନ୍ତି । ତାଙ୍କ ଟି-୨୦ ବିଶ୍ୱକପ୍‌ ଦଳରେ ସାମିଲ କରାଯିବା ପରେ ରୋହିତଙ୍କ ଅବସର ନେବା କଥା ଉଠିଛି । ସୂଚନା ଅନୁସାରେ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକର ହାର୍ଦ୍ଦିକଙ୍କୁ ଦଳରେ ସ୍ଥାନ ଦେବାକୁ ବିରୋଧ କରୁଥିଲେ । ତେବେ ହାର୍ଦ୍ଦିକଙ୍କୁ ଖାଲି ଦଳରେ ନିଆଗଲା ନାହିଁ ତା ସହିତ ତାଙ୍କୁ ଉପଅଧିନାୟକ ମଧ୍ୟ କରାଯାଇଛି । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ରୋହିତଙ୍କ ସ୍ଥାନରେ ତାଙ୍କୁ ଅଧିନାୟକ କରାଯାଇଛି । ତେବେ ତାଙ୍କ ନେତୃତ୍ୱରେ ଦଳ ଅତି ଖରାପ ପ୍ରଦର୍ଶନ କରି ପ୍ଲେଅଫ୍‌କୁ ବି ଯାଇ ପାରିନାହିଁ । ଏ ସ୍ଥିତିରେ ରୋହିତ ଶର୍ମା ଏବଂ ଅଜିତ ଆଗରକର ହାର୍ଦ୍ଦିକଙ୍କୁ ବିଶ୍ୱକପ୍‌ ଦଳରେ ନନେବା ପାଇଁ ଚାହୁଁଥିଲେ । ହାର୍ଦ୍ଦିକ ମନୋନୀତ ହେବା ପରେ ରୋହିତ କ୍ରିକେଟରୁ ସନ୍ନ୍ୟାସ ନେବେ ବୋଲି ଜୋର ଚର୍ଚ୍ଚା ଚାଲିଛି । ଏପଟେ ରୋହିତ ଓ ହାର୍ଦ୍ଦିକଙ୍କ ଭିତରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ବିସିସିଆଇ କିନ୍ତୁ ଭାରତୀୟ ଟି-୨୦ ଟିମର ପରବର୍ତ୍ତୀ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ଦେବାକୁ ଆପାତତଃ ସ୍ଥିର କରି ସାରିଥିବା ସୂଚନା ମିଳୁଛି । ତେବେ ଏହି ଶୀତଳ ଯୁଦ୍ଧ ହିଁ ମୁମ୍ବାଇ ଇଣ୍ଡିଆନ୍ସ ଖରାପ ପ୍ରଦର୍ଶନ ପାଇଁ ଦାୟୀ ବୋଲି କ୍ରିକେଟ୍‌ ଏକ୍ସପର୍ଟଙ୍କ ମତ । ଏକଥା ସତ ଯେ ଗତ ତିନି ବର୍ଷ ଧରି ଆଇପିଏଲରେ ମୁମ୍ବାଇ ଇଣ୍ଡିଆନସର ପ୍ରଦର୍ଶନ ଭଲ ନଥିଲା । ୨୦୨୧ରେ ପଞ୍ଚମ, ୨୦୨୨ରେ ଦଶମ, ୨୦୨୩ରେ ଚତୁର୍ଥ ଏବଂ ଚଳିତ ଥର ନବମ ସ୍ଥାନରେ ରହିଛି । ପୂର୍ବ ପ୍ରଦର୍ଶନ ଯୋଗୁଁ ହୁଏତ ରୋହିତଙ୍କୁ ଅଧିନାୟକ ପଦରୁ ବିଦା କରାଯାଇଥିଲା ।

ଯଦିଓ ନିକଟରେ ଏକ ସାକ୍ଷାତକାରରେ ରୋହିତ ଆଉ କିଛି ବର୍ଷ ଖେଳିବାକୁ ଚାହୁଁଥିବା କହିଛନ୍ତି ତେବେ ବିସିସିଆଇର ତାଙ୍କ ପ୍ରତି ଆଚରଣ ତାଙ୍କୁ ଆଘାତ ଦେଇଛି । ତେଣୁ ସେ ଅବସର ନେବା କଥା ଚିନ୍ତା କରୁଛନ୍ତି । ଏପଟେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିମାନେ ଦୁଇ ଭାଗରେ ବିଭକ୍ତ ହୋଇଥିବା ଆଲୋଚନା ହେଉଛି । କିଛି ଖେଳାଳି ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବା ନେଇ ଅସନ୍ତୁଷ୍ଟ ଅଛନ୍ତି । ସେମାନେ ସହଯୋଗ କରୁ ନାହାନ୍ତି । ଏମିତିକି କିଛି ଆଇପିଏଲ୍‌ ମ୍ୟାଚ୍‌ ବେଳେ ରୋହିତ ନିଜ ଦଳର ଖେଳାଳିଙ୍କୁ ଛାଡ଼ି କୋଲକାତା ନାଇଟ ରାଇଡର୍ସ ଖେଳାଳିଙ୍କ ସହ ବସି କଥା ହେଉଥିବା ଦେଖା ଯାଇଛି । ଜଣେ ଆକ୍ରମଣାତ୍ମକ ବ୍ୟାଟର ଭାବେ ପରିଚିତ ରୋହିତ ଶର୍ମା ତାଙ୍କ କ୍ୟାରିୟରରେ ୫୯ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪ ହଜାର ୧୩୭ ରନ୍‌ କରିଛନ୍ତି । ଏଥଇରେ ରହିଛି ୧୨ଟି ଶତକ ଏବଂ ୧୭ଟି ଅର୍ଦ୍ଧଶତକ । ସେ ୨୬୨ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୪୯.୧୨ ହାରରେ ୧୦ ହଜାର ୭୦୯ ରନ୍‌ ସ୍କୋର କରିଛନ୍ତି । ଏଥିରେ ରହିଛି ୩୧ ଶତକ ଓ ୫୫ଟି ଅର୍ଦ୍ଧଶତକ । ସେହିପରି ଟି-୨୦ରେ ୧୫୧ ମ୍ୟାଚ୍‌ ଖେଳି ୩ ହଜାର ୯୭୪ ରନ୍‌ କରିଛନ୍ତି । ୫ଟି ଶତକ ଓ ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ରୋହିତ ଶର୍ମା ।

ଏକ ସାକ୍ଷାତକାରରେ ରୋହିତ କହିଛନ୍ତି କି ମୁଁ ମୋ ଜୀବନରେ ବହୁତ ଉତ୍ଥାନ ପତନ ଦେଖିଛି । ଅଧିକ ଖରାପ ସମୟର ସାମନା କରିଛି । ତେଣୁ ଆଉ କିଛି ବର୍ଷ ବିଶ୍ୱ କ୍ରିକେଟ୍‌ରେ ଖେଳିବାକୁ ଚାହୁଁଛି । ହେଲେ ତାଙ୍କୁ କେତେ ସୁଯୋଗ ମିଳୁଛି ଓ ସେ ନିଜକୁ କିଭଳି ଭାବେ ସୁଯୋଗ ଦେଉଛନ୍ତି ତା ଉପରେ ଫ୍ୟାନ୍‌ଙ୍କ ନଜର ରହିବ । ଅବଶ୍ୟ ଏକଥା ସତ ଯେ ରୋହିତଙ୍କ ଭିତରେ ଆହୁରି ଅନେକ କ୍ରିକେଟ୍‌ ବାକି ଅଛି ।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago