ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ରେକର୍ଡ, ଗୋଟିଏ ବିଶ୍ୱକପ୍‌ରେ ୫ଟିଶତକ କରିଥିବା ପ୍ରଥମ ଖେଳାଳି

ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ରେକର୍ଡ । ଚଳିତ ବିଶ୍ୱକପ୍‌ରେ ଲଗାତାର ୫ଟି ଶତକ ହାସଲ କରିବାରେ ବିଶ୍ୱରେ ପ୍ରଥମ ବ୍ୟାଟସ୍‌ମ୍ୟାନ ହୋଇଛନ୍ତି ରୋହିତ । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୯୨ଟି ବଲରୁ ଶତକ ମାରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ସାଉଥ ଆଫ୍ରିକା ବିପକ୍ଷରେ ୧୨୨ ଅପରାଜିତ, ପାକିସ୍ତାନ ବିରୋଧରେ ୧୪୦, ଇଂଲଣ୍ଡ ବିପକ୍ଷରେ ୧୦୨ ଓ ବାଂଲାଦେଶ ବିପକ୍ଷ ମ୍ୟାଚରେ ୧୦୪ ରନ ହାସଲ କରିଥିଲେ। ଏଥିସହ କ୍ୟାରିଅର୍‌ର ୨୭ତମ ଦିନିକିଆ ଶତକ ମଧ୍ୟ ହାସଲ କରିଛନ୍ତି।

ପୂର୍ବରୁ ୨୦୧୫ ବିଶ୍ୱକପ୍‌ରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସାଙ୍ଗାକରା ୪ଟି ଶତକ ହାସଲ କରିଥିଲେ। ଏହାସହ ଚଳିତ ବିଶ୍ୱକପ୍‌ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ତାଲିକାର ଶୀର୍ଷରେ ମଧ୍ୟ ରହିଛନ୍ତି ରୋହିତ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.