କ୍ରୀଡା

ଟି୨୦ ବିଶ୍ୱକପ : ନ୍ୟୁୟର୍କରେ ମସ୍ତି ମୁଡରେ ରୋହିତ, ଫଟୋ ଦେଖି ଫ୍ୟାନ୍ସ କଲେ ନିବେଦନ

ଟି୨୦ ବିଶ୍ୱକପରେ ଆସନ୍ତାକାଲି ଭାରତ ଏବଂ ଆୟରଲାଣ୍ଡ ମଧ୍ୟରେ ମ୍ୟାଚ ଖେଳାଯିବ । ଏଥିପାଇଁ ଭାରତୀୟ ଟିମ୍‌ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଭାରତ ଓ୍ଵାର୍ମ ଅପ୍‌ ମ୍ୟାଚ ବାଂଲାଦେଶ ବିପକ୍ଷରେ ଖେଳି ମ୍ୟାଚ ଜିତିସାରିଛି । ତେବେ ଭାରତ-ଆୟରଲାଣ୍ଡ ମ୍ୟାଚ ପୂର୍ବରୁ ରୋହିତ ଶର୍ମା ମସ୍ତି ମୁଡରେ ନଜର ଆସିଛନ୍ତି । ରୋହିତ ଶର୍ମା ନ୍ୟୁୟର୍କର ଏକ ରେଷ୍ଟୁରାଣ୍ଟରେ ପହଞ୍ଚିଛନ୍ତି । ରୋହିତ ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫ୍ୟାନ୍ସ ଏହି ଫଟୋରେ କମେଣ୍ଟ କରୁଛନ୍ତି ।

ରୋହିତ ଇନଷ୍ଟାଗ୍ରାମରେ ୪ଟି ଫଟୋ ସେୟାର କରିଛନ୍ତି । ଏଥିରେ କ୍ୟାପସନରେ ଲେଖିଛନ୍ତି, ବିଗ୍‌ ମୁଡସ୍‌ ଇନ ଦ ବିଗ୍‌ ଆପଲ । ରୋହିତଙ୍କ ଏହି ଫଟୋରେ ଅତି କମରେ ୮ ଲକ୍ଷରୁ ଅଧିକ ଲୋକ ଲାଇକ୍‌ କରିସାରିଛନ୍ତି ।

ଏହାକୁ ନେଇ ଫ୍ୟାନ୍ସ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି । ୟୁଜର୍ସ ରୋହିତଙ୍କୁ କପ୍‌ ଆଣିବାକୁ କହିଛନ୍ତି । ରୋହିତ ଏହି ଫଟୋରେ ଧଳା ରଙ୍ଗର ସାର୍ଟ ପିନ୍ଧିଛନ୍ତି । ଏହାସହିତ ଅଲଭି ରଙ୍ଗର ଏକ କ୍ୟାପ ପିନ୍ଧିଥିବା ସହିତ ଚଷମା ଲଗାଇଛନ୍ତି ।

ରୋହିତ ବାଂଲାଦେଶ ବିପକ୍ଷ ଓ୍ଵାର୍ମଅପ ମ୍ୟାଚରେ କିଛି ଖାସ୍‌ କରି ପାରିନଥିଲେ । ୧୯ ବଲ ଖେଳି ୨୩ ରନ୍‌ କରିଥିଲେ ରୋହିତ । ରୋହିତ ଏଥିରେ ୨ଟି ଚଉକା ଏବଂ ୧ଟି ଛକା ମାରିଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି ୧୮୨ ରନ କରିଥିଲା ବେଳେ ବାଂଲାଦେଶ ୧୨୨ ରନ୍‌ କରିପାରିଥିଲା ।

ଭାରତ ଆୟରଲାଣ୍ଡ ସହିତ ମ୍ୟାଚ ପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବ । ଏହି ମ୍ୟାଚକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଏହି ମ୍ୟାଚ ନ୍ୟୁୟର୍କରେ ଖେଳାଯିବ ।

ଭାରତୀୟ ଟିମ୍‌ ଆଇସିସି ଟି୨୦ ବିଶ୍ୱକପ ଗ୍ରୁପ ଏରେ ପାକିସ୍ତାନ, ଆୟରଲାଣ୍ଡ, ଆମେରିକା ଏବଂ କାନାଡା ସହିତ ମ୍ୟାଚ ଖେଳିବ । ଜୁନ୍‌ ୫ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଭାରତ। ଜୁନ୍‌ ୯ରେ ପାକିସ୍ତାନ ସହିତ ଭାରତ ମ୍ୟାଚ ଖେଳିବ । ଏହାପରେ ୧୨ରେ ଆମେରିକା ସହିତ ଏବଂ ୧୫ ଜୁନରେ କାନାଡା ସହିତ ଶେଷ ଲିଗ ମ୍ୟାଚ ଖେଳିବ ଭାରତ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago