ଲକ୍ଷ୍ନୌ ଟି-୨୦ରେ ରୋହିତଙ୍କ ଦମଦାର ଶତକ, ଭାଙ୍ଗିଲେ କୋହଲିଙ୍କ ବିରାଟ୍ ରେକର୍ଡ

ଲକ୍ଷ୍ନୌ ଟି – ୨୦ରେ ରୋହିତଙ୍କ ଦମଦାର ଶତକ । ୱେଷ୍ଟଇଣ୍ଡିଜ୍ ଆଗରେ ୧୯୬ ରନର ବିଜୟ ଲକ୍ଷ ରଖିଲା ଟିମ୍ ଇଣ୍ଡିଆ । ୬୧ ବଲରେ ୮ଟି ଚୌକା ଏବଂ ୭ ଟି ଛକା ମାରି ଅପରାଜିତ ୧୧୧ ରନ୍ କରିଛନ୍ତି ରୋହିତ୍ ଶର୍ମା ।

ଏହା ସହ ବିରାଟ୍ କୋହଲିଙ୍କ ରେକର୍ଡ ଭାଙ୍ଗିଛନ୍ତି ରୋହିତ୍ ଶର୍ମା । ଭାରତ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ରନ୍ କରିଥିବା ଖେଳାଳି ଭାବରେ ରେକର୍ଡ କରିଛନ୍ତି ରୋହିତ୍।  କୋହଲି ୬୨ଟି ଟି-୨୦ ମ୍ୟାଚରେ ୨୧୦୨ ରନ୍ ସଂଗ୍ରହ କରିଥିବା ବେଳେ ରୋହିତ  ୮୬ଟି ଟି-୨୦ରେ କରିଛନ୍ତି ୨୨୦୩ ରନ୍ । ସେହିପରି ସୁରେଶ ରାଇନା ୧୬୦୫ ରନ୍, ମହେନ୍ଦ୍ର ସିଂହ ଧୋନି ୧୪୮୭ ରନ୍ ଏବଂ ଯୁବରାଜ ସିଂହ ୧୧୭୭ ରନ୍ କରିଛନ୍ତି ।

ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ୍ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟଇଣ୍ଡିଜ୍ । ଇନିଂସ ଆରମ୍ଭରୁ ରୋହିତ ଶର୍ମା ଏବଂ ଶିଖର ଧଓ୍ଵନ୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଭାରତ ପ୍ରଥମ ଓ୍ଵିକେଟ୍ ୧୨୩ ରନ୍ ଭାବରେ ଶିଖର ଧଓ୍ଵନଙ୍କୁ ହରାଇଥିଲା। ଧଓ୍ଵନ୍ ୪୧ଟି ବଲ୍ ଖେଳି ୪୩ ରନ୍ କରିଥିଲେ। ଏହା ପରେ ୧୩୩ ରନରେ ଋଷଭ ପନ୍ତଙ୍କ ୱିକେଟ୍ ଯାଇଥିଲା । ପନ୍ତ ୬ଟି ବଲ୍ ଖେଳି ୫ ରନ୍ କରିଥିଲେ ।