କ୍ରୀଡା

ଟି୨୦ ବିଶ୍ୱକପ : ଅଧିନାୟକ ରୋହିତ ଶର୍ମାଙ୍କ ଫଟୋକୁ ନେଇ କରାଯାଇଛି କଦର୍ଥ, ଫ୍ୟାନ୍‌ ଦେଲେ ମୁହଁତୋଡ ଜବାବ

ଆଇସିସି ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହୋଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ରୋହିତ ଶର୍ମା ଭାରତୀୟ ଟିମର ଅଧିନାୟକ ଦାୟିତ୍ୱରେ ରହିଛନ୍ତି । ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କୁ ଟି୨୦ ବିଶ୍ୱକପ ଫର୍ମାଟକୁ ଫେରିଛନ୍ତି । ଗତଥର ଭାରତ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ହାରିଯାଇଥିଲା । ତେଣୁ ଏଥର ଏ ଦୁହେଁ ଭାରତ ପାଇଁ ଟ୍ରଫି ସ୍ୱପ୍ନକୁ ପୂରଣ କରିବାକୁ ଚାହୁଁଛନ୍ତି । ବିରାଟଙ୍କ ଫିଟନେସକୁ ନେଇ ସମସ୍ତେ ଜାଣିଥିବା ବେଳେ କିନ୍ତୁ ରୋହିତ ଶର୍ମା ଏହି ମାମଲାରେ ପଛରେ ରହିଛନ୍ତି । ତେବେ ଏହାକୁ ଫାଇଦା ଉଠାଇ ସୋସିଆଲ ମିଡିଆରେ ତାଙ୍କ ଫଟୋ ସହିତ ମଜାକ ହୋଇଛି ।

ଭାରତୀୟ ଟିମ୍‌ ଅଧିନାୟକ ରୋହିତ ଶର୍ମା ଆଇସିସି ଟି୨୦ ବିଶ୍ୱକପ ପୂର୍ବରୁ ରୋହିତ ଶର୍ମାଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏଥିରେ ରୋହିତଙ୍କ ପେଟ ବାହାରିଥିବା ବେଳେ ଫିଲ୍ଡିଂ କରୁଥିବାର ଦେଖିବାକୁ ମିଳିଛି । ଫଟୋ ପୋଷ୍ଟ କରିବା ସହିତ କ୍ୟାପସନରେ
ୟୁଜର ଲେଖିଛନ୍ତି, ଓ୍ଵାହା ଜି ଓ୍ଵାହା ଭାରତୀୟ ଟିମର ଅଧିନାୟକଙ୍କ ଫିଟନେସ ।

ରୋହିତ ଶର୍ମାଙ୍କ ଫଟୋ ସହିତ ଫଟୋସପ୍‌ କରାଯାଇ ତାଙ୍କ ଇମେଜକୁ ଖରାପ କରିବାକୁ ପୋଷ୍ଟ କରାଯାଇଛି । ତେଣୁ ଏହି ପୋଷ୍ଟରେ ରୋହିତଙ୍କ ଟି୨୦ ଜର୍ସିରେ ଥିବା ଫଟୋକୁ ଜଣେ ଫ୍ୟାନ୍‌ ଯୋଡି ମୁହଁତୋଡ ଜବାବ ଦେଇଛନ୍ତି । ଜାଣିଶୁଣି ରୋହିତଙ୍କ ଫଟୋକୁ ଏଭଳି କରାଯାଇଛି ।

ଭାରତୀୟ ଟିମ୍‌ ଆଇସିସି ଟି୨୦ ବିଶ୍ୱକପ ଗ୍ରୁପ ଏରେ ପାକିସ୍ତାନ, ଆୟରଲାଣ୍ଡ, ଆମେରିକା ଏବଂ କାନାଡା ସହିତ ମ୍ୟାଚ ଖେଳିବ । ଜୁନ୍‌ ୫ ତାରିଖରେ ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଭାରତ। ଜୁନ୍‌ ୯ରେ ପାକିସ୍ତାନ ସହିତ ଭାରତ ମ୍ୟାଚ ଖେଳିବ । ଏହାପରେ ୧୨ରେ ଆମେରିକା ସହିତ ଏବଂ ୧୫ ଜୁନରେ କାନାଡା ସହିତ ଶେଷ ଲିଗ ମ୍ୟାଚ ଖେଳିବ ଭାରତ ।

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ :

ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଜସପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ ସାମିଲ ରହିଛନ୍ତି ।

ଷ୍ଟାଣ୍ଡବାଏ : ଶବମନ ଗିଲ, ରିଙ୍କୁ ସିଂ, ଖଲୀଲ ଅହମଦ, ଆବେଶ ଖାନ ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago