ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହାରି ମଧ୍ୟରେ ରୋହିତ ଶର୍ମାଙ୍କୁ ପ୍ରଶ୍ନ ପଚରାଯାଇଥିଲା କି, ବାଂଲାଦେଶୀ ଖେଳାଳି ବୟାନବାଜି କରୁଛନ୍ତି କି, ଭାରତକୁ ହରାଇ ମଜା ଆ ସିଯିବ । ଯାହାର ଜବାବରେ ରୋହିତ କହିଥିଲେ, ପ୍ରତ୍ୟେକ ଟିମ୍କୁ ଏଭଳି ଲାଗୁଛି । ଆମ ଲକ୍ଷ୍ୟ ଭଲ କ୍ରିକେଟ ଖେଳିବା । ବାଂଲାଦେଶ ଟିମ୍ ଆଜିଯାଏଁ ଭାରତ ବିପକ୍ଷରେ ଗୋଟିଏ ହେଲେ ମ୍ୟାଚ ଜିତିନାହିଁ ।
ଚେନ୍ନାଇରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସମସ୍ତ ଟିମ ଭାରତକୁ ହରାଇବାରେ ମଜା ପାଉଛି । ମଜା ନେବାକୁ ଦିଅ ସେମାନଙ୍କୁ । ଇଂଲଣ୍ଡ ଟିମ୍ ଆସି ସାମ୍ବାଦିକ ସମ୍ମିଳନୀରେ ସମାନ କଥା କହିଛି । କିନ୍ତୁ ଆମ ଲକ୍ଷ୍ୟ ଭଲ କ୍ରିକେଟ ଖେଳିବ । ଭଲ ଖେଳିବାକୁ ଚେଷ୍ଟା କରୁ ।
ଭାରତୀୟ ଟିମ୍ ଆଗାମୀ କିଛି ମାସ ମଧ୍ୟରେ ୧୦ଟି ଟେଷ୍ଟ ମ୍ୟାଚ ଖେଳିବ । ଏଥିରୁ ୫ଟି ଭାରତରେ ଏବଂ ଅନ୍ୟ ୫ଟି ଅଷ୍ଟ୍ରେଲିଆରେ ଖେଳାଯିବ ।
ସୂଚନାଯୋଗ୍ୟ, ଭାରତୀୟ ଟିମ୍ ସେପ୍ଟେମ୍ବରରେ ୨ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିସାରିବା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଅକ୍ଟୋବରରେ ଟେଷ୍ଟ ସିରିଜ ଖେଳିବ । ଭାରତୀୟ ଟିମ୍ ଘରୋଇ ମାଟିରେ ଟେଷ୍ଟ ସିରିଜ ଚଳିତବର୍ଷ ଇଂଲଣ୍ଡ ବିପକ୍ଷରେ ୫ଟି ମ୍ୟାଚ ବିଶିଷ୍ଟ ମ୍ୟାଚ ଖେଳିଥିଲା । ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ରେ ଚେନ୍ନାଇର ଚେପାକ ଷ୍ଟାଡିୟମରେ ଖେଳାଯିବ ।
ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୟସଓ୍ଵାଲ, ଶୁବମନ ଗିଲ, ବିରାଟ କୋଡଳି, ସରଫରାଜ ଖାନ, ରିଷଭ ପନ୍ତ(ଓ୍ଵିକେଟ କିପର), ଧ୍ରୁବ ଜୁରେଲ, ଆର ଅଶ୍ୱିନ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଜସପ୍ରୀତ ବୁମରା, ଯଶ ଦୟାଲ ।