ଆଇପିଏଲର ଥକ୍କାପଣ ଦୂର କରିବା ପାଇଁ ମାଳଦ୍ୱୀପ ପହଞ୍ଚିଲେ ରୋହିତ ଶର୍ମା, ପତ୍ନୀ ସେୟାର କଲେ ରୋମାଣ୍ଟିକ ଫଟୋ

ଆଇପିଏଲରୁ ବାଦ୍‌ ପଡିବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ତଥା ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ନିଜ ପରିବାର ସହିତ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ଷ୍ଟ୍ରେସ ଓ ଥକ୍କାପଣ ଦୂର କରିବା ପାଇଁ ରୋହିତ ନିଜ ପରିବାର ସହିତ ମାଳଦ୍ୱୀପ ଯାଇଛନ୍ତି।

ସୂଚନାଯୋଗ୍ୟ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଚଳିତ ଆଇପିଏଲ୍‌ରେ ୧୪ଟି ମ୍ୟାଚରୁ ୧୦ଟି ମ୍ୟାଚ୍‌ ହାରିଛି। ତେଣୁ ଆଇପିଏଲ୍‌ ପ୍ଲେ ଅଫରୁ ବାଦ୍‌ ପଡିଛି। ଆଉ ଆଇପିଏଲରୁ ବ୍ରେକ ନେବା ପରେ ରୋହିତ ଶର୍ମା ପରିବାର ସହିତ ଛୁଟିବାକୁ ଯାଇଛନ୍ତି।

ରୋହିତ ଶର୍ମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପତ୍ନୀ ରିତିକା ସଜଦେହଙ୍କ ସହିତ ଫଟୋ ସେୟାର କରିଛନ୍ତି। ଦୁହେଁ ସମୁଦ୍ର କୂଳରେ ପ୍ରାଇମେଟ ମୋମେଣ୍ଟଏନଜଏ କରୁଛନ୍ତି। ରୋହିତ ଶର୍ମା ଏହା ସହିତ କ୍ୟାପସନରେ ଲେଖିଛନ୍ତି, ‘ ଆଗାମୀ କିଛି ଦିନ ମୋତେ କେବଳ ଏତିକି ଦରକାର।

 

View this post on Instagram

 

A post shared by Rohit Sharma (@rohitsharma45)

ରୋହିତ ଶର୍ମାଙ୍କ ସହିତ ମାଳଦ୍ୱୀପ ଟ୍ରିପରେ ତାଙ୍କ ପତ୍ନୀ ରିତିକା ଏବଂ ଝିଅ ସମାୟରା ଯାଇଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ ୨୦୨୨ ପରେ ଟିମ୍‌ ଇଣ୍ଡିଆ ସାଉଥ ଆଫ୍ରିକା ବିରୋଧରେ ୫ଟି ଟି-୨୦ ମ୍ୟାଚ ଖେଳିବ। ଏଥିପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ହୋଇସାରିଛି। ବିସିସିଆଇ କେଏଲ ରାହୁଲଙ୍କୁ ଅଧିନାୟକ ଦାୟିତ୍ୱ ଦେଇଛି। ମ୍ୟାଚରୁ କୋହଲି, ରୋହିତ ଶର୍ମାଙ୍କ ୁ ସିରିଜ ପାଇଁ ବିଶ୍ରାମ ଦିଆଯାଇଛି।

 

View this post on Instagram

 

A post shared by Rohit Sharma (@rohitsharma45)