ଟି୨୦ ବିଶ୍ୱକପ ଜିତିବା ପରେ ପ୍ରଥମ ଦିନିକିଆ ସିରିଜ ଖେଳିବାକୁ ମଇଦାନ ଓହ୍ଲାଇବେ ରୋହିତ ଶର୍ମା, ଶ୍ରୀଲଙ୍କାରେ ପହଞ୍ଚିଲେ

ଭାରତୀୟ କ୍ରିକେଟ ଟିମ୍‌ ଆଇସିସି ଟି୨୦ ବିଶ୍ୱକପ ଚାମ୍ପିଅନ ହେବା ପରେ ରୋହିତ ଶର୍ମା ପ୍ରଥମ ସିରିଜ ଖେଳିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଆଇସିସି ଟ୍ରଫି ଜିତିବା ପରେ ଟି୨୦ ଫର୍ମାଟରୁ ବ୍ରେକ ନେଇଛନ୍ତି ରୋହିତ ଶର୍ମା । ଭାରତୀୟ ଟିମ୍‌ ଏବେ ଶ୍ରୀଲଙ୍କା ବିପକ୍ଷରେ ଟି୨୦ ସିରିଜ ଖେଳୁଥିବା ବେଳେ ଅଗଷ୍ଟ ୨ ତାରିଖରୁ ଦିନିକିଆ ସିରିଜ ଖେଳିବ । ଏଥିପାଇଁ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି ରୋହିତ ଶର୍ମା ।

ଭାରତୀୟ ଟିମ୍‌ ଶ୍ରୀଲଙ୍କା ବିପକ୍ଷରେ ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଅଗଷ୍ଟ ୨ ତାରିଖରୁ ଖେଳିବ । ଏହି ସିରିଜ ପୂର୍ବରୁ ନିଜର ସ୍ଥାନୀୟ ପାଣିପାଗ ସହିତ ଖାପ ଖୁଆଇବା ପାଇଁ ରୋହିତ ଶର୍ମା ଶ୍ରୀଲଙ୍କାରେ ପହଞ୍ଚିଛନ୍ତି । ରୋହିତଙ୍କ ସହିତ ଶ୍ରେୟସ ଆୟର ମଧ୍ୟ ଗସ୍ତ କରିଛନ୍ତି ।

ଭାରତୀୟ ଟିମର ନୂଆ କୋଚ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତଙ୍କ ନଜର ଆସନ୍ତାବର୍ଷ ହେବାକୁ ଥିବା ଆଇସିସି ଚାମ୍ପିଅନ୍ସ ଟ୍ରଫି ଉପରେ ରହିଛି । ଆଇସିସି ଚାମ୍ପିଅନ୍ସ ଟ୍ରଫି ଆସନ୍ତାବର୍ଷ ପାକିସ୍ତାନରେ ଖେଳାଯିବ । ଏଥିପାଇଁ ରୋହିତଙ୍କ ରିଟାୟରମେଣ୍ଟ ପ୍ଲାନ କ୍ୟାନସଲ ହୋଇଛି ।

ତେବେ ବର୍ତ୍ତମାନ ଶ୍ରୀଲଙ୍କାରେ ଟି୨୦ ସିରିଜ ଖେଳୁଥିବା ଭାରତୀୟ ଟିମ୍‌ ୨ଟି ମ୍ୟାଚ ଜିତି ସିରିଜ ଜିତିସାରିଛି । ଟି୨୦ ସିରିଜରେ ଅଧିନାୟକ ରହିଛନ୍ତି ସୂର୍ଯ୍ୟକୁମାର ଯାଦବ । ଶେଷ ଟି୨୦ ମ୍ୟାଚ ଆସନ୍ତାକାଲି ଖେଳାଯିବ । ଟି୨୦ ସିରିଜ ସରିବା ପରେ ୨ ଅଗଷ୍ଟରୁ ଦିନିକିଆ ସିରିଜ ଖେଳାଯିବ ।

ଦିନିକିଆ ଟିମ୍‌ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ୍‌ (ଉପ ଅଧିନାୟକ), ବିରାଟ କୋହଲି, କେଏଲ ରାହୁଲ(ଓ୍ଵିକେଟ କିପର), ରିଷଭ ପନ୍ତ (ଓ୍ଵିକେଟ କିପର), ଶ୍ରେୟସ ଆୟର, ଶିବମ ଦୁବେ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଓ୍ଵାଶିଂଟନ ସୁନ୍ଦର, ଅର୍ଶଦୀପ ସିଂ, ରିୟାନ ପରାଗ, ଅକ୍ଷର ପଟେଲ, ଖଲିଲ ଅହମଦ, ହର୍ଷିତ ରାଣା ।

ଭାରତ-ଶ୍ରୀଲଙ୍କା ଦିନିକିଆ ଖେଳସୂଚୀ :

୨ ଅଗଷ୍ଟ: ପ୍ରଥମ ଦିନିକିଆ, କଲମ୍ବୋ
୪ ଅଗଷ୍ଟ : ଦ୍ୱିତୀୟ ଦିନିକିଆ, କଲମ୍ବୋ
୭ ଅଗଷ୍ଟ : ତୃତୀୟ ଦିନିକିଆ, କଲମ୍ବୋ

You might also like