ଅଣ୍ଟାରେ ଯନ୍ତ୍ରଣା ଯୋଗୁଁ ମାତ୍ର ୫ଟି ବଲ୍‌ ଖେଳି ପ୍ୟାଭିଲିୟନ ଫେରିଥିଲେ ରୋହିତ ଶର୍ମା , ବିସିସିଆଇ ଦେଲା ସୂଚନା

ଟିମ୍‌ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ରେ ବଡ଼ ବିଜୟ ହାସଲ କରିଛି। ୫ଟିକିଆ ଟି-୨୦ ସିରିଜର ତୃତୀୟ ମ୍ୟାଚକୁ ୭ ଉଇକେଟରେ ଜିତିଛି ଟିମ୍‌ ଇଣ୍ଡିଆ। ଏହା ସହିତ ଭାରତ ସିରିଜରେ ୨-୧ରେ ଆଗୁଆ ରହିଛି। ତେବେ ଏହି ମ୍ୟାଚରେ ମାତ୍ର ୫ଟି ବଲ୍‌ ଖେଳି ରୋହିତ ଶର୍ମା ରିଟାୟର୍ଟ ହଟ୍‌ ହୋଇ ଚାଲିଯାଇଥିଲେ। ତାଙ୍କ ଅଣ୍ଟାରେ ଯନ୍ତ୍ରଣା ଯୋଗୁଁ ପ୍ୟାଭିଲିଅନ ଫେରିଯାଇଥିଲେ ରୋହିତ। ଏବେ ମ୍ୟାଚ ସରିବା ପରେ ନିଜ ଆହତଜନିତ ସମସ୍ୟାକୁ ନେଇ ଅପଡେଟ୍‌ ଦେଇଛନ୍ତି ରୋହିତ। ରୋହିତ କହିଛନ୍ତି, ‘ମୋ ଦେହ ଠିକ୍‌ ଅଛି, ଆଗାମୀ ମ୍ୟାଚରେ ଆଉ କିଛି ଦିନ ବାକି ରହିଛି। ଆଶା କରୁଛି, ସେପର୍ଯ୍ୟନ୍ତ ମୁଁ ଠିକ୍‌ ହୋଇଯାଇଥିବି।

ଗତକାଲି ମ୍ୟାଚରେ ରୋହିତ ମାତ୍ର ୫ଟି ବଲ୍ ଖେଳି ପ୍ୟାଭିଲିୟନ୍ ଫେରିଯାଇଥିଲେ। ଏହି ପାଞ୍ଚ ବଲରେ ରୋହିତ ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ । ୧୧ ରନ୍ କରି ଖେଳୁଥିବା ସମୟରେ ତାଙ୍କୁ କୌଣସି ସମସ୍ୟା ହେବାରୁ ତାଙ୍କୁ ମେଡିକାଲ ଟିମ୍ ତୁରନ୍ତ ଚିକିତ୍ସା କରିଥିଲେ। ଏହା ପରେ ରୋହିତ ପ୍ୟାଭିଲିୟନ ପେରିଯାଇଥିଲେ। ତେବେ କ’ଣ ପାଇଁ ରୋହିତ ମ୍ୟାଚ ଛାଡି ଯାଇଥିଲେ, ତାହା ଏବେ ବିସିସିଆଇ ଏନେଇ ସୂଚନା ଦେଇଛି। ତେବେ ଆଗାମୀ ଟି-୨୦ ମ୍ୟାଚ୍‌ ରୋହିତ ଖେଳିପାରିବେ କି ନାହିଁ ତାହାକୁ ଫ୍ୟାନ୍ସ ଚିନ୍ତାରେ ରହିଛନ୍ତି।

ସୂଚନା ଅନୁସାରେ, ରୋହିତଙ୍କ ଅଣ୍ଟାରେ ଯନ୍ତ୍ରଣା ହେବାରୁ ସେ ରିଟାୟର୍ଟ ହଟ୍‌ ହୋଇ ମେଡିକାଲ ଟିମ୍ ସହ ପ୍ୟାଭିଲିୟନ ଚାଲି ଯାଇଥିଲେ। ଏହା ପରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିଆଇ) ଟ୍ୱିଟ୍ କରି ରୋହିତଙ୍କ ଆଘାତ ବିଷୟରେ ସୂଚନା ଦେଇଥିଲା । ତେବେ ଏହି ମ୍ୟାଚରେ ୧୬୪ରନର ବିଜୟ ଲକ୍ଷକୁ ପିଛା କରି ସୂର୍ଯ୍ୟକୁମାର ଯାଦବଙ୍କ(୪୪ ବଲରୁ ୭୬ ରନ୍) ପାଳି ସାହାଯ୍ୟରେ ଭାରତ ବିଜୟ ହାସଲ କରି ନେଇଥିଲା।

Leave A Reply

Your email address will not be published.