ରୋହିତ ଶର୍ମାଙ୍କୁ ୧୬.୩୦ କୋଟିରେ ରିଟେନ କଲା ମୁମ୍ବାଇ ଇଣ୍ଡିଆନ୍ସ, ରିଟେନ ହେବା ପରେ ଏମିତି କହିଲେ ରୋହିତ

ଆଇପିଏଲ ପାଇଁ ସମସ୍ତ ଟିମ୍ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରିସାରିଛି । ୫ମ ଥର ପାଇଁ ରୋହିତ ଶର୍ମାଙ୍କୁ ରିଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ନିଲାମୀ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟା, ଜସପ୍ରୀତ ବୁମରା, ସୂର୍ଯ୍ୟକୁମାର ଯାଦବ, ରୋହିତ ଶର୍ମା ଏବଂ ତିଳକ ବର୍ମା ଟିମରେ ରହିଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ଜସପ୍ରୀତ ବୁମରାଙ୍କୁ ସବୁଠାରୁ ମହଙ୍ଗା ଖେଳାଳି ଭାବେ ରିଟେନ କରିଛି । ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ୨୦୨୦ ଟ୍ରଫି ଜିତିଥିଲା ମୁମ୍ବାଇ ଇଣ୍ଡିଆନ୍ସ ।

ଗତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମର ନୂଆ ଅଧିନାୟକ ଭାବେ ଚୟନ କରିଥିଲା । ତାଙ୍କ ଅଧିନାୟକତ୍ବରେ ଟିମ ଶେଷ ସ୍ଥାନରେ ରହିଥିଲା । ଅଧିନାୟକ ପଦରୁ ହଟିବା ପରେ ରୋହିତ ଫ୍ରାଞ୍ଚାଇଜ ସହିତ ରହିଛନ୍ତି । ତେଣୁ ଆଗାମୀ ସିଜିନ ମଧ୍ୟ ରୋହିତ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ହିଁ ଖେଳିବେ ।

ମୁମ୍ବାଇ ରିଟେନ ରଖିବା ପରେ ରୋହିତ କହିଛନ୍ତି, ଖେଳର ସବୁଠାରୁ ଛୋଟ ଫର୍ମାଟରୁ ସନ୍ୟାସ ନେଇଛି । ତେଣୁ ଯିଏ ଭାରତକୁ ପ୍ରତିନିଧିତ୍ବ କରୁଛି, ତାକୁ ପ୍ରାଥମିକତା ମିଳିବା ଦରକାର । ମୁଁ ଏହି ଫର୍ମାଟରୁ ସନ୍ୟାସ ନେଇସାରିଛି, ତେଣୁ ମୋତେ ଲାଗୁଛି କି, ଏହା ମୋ ପାଇଁ ଉଚିତ ପଦକ୍ଷେପ । ଭାରତୀୟ ଟିମକୁ ପ୍ରତିନିଧିତ୍ବ କରୁଥିବା ଖେଳାଳିଙ୍କୁ ପ୍ରାଥମିକତା ମିଳିବା ଉଚିତ । ମୁଁ ଏଥିରେ ବିଶ୍ବାସ କରୁଛି ଆଉ ବହୁତ ଖୁସି ଅଛି ।

ମୁମ୍ବାଇ ଇଣ୍ଡିଆନ୍ସ ଟିମ ରିଟେନ୍ସସନରେ ସବୁ ପଇସା ଖର୍ଚ୍ଚ କରିଛି । ମୁମ୍ବାଇ ଜସପ୍ରୀତ ବୁମରାଙ୍କ ପାଇଁ ୧୮ କୋଟି, ସୂର୍ଯକୁମାର ଯାଦବଙ୍କ ୧୬.୩୫ କୋଟି, ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡାଙ୍କ ୧୬.୩୦ କୋଟି ଟଙ୍କା ଖର୍ଚ୍ଚ କରିଛି । ଏହାଛଡା ତିଳକ ବର୍ମାଙ୍କୁ ୮ କୋଟିରେ ରିଟେନ କରିଛି ।

You might also like