ସଂପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି ରୋହିତ, ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବା ନେଇ ମଉଳିଲା ଆଶା

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବାକୁ ଯାଉଛି । ଦିନିକିଆ ମ୍ୟାଚରେ ଭାରତର ଅଧିନାୟକ ରୋହିତ ଶର୍ମା ଆହତ ହୋଇଥିଲେ। ତେଣୁକରି ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ ରୋହିତ ଶର୍ମା। ଶୀଘ୍ର ସୁସ୍ଥ ହୋଇ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳିବେ ବୋଲି ରୋହିତ ଆଶା କରାଯାଉଥିଲା । କିନ୍ତୁ ରୋହିତ ଦ୍ୱିତୀୟ ଟେଷ୍ଟ ଖେଳିନପାରନ୍ତି ବୋଲି ସୂଚନା ମିଳିଛି ।ବୁଢ଼ା ଅଙ୍ଗୁଳି ଆହତ ସମସ୍ୟାରେ ପଡ଼ିଥିବା ରୋହିତ ଏଯାଏ ସୁସ୍ଥ ହୋଇ ନାହାନ୍ତି। ତେଣୁ ସେ ଦ୍ୱିତୀୟ ଟେଷ୍ଟ ବେଳକୁ ମଧ୍ୟ ଫିଟ ହେବାର ସମ୍ଭାବନା ନାହିଁ। ତେବେ ରୋହିତଙ୍କ ଅନୁପସ୍ଥିତିରେ ଟିମର ଦାୟିତ୍ୱ କେଏଲ ରାହୁଲ ନେବେ ।

ରୋହିତଙ୍କ ବାମ ପଟ ବୁଢ଼ା ଆଙ୍ଗୁଠିରେ ଲାଗିଥିବା ଆହତ ଏପର୍ଯ୍ୟନ୍ତ ଠିକ୍‌ ହୋଇନି । ଏବେ ବି ସେ ଯନ୍ତ୍ରଣା ଅନୁଭବ କରୁଛନ୍ତି ଓ ଆଙ୍ଗୁଠି ଫୁଲିଛି । ତେଣୁ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟ ବେଳକୁ ସେ ଫିଟ ହେବା ଏକ ପ୍ରକାରର ଅସମ୍ଭବ। ଆହତ ସମସ୍ୟା ଯୋଗୁ ରୋହିତ ଦ୍ୱିତୀୟ ଟେଷ୍ଟ ଖେଳିନ ପାରନ୍ତି ।

ରୋହିତଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ପ୍ରଥମ ଟେଷ୍ଟର ନେତୃତ୍ୱ ନେଇଥିଲେ। ଏହି ଟେଷ୍ଟକୁ ଭାରତ ୧୮୮ ରନରେ ଜିତି ୨ଟିକିଆ ସିରିଜରେ ୧-୦ରେ ଆଗୁଆ ହୋଇ ଯାଇଛି। ଏବେ ଡିସେମ୍ବର ୨୪ରୁ ଢାକାରେ ଦ୍ୱିତୀୟ ତଥା ଶେଷ ଟେଷ୍ଟ ଆରମ୍ଭ ହେବ।

ସୂଚନାଯୋଗ୍ୟ, ବାଂଲାଦେଶ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ରୋହିତ ଫିଲ୍ଡିଂ କରିଥିବା ବେଳେ ଆହତ ହୋଇଥିଲେ। ତଥାପି ସେ ଭାରତ କରୁଥିବା ୨୭୨ ରନର ଚେଜ୍ ବେଳେ ୯ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ଏଥିସହ ୨୮ ବଲରେ ଅପରାଜିତ ୫୧ ରନର ଇନିଂସ ଖେଳିଥିଲେ। ଆହତ ସମସ୍ୟା ଗୁରୁତର ଥିବାରୁ ରୋହିତ ମୁମ୍ବାଇ ଆସିଥିଲେ ଓ ତୃତୀୟ ଦିନିକିଆ ଖେଳି ନଥିଲେ। ବିସିସିଆଇ ଅଭିମନ୍ୟୁ ଈଶ୍ୱରନଙ୍କୁ ରୋହିତଙ୍କ ସ୍ଥାନରେ ସୁଯୋଗ ଦେଇଛି।

ସୂଚନାଯୋଗ୍ୟ, ଡିସେମ୍ବର ୭ ରେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଫିଲ୍ଡିଂ କରୁଥିବା ବେଳେ ରୋହିତ ଶର୍ମାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଫିଲ୍ଡିଂ କରୁଥିବା ସମୟରେ ଦ୍ୱିତୀୟ ସ୍ଲିପରେ ରୋହିତ ମହମ୍ମଦ ସିରାଜଙ୍କ ଦ୍ୱିତୀୟ ଓଭରର ଚତୁର୍ଥ ବଲରେ ଅନାମୁଲ ହକଙ୍କ କ୍ୟାଚ୍ ଛାଡିଥିଲେ ଏବଂ ଏହି ସମୟ ମଧ୍ୟରେ ତାଙ୍କ ବାମ ହାତର ବୁଢା ଆଙ୍ଗୁଠିରୁ ରକ୍ତ ବାହାରିବା ଆରମ୍ଭ କରିଥିଲା । ଆଘାତ କାରଣରୁ ଅଧିନାୟକ ରୋହିତ ଶର୍ମା ପଡ଼ିଆରୁ ବାହାରି ହସପିଟାଲ ପହଞ୍ଚିଥିଲେ । ଆହତ ସମସ୍ୟା ଯୋଗୁଁ ରୋହିତ ଓପନିଂ ପାଇଁ ଆସିନଥିଲେ। ହେଲେ ଯେତେବେଳେ ଦଳ ୭ ୱିକେଟ୍ ହରାଇ ସାରିଥିଲା, ସେତେବେଳେ ଆହତ ହିଟ୍ ମ୍ୟାନ୍ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇ ଆସିଥିଲେ, ଆଘାତ ପାଇଥିବା ଆଙ୍ଗୁଠିରେ ରୋହିତ ବାଂଲାଦେଶୀ ବୋଲରଙ୍କ ଜୋରଦାର ପ୍ରହାର କରିଥିଲେ । ତେବେ ରୋହିତଙ୍କ ପ୍ରଦର୍ଶନ ପାଇଁ ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସା କରାଯାଉଛି । ରୋହିତ ଶର୍ମା ୨୮ ବଲରୁ ୫୧ ରନର ଅପରାଜିତ ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୩ ଚୌକା ଓ ୫ ଛକା ମାରିଥିଲେ, ତାଙ୍କ ବ୍ୟାଟିଂ ଏବଂ ଉତ୍ସାହ ପ୍ରଶଂସକଙ୍କ ହୃଦୟ ଜିତିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.