ପାକିସ୍ତାନକୁ ପୁଣି ଝଟକା, ଚାମ୍ପିଅନ୍ସ ଟ୍ରଫି ଫଟୋଶୁଟ ପାଇଁ ପାକିସ୍ତାନ ଯିବେନି ରୋହିତ ଶର୍ମା

ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ୧୯ ଫେବୃଆରୀରୁ ହେବାକୁ ଯାଉଛି । ଏହା ପୂର୍ବରୁ ରୋହିତ ଶର୍ମାଙ୍କୁ ନେଇ ଅପଡେଟ ଆସିଛି । ଚାମ୍ପିଅନ୍ସ ଟ୍ରଫି ପାଇଁ ଅଧିନାୟକ ଫଟୋଶୁଟ୍ ପାଇଁ ପାକିସ୍ତାନ ଯିବେନି ରୋହିତ ଶର୍ମା । ପାକିସ୍ତାନରେ ସମସ୍ତ ଟିମର ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀ ହେବାକୁ ଯାଉଛି । ଆଜି କିମ୍ବା ଆସନ୍ତାକାଲି ଏହାକୁ ହେବାକୁ ରହିଛି ।

ବିସିସିଆଇ ସ୍ପଷ୍ଟ କରିଛି ଯେ, ରୋହିତ ଶର୍ମା ପାକସ୍ତାନ ଯିବେ ନାହିଁ । ତେବେ ଏହାର ଅଫିସିଆଲ ଘୋଷଣା ହୋଇନାହିଁ । ତେବେ ଏଭଳି ନିଷ୍ପତ୍ତିରେ ପାକିସ୍ତାନ କ୍ରିକେଟ ବୋର୍ଡର କ’ଣ ଷ୍ଟାଣ୍ଡ ରହିବ, ତାହା ଦେଖିବାକୁ ରହିଲା ।

ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ପାଇଁ ଟିମ୍ ଘୋଷଣା କରିନାହିଁ । ଯାହା ୧୮ କିମ୍ବା ୧୯ ଜାନୁଆରୀରେ ହେବାକୁ ଥିବା ବିସିସିଆଇ ମିଟିଂ ପରେ ଘୋଷଣା ହେବ । ଟିମ୍ ଇଣ୍ଡିଆ ନିଜ ମ୍ୟାଚ ଦୁବାଇରେ ଖେଳିବ । ଯଦି ଟିମ୍ ସେମିଫାଇନାଲ ଏବଂ ଫାଇନାଲକୁ ଯାଏ, ତେବେ ଏସବୁ ମ୍ୟାଚ ମଧ୍ୟ ଦୁବାଇରେ ହେବ ।

ଭାରତ ଓ ପାକିସ୍ତାନ ମଧ୍ୟରେ ୨୩ ଫେବୃଆରୀରେ ଦୁବାଇରେ ମ୍ୟାଚ ଖେଳାଯିବ । ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଥମ ମ୍ୟାଚ ବାଂଲାଦେଶ ସହିତ ଦୁବାଇରେ ଖେଳାଯିବ । ଭାରତ ନିଜର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ଚାମ୍ପିଅନ୍ସ ଟ୍ରଫି ୨୦୨୫ ଫାଇନାଲ ମ୍ୟାଚ୍ ଲାହୋରରେ ଖେଳାଯିବ । ଯଦି ଭାରତ ଫାଇନାଲରେ ପହଞ୍ଚେ ତେବେ ଫାଇନାଲ ଦୁବାଇରେ ଖେଳାଯିବ ।

ଚାମ୍ପିଅନ୍ସ ଟ୍ରଫି ପାଇଁ ସମ୍ଭାବ୍ୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ୱିକେଟ କିପର), ନୀତିଶ କୁମାର ରେଡ୍ଡୀ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଅଶର୍ଦୀପ ସିଂ, ଜସପ୍ରୀତ ବୁମରା ।

ଆଇସିସି ପୁରୁଷ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଖେଳସୂଚୀ :

୧୯ ଫେବୃଆରୀ: ପାକିସ୍ତାନ ବନାମ ନ୍ୟୁଜିଲାଣ୍ଡ, କରାଚୀ
୨୦ ଫେବୃଆରୀ : ବାଂଲାଦେଶ ବନାମ ଭାରତ, ଦୁବାଇ
୨୧ ଫେବୃଆରୀ : ଆଫଗାନିସ୍ତାନ ବନାମ ସାଉଥ ଆଫ୍ରିକା, କରାଚୀ
୨୨ ଫେବୃଆରୀ :ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ, ଲାହୋର
୨୩ ଫେବୃଆରୀ : ଭାରତ ବନାମ ପାକିସ୍ତାନ, ଦୁବାଇ
୨୪ ଫେବୃଆରୀ : ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ, ରାୱଲପିଣ୍ଡି
୨୫ ଫେବୃଆରୀ: ଅଷ୍ଟ୍ରେଲିଆ ବନାମ ସାଉଥ ଆଫ୍ରିକା, ରାୱଲପିଣ୍ଡି
୨୬ ଫେବୃଆରୀ : ଆଫଗାନିସ୍ତାନ ବନାମ ଇଂଲଣ୍ଡ : ଲାହୋର
୨୭ ଫେବୃଆରୀ :ପାକିସ୍ତାନ ବନାମ ବାଂଲାଦେଶ, ରାୱଲପିଣ୍ଡି
୨୮ ଫେବୃଆରୀ : ଆଫଗାନିସ୍ତାନ ବନା ଅଷ୍ଟ୍ରେଲିଆ : ଲାହୋର
୧ ମାର୍ଚ୍ଚ : ସାଉଥ ଆଫ୍ରିକା ବନାମ ଇଂଲଣ୍ଡ, କରାଚୀ
୨ ମାର୍ଚ୍ଚ : ନ୍ୟୁଜିଲାଣ୍ଡ ବନାମ ଭାରତ, ଦୁବାଇ
୪ ମାର୍ଚ୍ଚ : ସେମିଫାଇନାଲ ୧, ଦୁବାଇ
୫ ମାର୍ଚ୍ଚ : ସେମିଫାଇନାଲ ୨, ଲାହୋର
୯ ମାର୍ଚ୍ଚ : ଫାଇନାଲ, ଲାହୋର/ଭାରତ ଫାଇନାଲକୁ ଗଲେ ଦୁବାଇରେ ହେବ ଖେଳ

You might also like