ଆକ୍ସନ ମୋଡରେ ରୋହିତ ଶର୍ମା, ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରୁ ବାଦ୍‌ ପଡିପାରନ୍ତି ଏହି ଖେଳାଳି !

ଆକ୍ସନ ମୋଡରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା। ବାଂଲାଦେଶ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌ ହାରିବା ପରେ ଦ୍ୱିତୀୟ ଦିନିକିଆ ପାଇଁ ଚୂଡାନ୍ତ ଏକାଦଶ ବାଛିବା ବେଳେ କିଛି ଖେଳାଳିଙ୍କୁ ବାହାର କରିବେ ରୋହିତ ଶର୍ମା । ଟିମର ୩ ଜଣ ଖେଳାଳିଙ୍କୁ ଦ୍ୱିତୀୟ ଦିନିକିଆରେ ନେବେ ନାହିଁ ରୋହିତ ଶର୍ମା । ଭାରତର ଷ୍ଟାର କ୍ରିକେଟର ଶାର୍ଦ୍ଦୁଳ ଠାକୁର ଆହତ ହୋଇଛନ୍ତି ଓ ସେ ଦ୍ୱିତୀୟ ଦିନିକିଆରେ ଖେଳିବେ କି ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରଥମ ଦିନିକିଆରେ ବ୍ୟାଟିଂ କଲା ବେଳେ ଶାର୍ଦ୍ଦୁଳ ଠାକୁର ଆହତ ହୋଇଥିଲେ। ଶାର୍ଦୁଲଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏବେ ଡାକ୍ତରି ଟିମ୍ ନଜର ରଖିଛନ୍ତି। ଯଦି ଶାର୍ଦ୍ଦୁଳ ଠାକୁର ଫିଟ୍ ନହେବେ ତାହେଲ ତାଙ୍କ ସ୍ଥାନରେ କ୍ରିକେଟର ଉମରାନ ମଲ୍ଲିକଙ୍କୁ ଚୂଡାନ୍ତ ଏକାଦଶ ଟିମରେ ସୁଯୋଗ ମିଳିପାରେ।

ସେହିପରି ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଶିଖର ଧଓ୍ଵନଙ୍କୁ ବାଦ୍‌ ଦେଇ ଈଶାନ କିଶନଙ୍କୁ ସୁଯୋଗ ଦେଇପାରନ୍ତି। ଈଶାନ ରୋହିତଙ୍କ ସହିତ ଓପନିଂ କରିପାରନ୍ତି । ଈଶାନ କିଶନ ଜଣେ ବାମହାତୀ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବଂ ସେ ରୋହିତ ଶର୍ମାଙ୍କ ସହ ଓପନିଂ କରି ଟିମ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭ କରିପାରିବେ। ବ୍ୟାଟିଂରେ ଶିଖର ଧୱନଙ୍କ ଅପେକ୍ଷା ଈଶାନ କିଶନ ଅଧିକ ବିପଜ୍ଜନକ।

ଏହାଛଡା ଅଲରାଉଣ୍ଡର ଶାହବାଜ ଅହମନ ମଧ୍ୟ ମ୍ୟାଚ୍‌ରୁ ବାଦ ପଡିପାରନ୍ତି। ପ୍ରଥମ ଦିନିକିଆରେ ଶାହାବାଜ ଅହମ୍ମଦ ବ୍ୟାଟିଂ ଏବଂ ବୋଲିଂ ସମୟରେ ଉଭୟରେ ଫ୍ଲପ୍‌ ହୋଇଥିଲେ।  ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ସୁଯୋଗ ମିଳିପାରେ ।

ବାଂଲାଦେଶ ଦ୍ୱିତୀୟ ଦିନିକିଆ ପାଇଁ ସମ୍ଭାବ୍ୟ ଚୂଡାନ୍ତ ଏକାଦଶ ଟିମ୍‌ :

ରୋହିତ ଶର୍ମା( ଅଧିନାୟକ), ଈଶାନ କିଶନ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ(ଓ୍ଵିକେଟ କିପର), ଅକ୍ଷର ପଟେଲ, ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ଉମରାନ ମଲ୍ଲିକ, ଦୀପକ ଚହର।