ଜନ୍ମଦିନରେ ପତ୍ନୀଙ୍କ ପାଇଁ ଏଭଳି ପ୍ରେମଭରା ମେସେଜ୍‌ ଲେଖିଲେ ରୋହିତ ଶର୍ମା, କହିଲେ ଜୀବନର ଗେମ୍‌ ଚେଞ୍ଜର

ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ସିରିଜ୍‌ର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ରବିବାର କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ ଇଣ୍ଡିଜ୍‌ ଜିତିଥିବା ବେଳେ ଦ୍ୱିତୀୟଟି ଇଣ୍ଡିଆ ଟିମ୍‌ ଜିତି ଫର୍ମକୁ ଫେରିଛି। ଏଭଳି ଭାବେ ଉଭୟ ଟିମ୍‌ ସମାନ ସ୍କୋର କରିଛନ୍ତି। ବର୍ତ୍ତମାନ ପୂରା ଟିମ୍‌ କଟକରେ ମ୍ୟାଚ୍‌ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି। ଇତି ମଧ୍ୟରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଧୁରନ୍ଧର ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ପତ୍ନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ହିଟ୍‌ମ୍ୟାନ୍‌ ଭାବେ ଜଣାଶୁଣା ରୋହିତ ଶର୍ମା ଟ୍ଵିଟରରେ ୪ଟି ଫଟୋ ସେୟାର କରି ପତ୍ନୀ ରିତିକା ସଜଦେହଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଫଟୋ ସହ ସେ ଏକ ଖୁବ୍‌ ସୁନ୍ଦର କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି। ରୋହିତ ଲେଖିଛନ୍ତି ଯେ ଜନ୍ମଦିନର ବହୁତ ବହୁତ ଅଭିନନ୍ଦନ, ମୋ ପ୍ରେମ ମୋ ଷ୍ଟ୍ରେନ୍ଥ ଓ ଗେମ୍‌ ଚେଞ୍ଜର। ସମାୟରା ଓ ମୁଁ ତୁମ ପାଇଁ ଗର୍ବିତ।

ରୋହିତଙ୍କ ଏହି ଶୁଭେଚ୍ଛାର ଉତ୍ତରରେ ରିତିକା ଧନ୍ୟବାଦ ଜଣାଇଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ ଉଭୟେ ରୋହିତ ଶର୍ମା ଓ ରିତିକା ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ୍‌ ରହିଥାନ୍ତି। ପୂର୍ବରୁ ମଧ୍ୟ ରୋହିତ ନିଜ ଫ୍ୟାମିଲି ଫଟୋ ଫ୍ୟାନଙ୍କ ସହ ସେୟାର କରିଛନ୍ତି।