ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ କରୁଛି । ଭାରତ ଗୁରୁବାର ଦିନ ସୁପର-୮ର ପ୍ରଥମ ମ୍ୟାଚ ଆଫଗାନିସ୍ତାନ ସହିତ ଖେଳିବ । ଭାରତୀୟ ଟିମ୍‌ ଗ୍ରୁପ ଷ୍ଟେଜରେ ସବୁ ମ୍ୟାଚ ଆମେରିକାରେ ଖେଳିଥିଲା । ଆମେରିକା ରନରେ ପିଚ୍‌ କରିବା ବହୁତ ମୁସ୍କିଲ ହୋଇପଡିଥିଲା । ଏହି ପିଚରେ ୧୨୦ରୁ ଅଧିକ ରନ୍‌ କୌଣସି ଟିମ୍‌ କରିପାରିନଥିଲେ ।

ବ୍ରିଜଟାଉନରେ ଅଭ୍ୟାସ ସମୟରେ ବିରାଟ କୋହଲି, ରବିନ୍ଦ୍ର ଜାଡେଜା ଏବଂ କୁଲଦୀପ ଯାଦବ କଠିନ ପରିଶ୍ରମ କରୁଥିବାର ନଜର ଆସିଛନ୍ତି । କୋହଲି ନ୍ୟୁୟର୍କ ପିଚରେ କିଛି କମାଲ କରିପାରିନଥିଲେ । ଗ୍ରୁପ ପର୍ଯ୍ୟାୟର ୩ଟି ମ୍ୟାଚରେ ମାତ୍ର ୫ ରନ କରିଛନ୍ତି । ଜାଡେଜା ମଧ୍ୟ ବ୍ୟାଟିଂରେ କିଛି କମାଲ କରିନାହାନ୍ତି । ସେହିପରି କୁଲଦୀପ ଯାଦବଙ୍କୁ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ସ୍ଥାନ ମିଳିନଥିଲା । କିନ୍ତୁ ଆଗାମୀ ମ୍ୟାଚରେ କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିପାରେ ବୋଲି ଅନୁମାନ କରାଯାଉଛି ।

ବାରବାଡୋସରେ ପ୍ରଥମ ପ୍ରାକ୍ଟିସ ସେସନରେ ଭାରତୀୟ ଟିମ୍‌ର ସମସ୍ତ ସଦସ୍ୟ ପହଞ୍ଚିଛନ୍ତି । ଭାରତରେ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚ ବର୍ଷା ଯୋଗୁଁ ଧୋଇଯାଇଥିଲା ।

ମଇଦାନରେ ଓ୍ଵାର୍ମଅପ୍‌ କରିବା ପରେ କୋହଲି, ଜାଡେଜା ପ୍ରଥମେ ନେଟରେ ଅଭ୍ୟାସ ପାଇଁ ପହଞ୍ଚିଥିଲେ । କୁଲଦୀପ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲକୁ ସାମ୍ନା କରିବା ପୂର୍ବରୁ ୩୦ ମିନିଟ ପର୍ଯ୍ୟନ୍ତ ଥ୍ରୋ ଡାଉନର ସାମ୍ନା କରିଥିଲେ । ବୁମରାଙ୍କ ବିପକ୍ଷରେ ପୁଲ୍‌ ଅଭ୍ୟାସ କରିବା ପୂର୍ବରୁ କୋହଲି ଏକ୍ସଟ୍ରା କଭରରେ ଡ୍ରାଇଭ କରୁଥିବାର ଦେଖିବାକୁ ମିଳିଛି ।

ଏହାସହିତ ଜାଡେଜା ନେଟରେ ବୋଲିଂରେ ଲେଗସ୍ପିନ ବିପକ୍ଷରେ ଏକ୍ସଟ୍ରା କଭରରେ ଲଙ୍ଗ ସ୍ୱିପ ଏବଂ ଇନସାଇଡ ଆଉଟ ଡ୍ରାଇଭ ଅଭ୍ୟାସ କରିଥିଲେ । ରିଷଭ ପନ୍ତ ବ୍ୟାଟିଂରେ ବୁମରା, ହାର୍ଦ୍ଦିକ, କୁଲଦୀପ ଏବଂ ଅକ୍ଷର ପଟେଲଙ୍କ ବୋଲିଂକୁ ସାମ୍ନା କରିଥିଲେ । ସେହିପରି ବ୍ୟାଟିଂ ପାଇଁ ସୂର୍ଯ୍ୟକୁମାର ଯାଦବ, ଶିବମ ଦୁବେ, ଯଶସ୍ୱୀ ଜୟସ୍ୱାଲ ଅଭ୍ୟାସ କରିଥିଲେ ।

Leave A Reply

Your email address will not be published.