ପୁଅର ନିଆରା ନାଁ ରଖିଲେ ରୋହିତ ଶର୍ମା, ପତ୍ନୀ ସେୟାର କଲେ ସ୍ପେଶାଲ ପୋଷ୍ଟ୍

ଭାରତର ଟେଷ୍ଟ୍ ଏବଂ ଦିନିକିଆ କ୍ରିକେଟ୍ ଟିମର ଅଧିନାୟକ ରୋହିତ ଶର୍ମା ନିକଟରେ ଦ୍ଵିତୀୟ ଥର ପାଇଁ ବାପା ହୋଇଛନ୍ତି । ରୋହିତଙ୍କ ପତ୍ନୀ ରିତିକା ସଜଦେହ ନଭେମ୍ବର ୧୫ରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏବେ ଦୁହେଁ ପୁଅର ଏକ ୟୁନିକ୍ ନାଁ ରଖିଛନ୍ତି । ଶିଶୁପୁତ୍ରର ନାମ ସେମାନେ ‘ଅହାନ’ ଦେଇଛନ୍ତି ।

ରିତିକା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ଜରିଆରେ ଏହା ରିଭିଲ୍ କରିଛନ୍ତି । ‘ଅହାନ’ ନାମର ଅନେକ ଅର୍ଥ ରହିଛି, ଯେପରି, ଜାଗୃତି, ଚେତନା, ସୂର୍ଯ୍ୟଙ୍କ ପ୍ରଥମ କିରଣ, ଶୁଭ ସକାଳ ଇତ୍ୟାଦି ।

ରିତିକା ଯେଉଁ ଇନଷ୍ଟା ଷ୍ଟୋରୀ ସେୟାର କରିଛନ୍ତି, ସେଥିରେ କ୍ରିସମାସ୍ ଥିମ୍ ସହ ୪ଟି କଣ୍ଢେଇ ମୂର୍ତ୍ତି ରହିଛି । ଏଥିରେ ରୋହିତଙ୍କ ପାଇଁ ‘ରୋ’, ରିତିକାଙ୍କ ପାଇଁ ‘ରିତସ୍’, ଝିଅ ସମାଇରା ପାଇଁ ‘ସମି’ ଓ ନବଜାତ ପୁଅ ପାଇଁ ‘ଅହାନ’ ଲେଖା ହୋଇଛି । ଏହି ପୋଷ୍ଟ ମାଧ୍ୟମରେ ସେ ପୁଅର ନାମ ଜଣାଇଛନ୍ତି ।

ରୋହିତ ଶର୍ମାଙ୍କ ଝିଅର ନାମ ସମାଇରା । ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ତାଙ୍କ ଘରକୁ କୁନି ଅତିଥି ଆସିଥିଲା । ରୋହିତ ନିଜ ପୁଅର ଜନ୍ମ ହେତୁ ପର୍ଥ ଟେଷ୍ଟରେ ଖେଳିପାରି ନ ଥିଲେ । ଏବେ ସେ ଅଷ୍ଟ୍ରେଲିଆରେ ଏଡିଲେଡ୍ ଟେଷ୍ଟରେ ଭାଗ ନେବେ ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଡିଲେଡ୍ ଟେଷ୍ଟ ଡିସେମ୍ବର ୬ରୁ ଆରମ୍ଭ ହେବ । ଏହି ଟେଷ୍ଟ ପିଙ୍କ୍ ବଲରେ ଖେଳାଯିବ ।