ରିମାରିୟୋ ଶେଫର୍ଡଙ୍କ ଘରେ କୁନି ଅତିଥିଙ୍କୁ ସ୍ୱାଗତ, ବାପା ହେବା ଖୁସିରେ ମିସ୍‌ କଲେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ

ଟି ୨୦ ବିଶ୍ୱକପ ୨୦୨୪ର ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ େଓ୍ଵଷ୍ଟଇଣ୍ଡିଜ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଛି । ଗ୍ରୁପ ସିରେ ଦୁଇଟି ଯାକ ଟିମ୍‌ ୩ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଦୁଇଟି ଯାକ ଟିମ୍‌ ନିଜର ଶେଷ ମ୍ୟାଚ ଜିତି ଅପରାଜିତ ରହିବାକୁ ଚାହୁଁଚନ୍ତି । ଏହାରି ମଧ୍ୟରେ ୱେଷ୍ଟଇଣ୍ଡିଜର ଷ୍ଟାର ଖେଳାଳି ରିମାରିୟୋ ଶେଫର୍ଡ ଏହି ମ୍ୟାଚ ଖେଳୁନାହାନ୍ତି । ଶେଫର୍ଡ ମ୍ୟାଚ ନ ଖେଳି ନିଜ ପରିବାର ସହିତ ସମୟ ବିତାଉଛନ୍ତି ।

ଶେଫର୍ଡଙ୍କ ପତ୍ନୀ ଟିୟା ଟେରେନ୍ସା ଜୋସେଫ ଦ୍ୱିତୀୟ ପିଲାକୁ ଜନ୍ମ ଦେଇଛନ୍ତି । ସେଥିପାଇଁ ଶେଫର୍ଡ ନିଜ କର୍ତ୍ତବ୍ୟ ଏବଂ ଦାୟିତ୍ୱ ପୂରଣ ପାଇଁ ଘରକୁ ଫେରିଯାଇଛନ୍ତି । ମ୍ୟାଚ ନ ଖେଳି ଶେଫର୍ଡ ନିଜ ପତ୍ନୀ ସହିତ ରହିଛନ୍ତି । ପୂର୍ବରୁ ଏମାନଙ୍କ ଗୋଟେ ପୁଅ ଥିବା ବେଳେ ଦ୍ୱିତୀୟ ସନ୍ତାନ ଜନ୍ମ ହୋଇଛି । ରିମାରିୟୋ ନିଜ ଟ X ଆକାଉଣ୍ଟରେ ସେୟାର କରିଛନ୍ତି ।

ରିମାରୟୋଙ୍କ ସ୍ଥାନରେ ଟିମରେ ଓବେ ମକୟ ଖେଳୁଛନ୍ତି । ଏହାଛଡା ରୋଷ୍ଟନ ଚେସ୍‌ଙ୍କ ସ୍ଥାନରେ ସାଇ ହୋପଙ୍କୁ ମଧ୍ୟ ସୁଯୋଗ ମିଳିଛି । ୱେଷ୍ଟଇଣ୍ଡିଜ ଅପରାଜେୟ ରହି ଆଗାମୀ ପର୍ଯ୍ୟାୟରେ ପ୍ରବେଶ କରିବାକୁ ଚାହୁଁଛି ।

ଆଫଗାନିସ୍ତାନ ଟିମ୍‌ ନିଜ ସମ୍ଭାବ୍ୟ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ । ପିଏନଜି ବିପକ୍ଷରେ ଯେଉଁ ଟିମ୍‌ ଖେଳିଥିଲା, ସେହିଟିମ୍‌ ୱେଷ୍ଟଇଣ୍ଡିଜ ସହିତ ଖେଳିବ । ଲିଗ୍‌ ମ୍ୟାଚରେ ଆଫଗାନିସ୍ତାନ ୩ଟି ଯାକ ମ୍ୟାଚ ଜିତିଛି । ନ୍ୟୁଜିଲାଣ୍ଡକୁ ୮୪ ରନରେ ହରାଇବା ପରେ ଆଫଗାନ ଟିମ୍‌ ଆଉ ପଛକୁ ଫେରି ଚାହିଁନାହିଁ ।

You might also like