କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱ ରେକର୍ଡ, ୧୦୦ଟି ଚାମ୍ପିୟନସ୍ ଲିଗ୍‌ ମ୍ୟାଚ୍‌ ଜିତିବାରେ ବିଶ୍ୱର ପ୍ରଥମ ଖେଳାଳି

ନୂଆଦିଲ୍ଲୀ: ବିଶ୍ୱର ପ୍ରସିଦ୍ଧ ଫୁଟବଲର୍‌ ତଥା ପର୍ତ୍ତୁଗାଲର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱ ରେକର୍ଡ । ୧୦୦ଟି ଚାମ୍ପିୟନଶ ଲିଗ୍‌ ମ୍ୟାଚ୍‌ ଜିତିବାରେ ରୋନାଲ୍ଡୋ ବିଶ୍ୱର ପ୍ରଥମ ଖେଳାଳି ଭାବେ ରେକର୍ଡ ତିଆରି କରିଛନ୍ତି। ବର୍ତ୍ତମାନ ଜୁଭେନଟସ୍‌ ପକ୍ଷରୁ ଚାମ୍ପିୟନଶ ଲିଗ ଖେଳୁଥିବା ରୋନାଲ୍ଡୋ ନିଜର ଯାଦୁ ଦେଖା ଚାଲିଛନ୍ତି।

hjଜୁଭେନଟସ୍‌ ଗତ୨୭ ତାରିଖରେ ଭାଲେନସିଆକୁ ୧-୦ ଗୋଲ୍‌ରେ ପରାସ୍ତ କରିବା ପରେ ରୋନାଲ୍ଡୋ ଚାମ୍ପିୟନଶ ଲିଗ୍‌ରେ ଏପରି ଭାବେ ୧୦୦ଟି ମ୍ୟାଚ୍‌ ଜିତିବାରେ ପ୍ରଥମ ଖେଳାଳି ହେବାର  ଗେଯରବ ଅର୍ଜନ କରିଛନ୍ତି। ଏନେଇ ଫିଫା ପକ୍ଷରୁ ରୋନାଲ୍ଡୋଙ୍କୁ ଶୁଭେଚ୍ଛା ଜଣାଯାଇଛି।

Logo_FIFAରୋନାଲ୍ଡୋଙ୍କ ଏହି କୀର୍ତ୍ତିମାନ ପରେ ଜୁଭେନଟସ୍‌ର କୋଚ୍‌ ମାସିମିଲିଆନୋ ଆଲେଗେରି କହିଛନ୍ତି, ଯେ ଇଟାଲିଆନ୍‌ ଚାମ୍ପିୟନଶ ଲିଗ୍‌ରେ ରୋନାଲ୍ଡୋ ନିଜର ଛାପ ଛାଡ଼ିଦେଇଛନ୍ତି। ଆମ ଦଳକୁ ଆଗକୁ ନେବା ସହ ସେ ଆମ ଭିତରେ ଆତ୍ମବିଶ୍ୱାସ ଭରି ଦେଇଛନ୍ତି। ଏବେ ଦଳ ଖୁବ୍‌ ଭଲ ପ୍ରଦର୍ଶନ କରିବା ସହ ପରସ୍ପର ଉପରେ ନିର୍ଭର କରି ଖେଳରେ ବିଜୟୀ ହେଉଛନ୍ତି। ଯାହା ସମ୍ଭବ ହୋଇଛି କେବଳ ରୋନାଲ୍ଡୋଙ୍କ ପାଇଁ ।

Leave A Reply

Your email address will not be published.