ନଗ୍ନ ଫଟୋ ଲିକ୍‌ ଯୋଗୁ ଚର୍ଚ୍ଚାରେ ଥିବା ଏହି WWE ଷ୍ଟାର ଏବେ ଅବସର ଘୋଷଣା କରିଛନ୍ତି, ଫ୍ୟାନ୍‌ କହିଲେ ଏମିତି

ସମସ୍ତଙ୍କ ହୃଦୟରେ ରାଜ୍‌ କରୁଥିବା ଖେଳାଳି ଯେତେବେଳେ ଖେଳରୁ ସନ୍ନ୍ୟାସ ନେବାକୁ ଘୋଷଣା କରନ୍ତି ସେତେବେଳେ ଫ୍ୟାନ୍‌ମାନେ ହତାଶ ହୋଇପଡ଼ିଥାନ୍ତି। କିନ୍ତୁ ଏହା ସତ ଯେ କେବେ ନା କେବେ ଖେଳାଳିଙ୍କୁ ଅବସର ଗ୍ରହଣ କରିବାକୁ ପଡ଼ିଥାଏ। ସେହିଭଳି ଏକ ଦୁଃଖଦ ଖବର WWE ଜଗତରୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

WWE ର ଆଗଧାଡ଼ିର ରେସ୍‌ଲର ରୋଣ୍ଡା ରାଓଜୀ ଅବସର ନେବାକୁ ଘୋଷଣା କରିଛନ୍ତି। Wrestlemania ରେ ପରାଜୟବରଣ କରିବା ପରେ ରାଓଜୀ ଏଭଳି ଘୋଷଣା କରିଛନ୍ତି। ଏହି ପୂର୍ବତନ ୟୁଏପ୍‌ସି ଚାମ୍ପିୟନ୍‌ ଶୋପିସ୍‌ ଇଭେଣ୍ଟରେ ମେଟ ଲାଇଫ ଷ୍ଟାଡିୟମ୍‌ରେ ହାରିବା ପରଠାରୁ କୌଣସି ଖେଳରେ ଭାଗ ନେଇନାହାନ୍ତି। ରାଓଜୀ ଏବେ ନିଜ ନିଜ ଅବସର ସମ୍ପର୍କରେ ସୂଚନା ଦେବା ସହ ନିଜ ଛୁଆ ସହ ସମୟ ବିତାଇବାକୁ ଚାହୁଁଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ, ସେ ଟ୍ରବିସ୍‌ ବ୍ରାଉନ୍‌ଙ୍କୁ ବିବାହ କରିଥିଲେ।

ଏହାସହ ପଢ଼ନ୍ତୁ:  ତେଲ ପକାଇବା ବେଳେ ଆଉ ହେବେନି ଠକାମିର ଶିକାର, ଏହି ଯନ୍ତ୍ର ପଠାଇବ ମୋବାଇଲ୍‌କୁ ନୋଟିଫିକେସନ୍‌

ଏହି ଷ୍ଟାର ଖେଳାଳି ନିଜ କ୍ୟାରିୟରରେ ଅନେକ ରୋଚକ ଫାଇଟ୍‌ ଲଢ଼ିଛନ୍ତି। ମାତ୍ର କିଛି ବର୍ଷ ପୂର୍ବରୁ ରାଓଜୀଙ୍କର ଏକ ନଗ୍ନ ଭିଡିଓ ସୋସିଆଲ ମିଡିଆରେ ଲିକ୍‌ ହେଇଥିଲା। ଭିଡିଓରେ ସେ ଚିତ୍ରିତ ଶରୀରରେ ନଜର ଆସିଥିଲେ। ଏହି ଫଟୋ ସେହି ସମୟରେ ଖୁବ୍‌ ଚର୍ଚ୍ଚାରେ ଥିଲା। ଫଟୋ ଲିକ୍‌ ହେବା ପରେ ରାଓଜି ଡିପ୍ରେସନ୍‌କୁ ଚାଲିଯାଇଥିଲେ।

ରାଓଜୀଙ୍କର ଏହି ଅବସର ନିଷ୍ପତ୍ତି ପରେ ଜଣେ ୟୁଜର ଲେଖିଛନ୍ତି ବ୍ୟାଡେଷ୍ଟ ଓମେନ୍‌ ଅଫ୍‌ ପ୍ଲାନେଟ୍‌କୁ ଆମେ ପୁଣି ଥରେ ରିଂ ରେ ଦେଖିବାକୁ ଚାହୁଁଛୁ। ଆଉ ଜଣେ ୟୁଜର ଲେଖିଛନ୍ତି ପ୍ଲିଜ୍‌ କମ୍‌ ବ୍ୟାକ୍‌। ତେବେ ଦେଖାଯାଉ ରାଓଜୀ ପୁଣିଥରେ ରିଂକୁ ଫେରୁଛନ୍ତି ନା ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.