ରସ୍ ଟେଲରଙ୍କ ସନ୍ନ୍ୟାସ ଘୋଷଣା, ଏହି ଟିମ୍‌ ବିପକ୍ଷରେ ଖେଳିବେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌

ଅର୍ନ୍ତଜାତୀୟ କ୍ରିକେଟକୁ ଅଲବିଦା କହିଲେ ରସ୍ ଟେଲର। ୩୭ ବର୍ଷୀୟ ଏହି ନ୍ୟୁଜିଲାଣ୍ଡ ଖେଳାଳି କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ରସ୍ ଟେଲର। ହୋମ ଗ୍ରାଉଣ୍ଡରେ ହେବାକୁ ଥିବା ଆଗାମୀ ଦୁଇଟି ସିରିଜରେ ସେ ଖେଳିବେ। ଆଗାମୀ ଦୁଇଟି ସିରିଜ ବାଂଲାଦେଶ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ ନ୍ୟୁଜିଲାଣ୍ଡ। ପ୍ରଥମେ ବାଂଲାଦେଶ ବିପକ୍ଷରେ ଖେଳିବ ନ୍ୟୁଜିଲାଣ୍ଡ। ଏହାପରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ବିପକ୍ଷରେ ୫ଟି ଦିନିକିଆ ମ୍ୟାଚ ଖେଳିବ ନ୍ୟୁଜିଲାଣ୍ଡ। ଏହି ସିରିଜ ପରେ କ୍ରିକେଟକୁ ବାଏ ବାଏ କହିବେ ରସ୍ ଟେଲର।

ମୋଟ ୪୪୫ ଅର୍ନ୍ତଜାତୀୟ ମ୍ୟାଚ ଖେଳିଛନ୍ତି ରସ୍ ଟେଲର। ଏଥିରେ ରହିଛି ୪୦ଟି ଶତକ। ୧୦୯ ଟେଷ୍ଟରୁ ସେ ହାସଲ କରିଛନ୍ତି ୭ ହଜାର ୫୮୪ ରନ୍। ୨୩୩ଟି ଦିନିକିଆରୁ ଟେଲର ୮ ହଜାର ୫୮୧ ରନ କରିଛନ୍ତି। ଟେଷ୍ଟରେ ୧୯ ଏବଂ ଓ୍ଵାନ-ଡେରେ ୨୧ଟି ଶତକ ରହିଛି। ଟେଲର ଗତ ୧୫ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ସକ୍ରିୟ ଅଛନ୍ତି। ୨୦୦୬ରେ ସେ ନେପିୟରରେ ଖେଳା ଯାଇଥିବା ଏକ ODI ମ୍ୟାଚ୍ ସହିତ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏଠାରୁ ସେ ଆଉ ପଛକୁ ଚାହିଁ ନ ଥିଲେ।

ରସ ଟେଲର କହିଛନ୍ତି, ‘ଏହା ଏକ ଅବିଶ୍ୱସନୀୟ ଯାତ୍ରା ହୋଇଛି। ମୁଁ ଭାଗ୍ୟବାନ ଯେ ମୋ ଦେଶ ପାଇଁ ଏତେ ଦିନ ଖେଳିଛି। ଏହି ଖେଳର ମହାନ କ୍ରିକେଟରଙ୍କ ସହ ଖେଳିବା ଏବଂ ସେମାନଙ୍କ ସହିତ ଅନେକ ସ୍ମରଣୀୟ ମୂହୁର୍ତ୍ତ ସୃଷ୍ଟି କରିବା, ମୋ ପାଇଁ ଗର୍ବର ବିଷୟ। ପ୍ରତ୍ୟେକ ଭଲ ଜିନିଷର ଏକ ଶେଷ ସମୟ ମଧ୍ୟ ଆସିଥାଏ। ମୋତେ ଲାଗୁଛି କି, ଏହା ମୋ ପାଇଁ ଅବସର ନେବାର ଏକ ଉପଯୁକ୍ତ ସମୟ। ମୁଁ ନିଜ ପରିବାର, ବନ୍ଧୁମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁ ମାନେ ମୋର ସାଥ୍‌ ଦେଇଥିଲେ’। କହି ରଖୁଛୁ, ରସ୍ ଟେଲର ନ୍ୟୁଜିଲାଣ୍ଡର ସଫଳତମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.