ରସ୍‌ ଟେଲର ନିଜ ପିଲାଙ୍କ ସହ ସେଲିବ୍ରେଟ୍‌ କଲେ ୧୦୦ତମ ଟେଷ୍ଟ, ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ଭେଟି ଦିଆଗଲା ୧୦୦ଟି ଓ୍ଵାଇନ୍‌ ବୋତଲ!

କ୍ରିକେଟର ୩ଟି ଫର୍ମାଟରେ ୧୦୦ଟି ମ୍ୟାଚ୍‌ ଖେଳି ନ୍ୟୁଜିଲାଣ୍ଡର ମହାନ୍‌ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ବିଶ୍ୱର ପ୍ରଥମ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଏହି ସଫଳତା ଶୁକ୍ରବାର ବେସିନ୍‌ ରିଜର୍ଭ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ତରଫରୁ ୧୦୦ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଖେଳାଳିଙ୍କ ମଧ୍ୟରେ ସେ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ଅବସରରେ ସେ ନିଜ ପିଲାମାନଙ୍କ ସହ ପଡ଼ିଆରେ ନଜର ଆସିଥିଲେ।

tr

ଭାରତ ବିପକ୍ଷରେ ଖେଳାଯାଇଥିବା ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଟେଲର ନିଜର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ସେ କିଓ୍ଵି ଟିମ୍‌ ପାଇଁ ୨୩୧ଟି ଓ୍ଵାନ୍‌ଡେ ମ୍ୟାଚ୍‌ ଖେଳିସାରିଛନ୍ତି। ୩୫ ବର୍ଷୀୟ ଏହି ବ୍ୟାଟ୍ସମ୍ୟାନ ୨୦୦୬ରେ ଟେଷ୍ଟ ପଦାର୍ପଣ କରିଥିଲେ।

ଅନ୍ୟପକ୍ଷରେ ଟେଲରଙ୍କର ଏହି ଉପଲବ୍ଧି ପାଇଁ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ତରଫରୁ ତାଙ୍କୁ ଓ୍ଵାଇନ୍‌ର ଏକ ଖାସ୍‌ ଗିଫ୍ଟ ଦିଆଯାଇଛି। ଏହି ଅବସରରେ ତାଙ୍କୁ ୧୦୦ଟି ଓ୍ଵାଇନ୍‌ ବୋତଲ ଭେଟି ଦିଆଯାଇଛି। ସବୁଠାରୁ ଆଶ୍ଚଯ୍ୟର୍ର କଥା, ପ୍ରତ୍ୟେକ ବୋତଲରେ ଭିନ୍ନ ଭିନ୍ନ ସ୍ୱାଦର ମଦ ରହିଛି।